Advertisment

ଗମ୍ଭୀରଙ୍କ ସହ ଝଗଡ଼ା ମୋ ବ୍ୟାଙ୍କ ବାଲାନ୍ସ କମାଇ ଦେଇଥିଲା...ମୋ କ୍ୟାରିଅର ବର୍ବାଦ କରିଥିଲା..

ମନୋଜ ତିୱାରୀ ଦାବି କରିଛନ୍ତି ଯେ, ଯଦି ସେ କୋଲକାତା ନାଇଟ୍ ରାଇଡର୍ସର ପୂର୍ବତନ ଅଧିନାୟକ ଗୌତମ ଗମ୍ଭୀରଙ୍କ ସହ ଝଗଡ଼ା ନ କରିଥାନ୍ତେ ତେବେ ତାଙ୍କୁ ଅଧିକ ଫାଇଦା ମିଳିଥାଆନ୍ତା ।

author-image
Swadesi Megha Mallhar Prusty
ଅଦ୍ୟତନ ହୋଇଛି
Manoj Tiwari

Manoj Tiwari

ଧୋନି ତାଙ୍କର କ୍ୟାରିଅର ଖରାପ କରିଛନ୍ତି ବୋଲି କହି ଗତ କିଛିଦିନ ବିବାଦରେ ରହିବା ପରେ ଆଜି ପୁଣି ଏକ ବଡ଼ ଅଭିଯୋଗ ଆଣିଛନ୍ତି ମନୋଜ ତିୱାରୀ । ସେ ଦାବି କରିଛନ୍ତି ଯେ, ଯଦି ସେ କୋଲକାତା ନାଇଟ୍ ରାଇଡର୍ସର ପୂର୍ବତନ ଅଧିନାୟକ ଗୌତମ ଗମ୍ଭୀରଙ୍କ ସହ ଝଗଡ଼ା ନ କରିଥାନ୍ତେ ତେବେ ତାଙ୍କୁ ଅଧିକ ଫାଇଦା ମିଳିଥାଆନ୍ତା ।

Advertisment

ଆଇପିଏଲ ଦଳ କେକେଆର୍ ସହ ଚୁକ୍ତି ଥିଲା ୨.୫ କୋଟିର । ଦଳ ଚାମ୍ପିଅନ ୨୦୧୨ ମସିହାରେ ହୋଇଥିଲା । ସେତେବେଳେ ଦଳର ଅଧିନାୟକ ଥିଲେ ଗୌତମ ଗମ୍ଭୀର । ମନୋଜଙ୍କ ଚୌକା ପାଇଁ କେକେଆର ଚାମ୍ପିଅନ ହୋଇଥିଲା । ଏଣୁ ସେ ୨୦୧୩ ସିଜିନ ମଧ୍ୟ ଖେଳିଥିଲେ । କିନ୍ତୁ ଏହି ସମୟରେ ତାଙ୍କର ଗୌତମଙ୍କ ସହ ଭୀଷଣ ଭାବେ ଝଗଡ଼ା ହୋଇଥିଲା । ଫଳରେ ୨୦୧୪ ସିଜିନରେ ତାଙ୍କୁ ଦଳରୁ ବାହାର କରି ଦିଆଯାଇଥିଲା ।

ଏହାକୁ ନେଇ ମନୋଜ କହିଛନ୍ତି, 'ଯେତେବେଳେ ମୋର ଚୁକ୍ତି ୨.୫ କୋଟିର ଥିଲା । ସେତେବେଳେ ମୋତେ ଦଳରୁ ବାହାର କରିଦେଲେ । ମୋର ସେତେବେଳର ହୋଇଥିବା କ୍ଷତି କାହାର ମଧ୍ୟ ନଜରକୁ ଆସିଲା ନାହିଁ । ଝଗଡ଼ା ନକରିଥିଲେ ହୁଏ ତ ମୋର ବ୍ୟାଙ୍କ ବାଲାନ୍ସ ଆଜି ଅଧିକ ଥାଆନ୍ତା ।'

Advertisment

କୋଲକାତା ନାଇଟ୍ ରାଇଡର୍ସରେ ଗୌତମ ଗମ୍ଭୀରଙ୍କ ସହ ଖେଳିଥିବା ବଙ୍ଗଳାର ଅନ୍ୟତମ ଶ୍ରେଷ୍ଠ ବ୍ୟାଟର୍ ହେଲେ ମନୋଜ ତିୱାରୀ । ତିୱାରୀ ଗତ ୨୦୧୨ରେ କେକେଆର୍ ସହିତ ଏକ ପୂରା ସିଜନ ଖେଳିଥିଲେ । ଏହି ସିଜନରେ ସେ ହାରାହାରି ୨୬୦ ରନ୍ ସ୍କୋର କରିଥିଲେ ।

ସେ ସମୟରେ କେକେଆର ଅଧିନାୟକଙ୍କ ସହ ଏକ ବଡ଼ ଝଗଡ଼ା ହୋଇଥିଲା ବୋଲି ମନୋଜ କହିଛନ୍ତି । ସେ ସମୟରେ ଦଳର କ୍ୟାପଟେନ ଗୌତମ ଗମ୍ଭୀର ଥିଲେ । ଝଗଡ଼ା ହେବା ପଳରେ ତାଙ୍କୁ ୨୦୧୪ ସିଜନରେ ଦଳରୁ ବାହାର କରି ଦିଆଯାଇଥିଲା ବୋଲି ମନୋଜ ପ୍ରକାଶ କରିଛନ୍ତି ।

