Advertisment

BJD: ୱକ୍‌ଫ ବିଲକୁ ନେଇ ବିଜେଡି ଦି’ ଫାଳ, ସପକ୍ଷରେ ଭୋଟ୍‌ ଦେଲେ ସସ୍ମିତ

ବିଜେଡି ଏବେ ଫାଳ ଫାଳ । ରାଜ୍ୟସଭାରେ ଓ୍ୱକଫ୍ ବିଲ୍ ଭୋଟିଂ ପରେ ଏ ଚିତ୍ର ଜଳ ଜଳ । ବରିଷ୍ଠଙ୍କ ଶଙ୍କା- ହୋଇଯାଇନି ତ ଭିତରେ କିଛି ଖେଳ ?

undefined

ବିଜେଡିରେ ବଡ଼ ଗୋଳମାଳ

Advertisment

ରାଜ୍ୟସଭାରେ ୱକଫ୍ ବିଲ୍ ଭୋଟିଂ ବେଳେ ଫାଳ ଫାଳ ହୋଇଗଲା କି ବିଜେଡି ? ଆଗରୁ ବିଲ୍‌କୁ ଦଳ ଜୋରଦାର ବିରୋଧ କରୁଥିବାବେଳେ କାଲି ଭୋଟିଂ ବେଳେ ବିବେକ ଅନୁସାରେ ବିଲ୍ ସପକ୍ଷରେ ମତ ରଖିବାକୁ ବିଜେଡି ସାଂସଦ ସସ୍ମିତ ପାତ୍ରଙ୍କ ସୋସିଆଲ୍ ମିଡିଆ ପୋଷ୍ଟକୁ ନେଇ ହଲଚଲ ପରେ, ଆଜି ଅନ୍ୟଜଣେ ସାଂସଦ ଦେବାଶିଷ ସାମନ୍ତରାୟଙ୍କ ଭୋଟ୍ ଦାନରୁ ବିରତ ରହିଥିବା ସୂଚନା ସନ୍ଦେହକୁ ଦ୍ବିଗୁଣିତ କରିଛି । ଏମିତିକି ୟା ପଛରେ କିଛି ଖେଳ ହୋଇଥିବା ନେଇ ଦଳର ବରିଷ୍ଠ ନେତା ବଦ୍ରି ପାତ୍ରଙ୍କ ଶଙ୍କା ବି ଚର୍ଚ୍ଚାକୁ ଅଧିକ ଖୋରାକ ଯୋଗାଇଛି। ଏ ସମ୍ପର୍କରେ ଦଳ ସଭାପତିଙ୍କୁ ପଚାରିବେ ବୋଲି ପ୍ରସନ୍ନ ଅଚାର୍ଯ୍ୟ କହିଥିବାବେଳେ, ପୁରା ପ୍ରସଙ୍ଗରେ ତେରଛା ବାଣ ଛାଡ଼ି ବିଜେପି କହିଛି- ବିଜେଡି ସାଂସଦଙ୍କ ଉପରେ ନବୀନଙ୍କର ଆଉ କର୍ତ୍ତୃତ୍ବ ନାହିଁ’ । ନେତା ଓ କର୍ମୀଙ୍କ ଆସ୍ଥା ହରାଇଲା ପରେ ସେ ଦଳର ଭବିଷ୍ୟତ ଅନ୍ଧାକାରକୁ ଚାଲିଯିବ ।

