Advertisment

Unprecedented Challenge Looms Large for BJD: ବିଜେଡି ପାଇଁ କାଳ ଭକ୍ତ, ପ୍ରଫୁଲ୍ଲଙ୍କୁ ଧରାଇଦେଲେ ଲଲିପପ୍‌

ଦଳର ନେତା ଆଗଭଳି ନାହାନ୍ତି । ଦଳର ଭବିଷ୍ୟତ ନାହିଁ । ମୋତେ ଲଲିପପ ଧରାଇଦେଲେ । ଏବେ ମୁଁ କ’ଣ କରିବି ନକରିବି ଅଲଗା କଥା। ହେଲେ ବିଜେଡି କାମକୁ ନେଇ ମୁଁ ଅସନ୍ତୁଷ୍ଟ। ଆଦିବାସୀ ନେତା ତଥା ତଲସରା ପୂର୍ବତନ ବିଧାୟକ ପ୍ରଫୁଲ୍ଲ ମାଝୀଙ୍କ ବିସ୍ପୋରକ ବୟାନ।

author-image
Sujit kumar Swain
Unprecedented Challenge Looms Large for BJD

Unprecedented Challenge Looms Large for BJD

ବିଜେଡିକୁ ଖୋଲା ଚ୍ୟାଲେଞ୍ଜ ଦେଲା ବିଜେଡି । ବିଜେଡିକୁ ନେତୃତ୍ବ ଏବେ ସ୍ଥାଣୁ । ଦଳର ନେତା ଆଗଭଳି ନାହାନ୍ତି । ଦଳର ଭବିଷ୍ୟତ ନାହିଁ । ମୋତେ ଲଲିପପ ଧରାଇଦେଲେ । ଏବେ ମୁଁ କ’ଣ କରିବି ନକରିବି ଅଲଗା କଥା। ହେଲେ ବିଜେଡି କାମକୁ ନେଇ ମୁଁ ଅସନ୍ତୁଷ୍ଟ। ଆଦିବାସୀ ନେତା ତଥା ତଲସରା ପୂର୍ବତନ ବିଧାୟକ ପ୍ରଫୁଲ୍ଲ ମାଝୀଙ୍କ ବିସ୍ପୋରକ ବୟାନ। ବିଜେଡି ଦଳ ବୋଲି କିଛି ନାହିଁ। କର୍ମୀଙ୍କ କଥା ନେତା ଶୁଣୁ ନହାନ୍ତି। ଦେଖା କରିବାକୁ କି କଥା ହେବାକୁ ହେଲେ ନେତା ଫୋନ ଉଠାଉନାହାନ୍ତି। ନବୀନ ଆଉ ଆଗଭଳି ଆକ୍ଟିଭ ନାହାନ୍ତି। ଦଳକୁ ଅନ୍ୟଜଣକୁ ଦେଇଦେଇଛନ୍ତି। ଜଣେ ଅଣ ଓଡିଆକୁ ଦେଇ ସେ କିଛି ଭଲ କଲେନି। ତେଣୁ ଦଳ ଧ୍ବସଂ ହେବା ଥୟ। ଦୀର୍ଘ ଦିନର ଅସନ୍ତୋଷକୁ ଝାଡିଛନ୍ତି କଂଗ୍ରେସରୁ ଯାଇ ବିଜେଡିରେ ମିଶିଥିବା ନେତା ପ୍ରଫୁଲ୍ଲ ମାଝୀ। ଦଳରେ ତାଙ୍କୁ ଅଣଦେଖା କରିବା ଟିକେଟ ନ ମିଳିବା ପ୍ରଫୁଲ୍ଲଙ୍କୁ ବହୁ ଜୋରରେ ବାଧିଛି।  ତେଣୁ ଆଗକୁ ଦେଖିବା କ’ଣ ହେଉଛି କହି ନିଜକୁ ନିଜେ ଅଶ୍ବାସନା ଦେଉଛନ୍ତି।

