Advertisment

Odisha Congress: ଛିଡୁନି ରାଜ୍ୟ କଂଗ୍ରେସର ମୁଖିଆ ବଛା ଅଙ୍କ, ଦିଲ୍ଲୀରେ ଡେରା ପକାଇଛନ୍ତି ଆଶାୟୀ

କେବେ ନିଯୁକ୍ତ ହେବେ ପ୍ରଦେଶ କଂଗ୍ରେସ କମିଟି ସଭାପତି? କିଏ ହେବେ ଦୁର୍ବଳ ହୋଇପଡ଼ିଥିବା ରାଜ୍ୟ କଂଗ୍ରେସର ମଙ୍ଗୁଆଳ?

ଅଦ୍ୟତନ ହୋଇଛି
undefined

Odisha Congress

Advertisment

ମହାରାଷ୍ଟ୍ର, ଝାଡ଼ଖଣ୍ଡ ନିର୍ବାଚନ ସରିଲା । ନଭେମ୍ବର ଯାଇ ଡିସେମ୍ବର ପଶିଲା । ତଥାପି ରାଜ୍ୟ କଂଗ୍ରେସର ମଙ୍ଗୁଆଳ କିଏ ହେବେ ସେ ଅଙ୍କ ଛିଡି ପାରୁନି । ଅନ୍ୟପଟେ ୪ ଆଶାୟୀ ଶ୍ରୀକାନ୍ତ, ଭକ୍ତ, ମୋକିମ୍ ଓ ସପ୍ତଗିରି ଏବେ ଦିଲ୍ଲୀରେ ଡେରା ପକାଇଥିବା ଜଣାପଡିଛି । କୁହାଯାଉଛି, କଂଗ୍ରେସରେ ଆମୂଳଚୁଳ ପରିବର୍ତ୍ତନ ପାଇଁ ଦୁଇଦିନ ତଳେ ଦିଲ୍ଲୀ କାର୍ଯ୍ୟକାରିଣୀରେ ବିସ୍ତୃତ ଭାବେ ଆଲୋଚନା ହୋଇଛି । ଓଡ଼ିଶା କଂଗ୍ରେସରେ ହେବକି ଆମୂଳଚୁଳ ପରିବର୍ତ୍ତନ?

Advertisment

କେବେ ନିଯୁକ୍ତ ହେବେ ପ୍ରଦେଶ କଂଗ୍ରେସ କମିଟି ସଭାପତି? କିଏ ହେବେ ଦୁର୍ବଳ ହୋଇପଡ଼ିଥିବା ରାଜ୍ୟ କଂଗ୍ରେସର ମଙ୍ଗୁଆଳ? ଆଗେ ରାଜ୍ୟ ପ୍ରଭାରୀ ନିଯୁକ୍ତ ହେବେ ନା ପିସିସି ସଭାପତି? ଏମିତି ଅନେକ ପ୍ରଶ୍ନ ଉଠୁଛି । ଦୁଇଦିନ ତଳେ କଂଗ୍ରେସ ମୁଖ୍ୟାଳୟରେ ହୋଇଥିବା ଦଳର କାର୍ଯ୍ୟକାରିଣୀରେ ଦୁର୍ବଳ କଂଗ୍ରେସକୁ ସଜାଡ଼ିବା ପାଇଁ ସଭାପତି ମଲ୍ଲିକାର୍ଜୁନ ଖଡଗେ ଆମୂଳଚୁଳ ପରିବର୍ତ୍ତନ ପାଇଁ ପ୍ରସ୍ତାବ ଦେଇଥିବା ଜଣାପଡିଛି ।

ଅଧିକ ପଢନ୍ତୁ:ପୂର୍ବ ଭାରତ ବିଜୟ ଲକ୍ଷ୍ୟରେ, ଓଡ଼ିଶା ହେଲା କି ମୋଦିଙ୍କ ପ୍ରୟୋଗଶାଳା?