Advertisment

ଅଧିକ ପଢ଼ନ୍ତୁ: ଓଡ଼ିଶାରେ ଶୁଭାରମ୍ଭ ହେବ ଆୟୁଷ୍ମାନ ଭାରତ ଯୋଜନା

ବିଜେଡି ଏବେ ଫାଳ ଫାଳ । ରାଜ୍ୟସଭାରେ ଓ୍ୱକଫ୍ ବିଲ୍ ଭୋଟିଂ ପରେ ଏ ଚିତ୍ର ଜଳ ଜଳ । ବରିଷ୍ଠଙ୍କ ଶଙ୍କା- ହୋଇଯାଇନି ତ ଭିତରେ କିଛି ଖେଳ ? ସମୟ- ଗତକାଲି ସନ୍ଧ୍ୟା ୫ଟା ୫୯ । ସଂସଦର ଉଚ୍ଚ ସଦନରେ ବହୁଚର୍ଚ୍ଚିତ ୱକଫ ବିଲ୍‌କୁ ନେଇ ଖୋଦ୍ ରାଜ୍ୟସଭାରେ ବିଜେଡି ସଂସଦୀୟ ଦଳ ନେତା ସାଂସଦ ସସ୍ମିତ ପାତ୍ରଙ୍କ ସୋସିଆଲ ମିଡିଆରେ ଗତକାଲିର ଏ ପୋଷ୍ଟ ପରଠୁ ରାଜ୍ୟ ରାଜନୀତିରେ ସୃଷ୍ଟି ହୋଇଛି ହଲଚଲ୍ । ତା ପୁଣି ହାଉସରେ ବିଲ୍ ବିରୋଧରେ ରାଜ୍ୟସଭାରେ ଦଳର ଜଣେ ସଂଖ୍ୟାଲଘୁ ସଂପ୍ରଦାୟକ ସାଂସଦ ମୁନ୍ନା ଖାଁଙ୍କ ବକ୍ତବ୍ୟ ପରେ।

ଯେଉଁ ସସ୍ମିତ୍ ଗତ ୧ ତାରିଖରେ ଓ୍ୱକଫ୍ ବିଲ୍‌କୁ ବିଜେଡି ଆଦୌ ସମର୍ଥନ କରିବନି ବୋଲି ଖୋଲାଖୋଲି କହିଥିଲେ, ହଠାତ୍ କାଲି ଏଭଳି ଟ୍ବିଟ୍ କଲେ କାହିଁକି ? ୱକଫ୍ ବିଲ୍ ଉପରେ ଦଳ ପକ୍ଷରୁ କୌଣସି ହ୍ବିପ୍ ଜାରି କରାଯାଇନି ଓ ଦଳର ସଦସ୍ୟମାନେ ନିଜ ବିବେକ ଅନୁଯାୟୀ ମତ ଦେଇ ପାରିବେ ବୋଲି ସସ୍ମିତଙ୍କ ଏଭଳି ଲେଖା ପରେ ପ୍ରଶ୍ନ- ହଠାତ୍ କ’ଣ ଘଟିଲା, ଯେ ମାତ୍ର ୨୪ ଘଣ୍ଟାରେ ବିଜେଡି ୟୁ ଟର୍ଣ୍ଣ ନେଇଗଲା ?

Advertisment

ଏଥିରୁ ସ୍ପଷ୍ଟ ରାଜ୍ୟସଭାରେ ଓ୍ୱକଫ୍ ବିଲ୍ ସପକ୍ଷରେ ଭୋଟ୍ ଦେଇଛନ୍ତି ବିଜେଡି ସାଂସଦ ସସ୍ମିତ୍ ପାତ୍ର । ତାହେଲେ କ’ଣ ରହିଥିବ ଦଳର ଅନ୍ୟ ୬ ସାଂସଦଙ୍କ ମତ ? ବିଚାରକୁ ନେଲେ ଗୋଳମାଳିଆ ସ୍ଥିତି ଭିତରେ- ଯେହେତୁ ମୁନ୍ନା ଖାଁ ବିଲ୍ ବିରୋଧରେ ଗୃହରେ କଡ଼ା ମତ ରଖିଥିଲେ ତେଣୁ ତାଙ୍କ ଭୋଟ୍ ବି ବିପକ୍ଷରେ ଯାଇଥିବ । କିନ୍ତୁ ନିରଞ୍ଜନ ବିଶି, ସୁଲତା ଦେଓ, ମାନସ ମଙ୍ଗରାଜ ଓ ଶୁଭାଶିଷ ଖୁଣ୍ଟିଆଙ୍କ ମତ ଅସ୍ପଷ୍ଟ ରହିଛି । ହେଲେ ଏସବୁ ଭିତରେ ପୁରା ଘଟଣାକ୍ରମକୁ ଅଧିକ ରୋଚକ କରିଛି ମତଦାନରୁ ବିରତ ରହିଥିବା ଦଳର ଅନ୍ୟ ଜଣେ ସାଂସଦ ଦେବାଶିଷ ସାମନ୍ତରାୟଙ୍କ ବଡ଼ ବୟାନ । ଦେବାଶିଷ ସୂଚନା ଦେଇ କହିଛନ୍ତି- ଦଳ ନିଷ୍ପତ୍ତିରେ ଅସନ୍ତୁଷ୍ଟ ହୋଇ ସେ କାଲି ଭୋଟ୍ ଦେଇନାହାନ୍ତି।