Advertisment

ପିସିସି ସଭାପତି ମଙ୍ଗ ଧରିବା ପରେ ଭକ୍ତ ଦାସ ଦଳ ଛାଡିଥିବା ନେତାଙ୍କୁ ପୁଣି ଫେରି ଆସିବାକୁ ଆହ୍ବାନ ଦେଇଛନ୍ତି। ତେଣୁ ଭକ୍ତ ଜଣେ ଅନୁଭବୀ ନେତା ,ସମସ୍ତଙ୍କୁ ଏକାଠୀ ନେଇ କାମ କରିବାକୁ ଚାହିଁଛନ୍ତି  । କଂଗ୍ରେସର ଭବିଷ୍ୟତରେ ଭଲ ବୋଲି ପ୍ରଫୁଲ୍ଲ କହି ପରୋକ୍ଷରେ ବିଜେଡି ଛାଡିବା ନେଇ ବି ସଙ୍କେତ ଦେଇଛନ୍ତି।  

ଅଧିକ ପଢ଼ନ୍ତୁ: ଭକ୍ତ ଦାସଙ୍କ ବଡ଼ ନିଷ୍ପତ୍ତି, ସବୁ ନେତାଙ୍କ ଉପରୁ ବହିଷ୍କାର ଓ ନିଲମ୍ବନ ପ୍ରତ୍ୟାହାର

Advertisment

କଂଗ୍ରେସରୁ ଆସିଥିବା ନେତାଙ୍କୁ ବିଜେଡିରେ ଗୁରୁତ୍ବ ମିଳୁନି। ନିର୍ବାଚନରେ ଦଳ କ୍ଷମତାଚ୍ୟୁତ ପରେ ଏହି ନେତା ମାନେ ଏବେ ଏକଘରକିଆ ହୋଇପଡିଛନ୍ତି। ତେଣୁ ନୁଆ ପିସିସି ମୁଖିଆ ଭକ୍ତ ଦାସଙ୍କ ଡାକରା ସେମାନଙ୍କୁ ସଞ୍ଜିବନୀ ଦେଇଛି। ନିଜ ରାଜନୈତିକ କ୍ୟାରିଅରକୁ ସଜାଡିବା ପାଇଁ କଂଗ୍ରେସକୁ ଫେରିବାକୁ ଚିନ୍ତା କରିବାକୁ ବାଧ୍ୟ ହୋଇଛନ୍ତି । ପୂର୍ବତନ ବିଧାୟକ ଚିରଞ୍ଜୀବୀ ବିଶ୍ବାଳ, ସୌମ୍ୟରଞ୍ଜନ ପଟ୍ଟନାୟକ, ସୁରେନ୍ଦ୍ର ସିଂ ଭୋଇ, ପ୍ରଫୁଲ୍ଲ ମାଝୀ, ଅଂଶୁମାନ ମହାନ୍ତି, ପ୍ରକାଶ ବେହେରା ଓ ଭୂପିନ୍ଦର ସିଂଙ୍କ ଭଳି ପୁରୁଖା ନେତାଙ୍କ ନାଁ ଅଧିକ ଚର୍ଚ୍ଚାରେ । ସେମାନେ ବିଜେଡି ଛାଡି କଂଗ୍ରେସକୁ ଫେରି ପାରନ୍ତି। 

ଭକ୍ତ ରାଜ୍ୟ କଂଗ୍ରେସର ମୁଖିଆ ହେବା ପରେ ବିଜେଡି ପାଇଁ କାଳ ହୋଇଛି । କଂଗ୍ରେସର ବହୁ ବରିଷ୍ଠ ନେତା ପୂର୍ବରୁ ବିଜେଡିରେ ସାମିଲ ହୋଇଥିଲେ । ଆଉ ସେହି ନେତାମାନଙ୍କୁ ଦଳକୁ ଫେରାଇ ନେବାକୁ ଆହ୍ବାନ ଦେଇ ବିଜେଡିଆର ଟେନସନ୍‌ ବଢ଼ାଇଛନ୍ତି ।

ଅଧିକ ପଢ଼ନ୍ତୁ: ଫେରିଲେ ସୁର ... ଏବେ ପୁଣି ଶୁଭିବ ‘Congress Coming’

BJD Congress Politics Special Story
Advertisment
Advertisment