Advertisment

କଂଗ୍ରେସକୁ ବଳ ଦେବ କି ଭାରତ ଯୋଡ଼ ? ବୃଥା ଯିବନି ତ ରାହୁଲଙ୍କ ପରିଶ୍ରମ . .

୨୦୨୪ରେ କଂଗ୍ରେସକୁ ମିଳିବ ତ ଯାତ୍ରାର ସୁଫଳ?

author-image
Prangyan Parimita
ଅଦ୍ୟତନ ହୋଇଛି
Bharat Jodo Yatra Benefits To Congress

Bharat Jodo Yatra

୧୩୫ ଦିନ, ୪ହଜାର କିଲୋମିଟର, ୧୪ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ । ସରିଲା କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରା । ରାହୁଲଙ୍କ ନେତୃତ୍ୱରେ ଗତବର୍ଷ ସେପ୍ଟେମ୍ବର ୭ରେ କନ୍ୟାକୁମାରୀରୁ ଆରମ୍ଭ ହୋଇଥିବା  ଭାରତ ଯୋଡୋ ଯାତ୍ରା। ଗତକାଲି ଶେଷ ହୋଇଛି ଜାମ୍ମୁ ଓ କାଶ୍ମୀରର ଶ୍ରୀନଗରରେ । ଉଦଯାପନୀ ଦିବସରେ ଶ୍ରୀନଗର ସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ ତ୍ରିରଙ୍ଗା ଉଡ଼ାଇଛନ୍ତି  ରାହୁଲ ଗାନ୍ଧୀ

Advertisment

ଦୁଇ ଦିନ ପୂର୍ବରୁ ସେ ଶ୍ରୀନଗରରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଶ୍ରୀନଗର ଶେର୍-ଇ-କାଶ୍ମୀର ଷ୍ଟାଡିୟମରେ କଂଗ୍ରେସ ପକ୍ଷରୁ ଆୟୋଜିତ ସାଧାରଣ ସଭାକୁ ପ୍ରବଳ ତୁଷାରପାତ ଭିତରେ ସମ୍ବୋଧନ କରିଥିଲେ ରାହୁଲ ଗାନ୍ଧି । ସାଥିରେ ଥିଲେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଓ ଦଳୀୟ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ । ସାମିଲ ହୋଇଥିଲେ ନ୍ୟାସନାଲ କନଫରେନ୍ସ ନେତା ଓମାର ଅବଦୁଲ୍ଲା, ପିପୁଲସ୍ ଡେମୋକ୍ରାଟିକ୍ ପାର୍ଟି ମୁଖ୍ୟ ମେହବୁବା ମୁଫତିଙ୍କ ଭଳି ବହୁ କାଶ୍ମିରୀ ନେତା । ସଭାକୁ ସମ୍ବୋଧନ କରି ରାହୁଲ କହିଥିଲେ , ଏ ଯାତ୍ରା ମୁଁ ମୋ ନିଜ ପାଇଁ କି କଂଗ୍ରେସ ପାଇଁ କରିନାହିଁ, ଦେଶବାସୀଙ୍କ ପାଇଁ କରିଛି । ବିଜେପି ଏଭଳି କନ୍ୟାକୁମାରୀରୁ କାଶ୍ମୀର ଯାତ୍ରା କରି ଦେଖାଉ ବୋଲି ଚାଲେଞ୍ଜ ଦେଇଛନ୍ତି ରାହୁଲ ... ।

ଅଧିକ ପଢ଼ନ୍ତୁ: ଢୁ...ଢୁ ବର୍ଷାରେ ଭିଜି ଲୋକଙ୍କୁ ଭାଷଣ ଦେଲେ ରାହୁଲ, କହିଲେ..

ତେବେ ୨୦୨୪ ସାଧାରଣ ନିର୍ବାଚନର ବେଶ୍ ଆଗରୁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଏଭଳି ବିଶାଳ ଯାତ୍ରା ସମାପନ କରିଥିବାରୁ, ଏହାର ପ୍ରଭାବ ଆଗାମୀ ସାଧାରଣ ନିର୍ବାଚନରେ କଂଗ୍ରେସକୁ କେତେ ବଳ ଦେବ, ତାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି । ଭାରତ ଯୋଡ଼ ଯାତ୍ରା ବେଳେ ଶହେରୁ ଅଧିକ ସଭା, ୧୩ଟି ସାମ୍ବାଦିକ ସମ୍ମିଳନୀ, ବହୁ ହେଭିୱେଟ୍ ନେତା ଓ ସେଲିବ୍ରିଟିଙ୍କୁ ସାକ୍ଷାତ ଏବଂ ଶତାଧିକ ମତ ବିନିମୟ କରିଛନ୍ତି ରାହୁଲ ଗାନ୍ଧି ।

Advertisment

ଉଦଯାପନୀ ରାଲିରେ ଯୋଗ ଦେବା ପାଇଁ ୨୧ଟି ବିରୋଧୀ ଦଳକୁ ନିମନ୍ତ୍ରଣ କରି, ସେ ବିଜେପି ବିପକ୍ଷରେ ମାଷ୍ଟରଷ୍ଟ୍ରୋକ୍ ଖେଳିବାକୁ ଚାହିଁଥିଲେ । ତେବେ ବରଫପାତ ଓ ସୁରକ୍ଷା କାରଣରୁ ବହୁ ଦଳ ଏଥିରେ ଯୋଗ ଦେଇପାରି ନଥିଲେ । ତେବେ ଭାରତ ଯୋଡ଼ ଯାତ୍ରାର ସଫଳତାକୁ ନେଇ କଂଗ୍ରେସ ଆଶାବାଦୀ ଥିବା ବେଳେ, ବିଜେପି କହିଛି ମୋଦିଙ୍କ ପ୍ରତି ଲୋକଙ୍କ ଭଲପାଇବା ସାରା ଦେଶ ଜାଣିଛି ... ।

ବିଜେପି ବାଇଟଭାରତ ଯୋଡ଼ ଯାତ୍ରା ବାସ୍ତବରେ କଂଗ୍ରେସର ବଳ ବଢ଼ାଇବାରେ କେତେ ସହାୟକ ହେଉଛି, ତାହା ଆସନ୍ତାବର୍ଷ ସାଧାରଣ ନିର୍ବାଚନରେ ହିଁ ସ୍ପଷ୍ଟ ହେବ ।

Congress Rahul Gandhi Bharat Jodo Yatra Congress Bharat Jodo Yatra
Advertisment
Advertisment