ତେଣୁ ଦେବାଶିଷଙ୍କ ଏଭଳି ଅସନ୍ତୋଷ ପରେ ପ୍ରଶ୍ନ- ସସ୍ମିତ୍ ତାଙ୍କ ପୋଷ୍ଟରେ ଯାହା ଲେଖିଛନ୍ତି- ତାହା ବିଜେଡିର ନିଷ୍ପତ୍ତି ତ ? ଏହାର ବଡ଼ କାରଣ ସାଜିଛି ବିଜେଡିର ଏସବୁ ଘଟଣାକ୍ରମ- ଯେମିତିକି ମାର୍ଚ୍ଚ ୨୯-୨୦୨୫, ବିଜେଡିର ଇଫତାର ପାର୍ଟିରେ ନିଜେ ଦଳ ସଭାପତି ନବୀନ ପଟ୍ଟନାୟକ ୱାକଫ୍ ବିଲକୁ ତାଙ୍କ ଦଳ ବିରୋଧ କରିବ ବୋଲି କହିଥିଲେ। ତାର ଦୁଇ ଦିନ ପରେ ଅର୍ଥାତ୍ ଏପ୍ରିଲ୍ ୧ରେ ମଧ୍ୟ ବିଜେଡିର ରାଜ୍ୟସଭାରେ ସଂସଦୀୟ ଦଳ ନେତା ସସ୍ମିତ ପାତ୍ର ସେ କଥା ଦୋହରାଇଲେ। ଆଉ ୩ରେ ବିଲ୍ ଉପରେ ବିତର୍କ ବେଳେ ଜୋରଦାର ବିରୋଧ କରିଥିଲେ ସାଂସଦ ମୁନ୍ନା ଖାଁ। ହେଲେ ସେଦିନ ସନ୍ଧ୍ୟାରେ ପୁରା ଓଲଟାଇ ଦେଲା ସସ୍ମିତ୍ ପାତ୍ରଙ୍କ ଏ ସୋସିଆଲ୍ ମିଡିଆ ପୋଷ୍ଟ। ଯାହାକୁ ନେଇ ଚକିତ ହୋଇ ପଡ଼ିଛନ୍ତି ଦଳର ବହୁ ପୁରୁଖା ନେତା। ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ଉପସ୍ଥିତରେ ଶଙ୍ଖ ଭବନରେ ଆଜି ଦଳର ଉପଦେଷ୍ଟା କମିଟି ବୈଠକରେ ଏ ପ୍ରସଙ୍ଗ ଉଠିଥିବା ନେଇ ନେତାମାନେ ସୂଚନା ଦେଇଛନ୍ତି।

