• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସରକାରୀ ବଙ୍ଗଳା ଛାଡ଼ିଲେ ରାହୁଲ ଗାନ୍ଧୀ । କଂଗ୍ରେସ ର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ (Rahul Gandhi) ଶୁକ୍ରବାର ଦିନ ବାସହରା ହୋଇ ପଡ଼ିଛନ୍ତି । ସାଂସଦ ଭାବରେ ଦିଲ୍ଲୀର ଲୁଟିୟନ୍ସ ଜୋନରେ ମିଳିଥିବା ୧୨ ତୁଗଲକ୍‌ ଲେନ୍ ବଙ୍ଗଳାରୁ ଜିନିଷପତ୍ର ଖାଲି କରିଛନ୍ତି । ତାଙ୍କର ସମସ୍ତ ଜିନିଷପତ୍ର ଏକ ଟ୍ରକରେ ଭରିବା ପରେ ମା’ ସୋନିଆ ଗାନ୍ଧି (Sonia Gandhi) ଙ୍କ ଆବାସକୁ ପଠାଇ ଦିଆଯାଇଛି । ତେବେ ବଙ୍ଗଳାରୁ ଜିନିଷପତ୍ର ହଟାଇବାକୁ ତାଙ୍କୁ ଏକ ସପ୍ତାହରୁ ଅଧିକ ସମୟ ବାକି ଥିବାବେଳେ, ସେ ପୂର୍ବରୁ ଘର ଖାଲି କରି ଦେଇଛନ୍ତି । ଅନ୍ୟପଟେ ସୁରଟ କୋର୍ଟରୁ ପକ୍ଷରୁ ଦିଆଯାଇଥିବା ଦଣ୍ଡ ବିଧାନକୁ ଚ୍ୟାଲେଞ୍ଜ ଉପରେ ଏପର୍ଯ୍ୟନ୍ତ ରାୟ ଆସିନାହିଁ । ଏହା ସତ୍ତ୍ୱେ ରାହୁଲ ଗାନ୍ଧୀ ଶୁକ୍ରବାର ଦିନ ବଙ୍ଗଳାରୁ ଜିନିଷପତ୍ର ନେଇ ବାହାରି ଯାଇଛନ୍ତି, ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଅଧିକ ପଢ଼ନ୍ତୁ: ରାହୁଲ ଗାନ୍ଧିଙ୍କୁ ଆଧୁନିକ ଭାରତର ମହାତ୍ମା ଗାନ୍ଧି ବୋଲି କାହିଁକି କହିଲେ କଂଗ୍ରେସ ବିଧାୟକ..?

ସାଂସଦ ପଦ ଯିବା ପରେ ଛାଡିବାକୁ ପଡ଼ୁଛି ବଙ୍ଗଳା:

ସାଂସଦ ହୋଇଥିବା କାରଣରୁ ରାହୁଲଙ୍କୁ ଲୁଟିୟନ୍ସ ଜୋନରେ 12 ତୁଗଲକ୍‌ ବଙ୍ଗଳା ଦେଇଥିଲେ ସରକାର । ତେବେ ମାର୍ଚ୍ଚ ୨୩ରେ ରାହୁଲଙ୍କୁ 'ମୋଦି ଉପନାମ' ମାମଲାରେ ୨ ବର୍ଷ ପାଇଁ ଜେଲ୍ ଦଣ୍ଡରେ ଦଣ୍ଡିତ କରାଯାଇଥିଲା । ଏହା ପରେ ମାର୍ଚ୍ଚ ୨୪ ରେ ତାଙ୍କର ସାଂସଦ ପଦ ବାତିଲ ହୋଇଥିଲା । ଅର୍ଥାତ୍ ସେ ଏବେ ଆଉ କେରଳର ୱାୟାନାଡ ଆସନରୁ ସାଂସଦ ନାହାନ୍ତି । ଏହି କାରଣରୁ ମାର୍ଚ୍ଚ ୨୭ରେ ଲୋକସଭାର ଗୃହ କମିଟି ତାଙ୍କୁ ଘର ଖାଲି କରିବାକୁ ନୋଟିସ ଦେଇଥିଲା ।

ଏପ୍ରିଲ୍ ୨୨ ସୁଦ୍ଧା ଘର ଖାଲି କରିବାକୁ ନିର୍ଦ୍ଦେଶ ହୋଇଥିଲା:

ନୋଟିସ୍‌ ପାଇବା ପରେ ଲୋକସଭା ସଚିବଙ୍କୁ ଏକ ଚିଠି ଲେଖିଥିଲେ ରାହୁଲ ଗାନ୍ଧୀ । ସାଂସଦ ହେବା ପରେ ଏହି ଘର (୧୨, ତୁଗଲକ୍ ଲେନ୍) ସହିତ ଅନେକ ସ୍ମୃତି ଜଡ଼ିତ ଥିବା ଚିଠିରେ ଦର୍ଶାଇଥିଲେ । ଲୋକସଭାର ନିର୍ବାଚିତ ସାଂସଦ ଭାବରେ ସରକାରୀ ଗୃହରେ ଅନେକ ସୁଖଦ ସମୟ ବିତିଛି । ତେବେ ଆଦେଶ ପାଳନ କରି ମୁଁ ଘର ଖାଲି କରିବି ବୋଲି ଚିଠିରେ ଲେଖିଥିଲେ । ଏହା ପରେ ଲୋକସଭା ଗୃହ କମିଟି ତାଙ୍କୁ ଏପ୍ରିଲ ୨୨ ପର୍ଯ୍ୟନ୍ତ ଘର ଖାଲି କରିବାକୁ ସମୟ ଦେଇଥିଲା ।

ସରକାରୀ ବଙ୍ଗଳା ଖାଲି କରିବା ପରେ ରାହୁଲ ଗାନ୍ଧୀ କେଉଁଠି ରହିବେ କଂଗ୍ରେସ ପକ୍ଷରୁ କିଛି ସ୍ପଷ୍ଟ କରାଯାଇ ନାହିଁ । ସେ ତାଙ୍କ ମାଆ ସୋନିଆ ଗାନ୍ଧୀଙ୍କ ସହିତ ୧୦, ଜନପଥ ବଙ୍ଗଳାରେ କିଛି ଦିନ ରହିପାରନ୍ତି ବୋଲି କୁହାଯାଉଛି । ଶୁକ୍ରବାର ଦିନ ତାଙ୍କ ଜିନିଷପତ୍ର ସବୁ ସୋନିଆ ଗାନ୍ଧୀଙ୍କ ବାସଭବନକୁ ପଠାଇ ଦିଆଯାଇଛି ।