/odishatv-khabar/media/post_attachments/uploadimage/library/16_9/16_9_0/IMAGE_1677769343.jpg)
Pradhan Mantri Awas Yojana
୨୦୨୪ ପାଇଁ କମ୍ପିଲେଣି ସମସ୍ତ ରାଜନୈତିକ ଦଳ । କଂଗ୍ରେସ ଓ ବିଜେପି ଉଭୟ ଉଭୟଙ୍କ ଉପରକୁ ରାଜନୀତି କାଦୁଅ ଫିଙ୍ଗା ଆରମ୍ଭ କରିଦେଲେଣି । ଅନ୍ୟ ଆଞ୍ଚଳିକ ଦଳ ମଧ୍ୟ ଏଥିରୁ ବାଦ୍ ପଡ଼ିନଥିବା ବେଳେ କଂଗ୍ରେସର ରାହୁଲ ଗାନ୍ଧୀ ଙ୍କ ପ୍ରତିକ୍ରିୟାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।
କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ଲୋକସଭା ସାଂସଦ ରାହୁଲ ଗାନ୍ଧୀ ଛତିଶଗଡ଼ ନୂଆ ରାୟପୁରରେ କଂଗ୍ରେସର ମହାଅଧିବେଶନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । କାର୍ଯ୍ୟକ୍ରମରେ ସାମିଲ ହୋଇ ରାହୁଲ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଥିବା ବେଳେ ସେ କହିଥିଲେ କି, ‘ମୋ ପାଖରେ ୫୨ ବର୍ଷ ହେଲା ଘର ନାହିଁ’ ।
ଅଧିକ ପଢ଼ନ୍ତୁ: କଂଗ୍ରେସକୁ ବଳ ଦେବ କି ଭାରତ ଯୋଡ଼ ? ବୃଥା ଯିବନି ତ ରାହୁଲଙ୍କ ପରିଶ୍ରମ . .
ରାହୁଲଙ୍କ ଏହି ପଦିଏ କଥାରେ ଆରମ୍ଭ ହୋଇଛି ରାଜନୀତି । ୱାଇନାଡ଼ର ସାଂସଦ ଘଟଣାକୁ ନେଇ ପ୍ରତିକ୍ରିୟା ରଖିବା ସହ କଂଗ୍ରେସକୁ କଡ଼ା ଟାର୍ଗେଟ୍ ମଧ୍ୟ କରିଛନ୍ତି । ରାହୁଲଙ୍କ ଏହି ମନ୍ତବ୍ୟ ପରେ ୱାଇନାଡ଼ ସାଂସଦ ନଗରପାଳ ସଚିବଙ୍କୁ ଏକ ଚିଠି ଲେଖିଥିବା ଜଣାପଡ଼ିଛି । ସେ ତାଙ୍କ ଚିଠିରେ ରାହୁଲଙ୍କୁ ଏକ ଘର ଦେବାକୁ ଅପିଲ୍ କରିଥିବା ଜଣାପଡ଼ିଛି ।
ୱାଇନାଡ଼ ସାଂସଦଙ୍କ ଏହି ଚିଠି ପରେ ଛତିଶଗଡ଼ ରାଜନୀତି ସରଗରମ ରହିଛି । ବିଜେପି ଓ କଂଗ୍ରେସ ଉଭୟ ଭଉୟଙ୍କୁ ପିଏମ ଆବାସ ଯୋଜନାକୁ ନେଇ ଆରୋପ ପ୍ରତ୍ୟାରୋପ କରିବା ଆରମ୍ଭ କରିଦେଇଛନ୍ତି । ବିଜେପି ପକ୍ଷରୁ ଏହାକୁ ନେଇ କଡ଼ା ପ୍ରତିବାଦ କରାଯାଉଥିବା ବେଳେ କଂଗ୍ରେସ ମଧ୍ୟ ଜବାବ ରଖୁଥିବା ଦେଖିବାକୁ ମିଳୁଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)