Advertisment

ଏମିତିକି ୱକଫ ବିଲ୍ ଭୋଟିଂରେ ବିଜେଡି ଦୁଇ ଫାଳ ନେଇ କଡ଼ା ମନ୍ତବ୍ୟ ରଖି ବରିଷ୍ଠ ନେତା ବଦ୍ରି ପାତ୍ର କହିଛନ୍ତି- ୟା ପଛରେ କିଛି ଖେଳ ହୋଇଛି। ନିଜେ ନବୀନ ବାବୁ ଏହାକୁ ବିରୋଧ କରିବାକୁ କହିବା ପରେ ଏଭଳି କେମିତି ହେଲା ବୋଲି ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି ବଦ୍ରି। ଏମିତି ଖେଳ କିଏ କଲା ତାହା ଖୋଜା ଚାଲିଛି କହିବା ସହ ହୁଇପ୍ କାହିଁକି ଜାରି କରାଗଲାନି, ତାହା ବି ସନ୍ଦେହରେ ବୋଲି ସେ କହିବା ସହ କିଛି ଚାପ ପଡ଼ିଥାଇପାରେ ବୋଲି ମଧ୍ୟ ସନ୍ଦେହ କରିଛନ୍ତି। ସେହିପରି ଅନ୍ୟତମ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି- ୱାକଫ୍ ବିଲକୁ ବିରୋଧ ପାଇଁ ପାର୍ଟିର ସଂସଦୀୟ ଦଳ ବୈଠକରେ ନିଷ୍ପତ୍ତି ହୋଇଥିଲା। ହେଲେ କେଉଁ ପରିସ୍ଥିତିରେ ତାହା ବଦଳିଗଲା, ସେ ନେଇ ଦଳ ସଭାପତିଙ୍କ ସହ ଆଲୋଚନା କରିବୁ। ସେମିତି ଅନ୍ୟଜଣେ ବରିଷ୍ଠ ନେତା ଶଶିଭୂଷଣ ବେହେରା ବି ୱାକଫ୍ ବିଲ୍ ରେ ଦଳ ସଦସ୍ୟଙ୍କ ଭୋଟିଂ କୁ ନେଇ ଦ୍ବନ୍ଦ୍ବ ସୃଷ୍ଟି ହୋଇଥିବା ମାନିଛନ୍ତି ।

ଏଣେ ୱକଫ ବିଲ୍‌ ଉପରେ ବିଜେଡିର ଭୋଟିଂଙ୍କୁ ନେଇ ତେରଛା ବାଣ ଛାଡ଼ିଛି ବିଜେପି । ଦଳର ନେତା ଅନୀଲ ବିଶ୍ବାଳ କହିଛିନ୍ତି- ବିଜେଡି ସାଂସଦଙ୍କ ଉପରେ ନବୀନଙ୍କର ଆଉ କର୍ତ୍ତୃତ୍ବ ନାହିଁ’ । ୪ରୁ ୫ ମାସ ତଳେ ବିଲକୁ ବିରୋଧ କରିବାକୁ ନବୀନ କହୁଥିଲେ, ହେଲେ ହ୍ବିପ୍ ଜାରି କଲେ କାଳେ ସାଂସଦ ମାନିବେନି ସେ ଡର ତାଙ୍କୁ ଘାରିଛି । ସେମିତି ବିଧାୟକ ବାବୁ ସିଂ ଆକ୍ଷେପ କରି କହିଛନ୍ତି- ବିଜେଡି ଭିତରେ ଆଉ ସହମତି ନାହିଁ, ଦଳ ଦୁଇଭାଗ ହୋଇଗଲାଣି । ଲୋକଙ୍କ ଆସ୍ଥା ହରାଇଛନ୍ତି, ନେତା ଓ କର୍ମୀଙ୍କ ଆସ୍ଥା ହରାଇଲା ପରେ ସେ ଦଳ ବୁଡ଼ିଯିବ ।

ଅଧିକ ପଢ଼ନ୍ତୁ: ନବୀନଙ୍କୁ ଖୋଲା ଚାଲେଞ୍ଜ୍, ସନ୍ଦିହାନ ବିଜେଡି ନେତା

Odisha BJD Sasmit Patra WAQF Bill
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