• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୁବନେଶ୍ୱରରେ ପହଞ୍ଚିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ମମତା ବାନାର୍ଜୀ । ଭୁବନେଶ୍ୱର ରୁ ସଡ଼କ ପଥରେ ମମତା ପୁରୀ ଯିବେ । ଆଜି ଓ କାଲି ପୁରୀରେ ରହିବେ । ଶ୍ରୀଜିଉଙ୍କୁ ଦର୍ଶନ କରିବେ । ୨୩ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ଙ୍କୁ ଭେଟି କୋଲକାତା ଫେରିଯିବେ ।

ତେବେ ମମତାଙ୍କ ପାଇଁ ପୁରୀରେ ନିର୍ମାଣ ନିବାସରେ ରାତ୍ରିଯାପନ କରିବାର ବ୍ୟବସ୍ଥା କରାଯାଇଛି । ଆସନ୍ତାକାଲି ଅପରାହ୍ନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି । ଆସନ୍ତାକାଲି ବି ସେ ପୁରୀରେ ରାତ୍ରିଯାବନ କରିବେ । ତା ପରଦିନ ୨୩ ତାରିଖରେ ଭୁବନେଶ୍ୱର ଯାଇ ସନ୍ଧ୍ୟା ସମୟରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି । ପ୍ରୋଟୋକଲ ଅନୁସାରେ ସମସ୍ତ ପ୍ରକାର ସୁରକ୍ଷା ବ୍ୟବସ୍ଥା କରାଯାଇଛି । ପଶ୍ଚିମବଙ୍ଗ ପୋଲିସ ଏବଂ କମିଶନରେଟ ସହ ଆଲୋଚନା କରାଯାଇ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ଶ୍ରୀଜଗନ୍ନାଥଙ୍କୁ ଦର୍ଶନ ସମୟରେ ସମସ୍ତ ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହିବେ ବୋଲି କହିଛି ଜିଲ୍ଲା ପ୍ରସାଶନ । ମୁଖ୍ୟମନ୍ତ୍ରୀ ମମତାଙ୍କ ଗସ୍ତ ଲାଗି ପୁରୀ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ତା କରାଯାଇଥିବା କହିଛନ୍ତି ଏସ୍‌ପି ।