Advertisment

ଓଡ଼ିଶାରେ ଗତ ଜୁଲାଇ ୨୧ରୁ କଂଗ୍ରେସର ସବୁ କମିଟି ଭଙ୍ଗାଯାଇଥିଲେ ବି ଏପର୍ଯ୍ୟନ୍ତ ପିସିସି ସଭାପତି ଚୟନକୁ ନେଇ ଲାଗି ରହିଥିବା ଦ୍ୱନ୍ଦ୍ୱ ଦୂର ହୋଇପାରିନି । ଗତମାସ ନଭେମ୍ବର ୪ରେ ଛତିଶଗଡ଼ CLP ଲିଡର୍ ଚରଣ ଦାସ ମହନ୍ତ ଏବଂ ସାଧାରଣ ସଂପାଦିକା ମିନାକ୍ଷୀ ନଟରାଜନ ଓଡ଼ିଶା ଗସ୍ତରେ ଆସି ୨୧ ଜଣିଆ ଷ୍ଟିୟରିଂ କମିଟି ସଦସ୍ୟ, ବିଧାୟକ, ସାଂସଦ ଏବଂ ଜିଲ୍ଲା ସଭାପତିଙ୍କ ସହ ଆଲୋଚନା କରି ଏଆଇସିସି ପାଖରେ ରିପୋର୍ଟ ଦାଖଲ କରିସାରିଛନ୍ତି ।

ଖୁବ୍ ଶୀଘ୍ର ପିସିସି ଚୟନ କରାଯିବ ବୋଲି କହିଛନ୍ତି ବରିଷ୍ଠ ନେତା ଜୟଦେବ ଜେନା । ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି ଯେ, ଏହି ତାଲିକାରେ ଜଣେ ଅନୁସୂଚିତ ଜାତି, ଅନୁସୁଚିତ ଜନଜାତି, ଜଣେ ଓବିସି ଏବଂ ଜଣେ ସଂଖ୍ୟାଲଘୁ ବର୍ଗରୁ ନେତାଙ୍କ ନାଁ ସୁପାରିଶ କରିଛନ୍ତି । ଦିଲ୍ଲୀରେ ଡେରା ପକାଇଥିବା ନେତାମାନେ ହେଲେ ବରିଷ୍ଠ କଂଗ୍ରେସ ନେତା ଭକ୍ତ ଦାସ, ଶ୍ରୀକାନ୍ତ ଜେନା, କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା ଏବଂ କଟକର ପୂର୍ବତନ ବିଧାୟକ ମହମ୍ମଦ ମୋକିମ୍ ।

Advertisment

ମୋକିମ୍ ଓ ସପ୍ତଗିରି ଉଲ୍ଲାକାଙ୍କ ପଲ୍ଲା ଭାରିଥିବା ନେଇ ଚର୍ଚ୍ଚା ହେଉଛି । ସେପଟେ ପାଞ୍ଚଥରର ବରିଷ୍ଠ କଂଗ୍ରେସ ବିଧାୟକ ତାରା ବାହିନୀପତି କହିଛନ୍ତି, ସପ୍ତଗିରି ପିସିସି ସଭାପତି ହେଲେ ମୋର କିଛି ଅସୁବିଧା ନାହିଁ । ତେବେ ନେତାମାନେ କ୍ଷମତା ପାଇଁ ଦିଲ୍ଲୀରେ ଡେରା ପକେଇବା ଦଳ ପାଇଁ କ୍ଷତିକାରକ । ରାଜନୀତି ସମୀକ୍ଷକଙ୍କ କହିବା କଥା ଯେଉଁ ନେତାମାନେ ଏବେ ଦିଲ୍ଲୀରେ ଡେରା ପକାଇଛନ୍ତି ସେମାନଙ୍କୁ ଦଳ ଅତୀତରେ ପରୀକ୍ଷା କରିସାରିଛି । ତେଣୁ ପ୍ରଥମେ ପ୍ରଭାରୀ ଏବଂ ପରେ ପିସିସି ସଭାପତି ଚୟନ ହୋଇପାରେ । ପିସିସି ସଭାପତି ଚୟନକୁ ନେଇ ଗତମାସରେ ଓଡ଼ିଶା ଆସିଥିବା ଚୟନ କମିଟି କହିଥିଲେ, ଲବି କାମ କରିବନି । ଏବେ ଦେଖିବା ଏଆଇସିସି କାହା ଉପରେ ଭରସା କରୁଛନ୍ତି ।

ଅଧିକ ପଢନ୍ତୁ:ବିଜେଡି ନେତାଙ୍କ ବାହାଭୋଜିରେ ପାଣ୍ଡିଆନ୍, କ’ଣ କହୁଛନ୍ତି ରାଜନୈତିକ ସମୀକ୍ଷକ...

Congress AICC Politics PCC President
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