/odishatv-khabar/media/post_attachments/uploadimage/library/16_9/16_9_0/IMAGE_1682335697.jpg)
Rahul Gandhi Photo On Wedding Reception Invitation Card
ଭାଇରାଲ ହେଉଛି ରାହୁଲଙ୍କ ଫଟୋ । ଯିଏ ଦେଖୁଛି ସିଏ ତାଜୁବ୍ । ଏବେ ସୋସିଆଲ ମିଡିଆ ରେ ଭାଇରାଲ (Viral) ହେଉଛି ଏକ ବିବାହ ରିସେପ୍ସନ୍ କାର୍ଡ । ଯିଏ ବି ଏହାକୁ ଦେଖୁଛି ଟିକେ ଅଟକି ଯାଉଛି । ଆଉ ଅଟକିବା ବି ସ୍ୱାଭାବିକ୍ । କାରଣ ଏହି ବିବାହ ନିମନ୍ତ୍ରଣ କାର୍ଡରେ ରହିଛି ଦେଶର ମୋଷ୍ଟ ଇଲିଜିବୁଲ ବ୍ୟାଚ୍ଲର ରାହୁଲ ଗାନ୍ଧି (Rahul Gandhi)ଙ୍କ ଫଟୋ । ତେବେ ଆପଣ ଭାବୁଥିବେ କ’ଣ ସତରେ ରାହୁଲ ଗାନ୍ଧି ବିବାହ କରୁଛନ୍ତି ? ୪ ଫର୍ଦ୍ଦିଆ ଏହି ବିବାହ ନିମନ୍ତ୍ରଣ କାର୍ଡରେ ରାହୁଲ ଗାନ୍ଧିଙ୍କ ଫଟୋ ରହିଲା କାହିଁକି ? ସତରେ ସେ ବିବାହ କରୁଛନ୍ତି ନା ତାଙ୍କ ଫଟୋକୁ କିଏ ବ୍ୟବାହାର କରି ମଜାକ୍ କରୁଛନ୍ତି ।
ତେବେ ପ୍ରଥମ ପୃଷ୍ଠାରେ ଭାରତର ୫୨ ବର୍ଷିୟ ମୋଷ୍ଟ ଇଲିଜିବୁଲ ବ୍ୟାଚ୍ଲର ରାହୁଲ ଗାନ୍ଧିଙ୍କ ଫଟୋ ରହିଥିବା ବେଳେ ଦ୍ୱିତୀୟ ପେଜ୍ରେ ରହିଛି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ୍ ଖଡ଼ଗେ (Mallikarjun Kharge)ଙ୍କ ଫଟୋ । ଆଉ ତୃତୀୟ ପେଜ୍ରେ ରାହୁଲ ଗାନ୍ଧିଙ୍କ ମାଆ ସୋନିଆ ଗାନ୍ଧି (Sonia Gandhi)ଙ୍କ ଫଟୋ ରହିଥିବା ବେଳେ ଚତୁର୍ଥ ପେଜ୍ରେ ରହିଛି ରାହୁଲଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ଫଟୋ । ତେବେ ଏତିକି ଜାଣିବା ପରେ ଆପଣ ଏବେ ଭାବୁଥିବେ ନିଶ୍ଚିତ ରୂପରେ ରାହୁଲ ବିବାହ କରିବାକୁ ଯାଉଛନ୍ତି । କାରଣ ନିମନ୍ତ୍ରଣ କାର୍ଡରେ ପରିବାର ଲୋକଙ୍କ ଫଟୋ ରହିଛି ।
ଅଧିକ ପଢ଼ନ୍ତୁ: ବାସହରା ହେଲେ ରାହୁଲ ଗାନ୍ଧୀ ! ସାମ୍ନାକୁ ଆସିଲା ବଙ୍ଗଳା ଖାଲି କରିବାର VIDEO
ତେବେ ନା । ଆପଣ ଯାହା ଭାବୁଛନ୍ତି ତାହା ଭୁଲ । ଏହି ସବୁ ବିଶିଷ୍ଟ ବ୍ୟକ୍ତିମାନଙ୍କ ଫଟୋ ପରେ ପରେ ନିମନ୍ତ୍ରଣ କାର୍ଡର ଶେଷ ପୃଷ୍ଠାରେ ରହିଛି ତାମିଲ ନାଡ଼ୁ ମୁଖ୍ୟମନ୍ତ୍ରୀ କେ କାମରାଜଙ୍କ ଫଟୋ । ଆଉ ଯେତେବେଳେ ନିମନ୍ତ୍ରଣ କାର୍ଡଟିକୁ ଆପଣ ପଢ଼ିବେ ସେତେବେଳେ ଆପଣ ଏହି ଫଟୋ ଗୁଡ଼ିକୁ ଇଗ୍ନୋର କରିବେ । ଆପଣ ଜାଣିବାକୁ ପାଇବେ ଯେ, ରାହୁଲ ବିବାହ କରୁନାହାନ୍ତି । ସେ ଏବେ ବି ସେମିତି ବ୍ୟାଚଲର ରହିଛନ୍ତି ।
ଏହି ବିବାହ ରିସେପ୍ସନ୍ ନିମନ୍ତ୍ରଣ କାର୍ଡଟି ହେଉଛି, ତାମିଲନାଡ଼ୁ କଂଗ୍ରେସ କମିଟି ସଭାପତି କେଏସ୍ ଆଲାଗିରିଙ୍କ ଝିଅ କାଞ୍ଚନାଙ୍କର । ଯିଏ କି ବିନୋଦ ରଙ୍ଗନାଥଙ୍କୁ ବିବାହ କରିବାକୁ ଯାଉଛନ୍ତି । ଏହି ଆଲାଗିରିଙ୍କ ଫଟୋ ପ୍ରଥମ ପୃଷ୍ଠାରେ ମଧ୍ୟ ରହିଛି । କିନ୍ତୁ ତା’ପରେ ଆପଣଙ୍କ ନଜର ବିଶେଷ ପଡ଼ିବ ନାହିଁ । କାରଣ ରାହୁଲ ଗାନ୍ଧିଙ୍କ ଫଟୋ ବଡ଼ ଆକାରରେ ଲାଗିଥିବା ବେଳେ ଆଲାଗିରିଙ୍କ ଫଟୋ ଛୋଟ ହେଇ ଲାଗିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)