ଆଗାମୀ ଦୁଇ ତିନୋଟି ସିଜନ ଯଦି ସେ କେକେଆର୍ ତରଫରୁ ଖେଳି ଥାଆନ୍ତେ, ତେବେ ତାହା ତାଙ୍କ ପାଇଁ ବହୁ ଲାଭଦାୟକ ହୋଇଥାଆନ୍ତା ବୋଲି ତିୱାରୀ କହିଛନ୍ତି । ତେବେ ଉକ୍ତ ଝଗଡ଼ା କେବେ ବି ମିଡ଼ିଆ କି କୌଣସି ଲୋକଙ୍କ ସାମ୍ନାକୁ ଆସିଲା ନାହିଁ ବୋଲି ସେ କହିଛନ୍ତି ।

୨୦୧୨ ରେ KKR ଚାମ୍ପିଅନ୍ ହୋଇଥିଲା । ତେଣୁ ଆଉ ଗୋଟାଏ ବର୍ଷ KKR ପାଇଁ ଖେଳିବାର ସୁଯୋଗ ମିଳିଲା । ଯଦି ୨୦୧୩ ରେ ଗମ୍ଭୀରଙ୍କ ସହ ଝଗଡ଼ା ନହୋଇଥାଆନ୍ତା ତେବେ ଆଉ ଦୁଇ-ତିନି ବର୍ଷ ଖେଳିଥାନ୍ତି ବୋଲି କହିଛନ୍ତି ମନୋଜ ।

ଅନ୍ୟପଟେ ଗତକାଲି ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ଦେବା ବେଳେ ସେ ଧୋନିଙ୍କ ଉପରେ ମଧ୍ୟ ପ୍ରଶ୍ନ ଉଠାଇଥିଲେ । ତିୱାରୀ କହିଛନ୍ତି, ‘ଚେନ୍ନାଇରେ ୱେଷ୍ଟଇଣ୍ତିଜ୍‌ ବିପକ୍ଷରେ ୧୦୪ ନଟଆଉଟ୍‌ ଥାଇ ମଧ୍ୟ ତାଙ୍କୁ ପରବର୍ତ୍ତୀ ମ୍ୟାଚ୍‌ରୁ ଡ୍ରପ୍‌ କରାଗଲା । ମୋତେ ଯଦି କେବେ ସୁଯୋଗ ମିଳେ, ତେବେ ମୁଁ ଧୋନିଙ୍କୁ ଥରେ ପଚାରିବି, ମୁଁ ଶତକ ମାରିବା ସତ୍ତ୍ୱେ କାହିଁକି ଡ୍ରପ୍‌ କରାଗଲା । ମୁଖ୍ୟତଃ ସେତେବେଳେ ଅଷ୍ଟ୍ରେଲିଆ ବିପକ୍ଷରେ କୋହଲି, ରୋହିତ ଶର୍ମା ଓ ସୁରେଶ ରୈନା ଭଲ ପ୍ରଦର୍ଶନ କରିନଥିଲେ ।‘

ସେ ଆହୁରି କହିଛନ୍ତି, ‘ମୁଁ ଆଜି ଯାଏ ଟେଷ୍ଟ କ୍ୟାପ୍‌ ବି ପାଇନି । ଯେବେ କି ମୁଁ ୬୫ଟି ଫାଷ୍ଟ କ୍ଲାସ୍‌ କ୍ରିକେଟ୍‌ ଖେଳିସାରିଛି ଏବଂ ମୋର ଆଭରେଜ୍‌ ସ୍କୋର୍‌ ରହିଛି ୬୫ । ଅଷ୍ଟ୍ରେଲିଆ ଭାରତ ଗସ୍ତରେ ଆସିଥିବା ବେଳେ ଫ୍ରେଣ୍ତସିପ୍‌ ମ୍ୟାଚ୍‌ରେ ୧୩୦ ରନ୍‌ ଓ ଇଂଲଣ୍ତ ବିପକ୍ଷ ଫ୍ରେଣ୍ତସିପ୍‌ ମ୍ୟାଚ୍‌ରେ ୯୩ ରନ୍‌ କରିଥିଲି, କିନ୍ତୁ ସେମାନେ ମୋ ବଦଳରେ ଯୁବରାଜ ସିଂଙ୍କୁ ଚୟନ କରିଥିଲେ ।

ଯେତେବେଳେ ମୋ ମନୋବଳ ଦୃଢ଼ ଥିଲା, ସେତେବେଳେ ମୋ ଭିତରର ଭଲ ଖେଳାଳିକୁ ବର୍ବାଦ କରିଦିଆଯାଇଛି । ଏହାପଛରେ କିଏ, ମୁଁ ତାଙ୍କ ନାଁ ନେବାକୁ ଚାହୁଁନି । ଏବେ ଠିକ୍‌ ସମୟ ନୁହେଁ ସବୁକଥା କହିବାର ବୋଲି କହିଛନ୍ତି ମନୋଜ ।

IPL Gautam Gambhir
Advertisment
Advertisment