Advertisment

ଭୁବନେଶ୍ବର ବିଜେଡିରେ ଫାଟ ! 'ଦଳବଦଳ କରିପାରନ୍ତି କର୍ପୋରେଟର'

ବିଜେଡିରେ ଫାଟ ଆଶଙ୍କା । ବିଜେଡି କର୍ପୋରେଟର ଅମରେଶ ଜେନାଙ୍କ ଇଙ୍ଗିତ ପରେ ଏଭଳି ଚର୍ଚ୍ଚା ଏବେ ଜୋର ଧରିଛି।

author-image
Sujit kumar Swain
ଅଦ୍ୟତନ ହୋଇଛି
Will Internal BMC Conflict Create Problems For BJD

BJD

ଭୁବନେଶ୍ବର ବିଜେଡିରେ ଫାଟ ଆଶଙ୍କା । ବିଜେଡି କର୍ପୋରେଟର ଅମରେଶ ଜେନାଙ୍କ ଇଙ୍ଗିତ ପରେ ଏଭଳି ଚର୍ଚ୍ଚା ଏବେ ଜୋର ଧରିଛି। ବିଏମସିର କିଛି ବିଜେଡି କର୍ପୋରେଟର ଦଳ ବଦଳ କରିବା ସମ୍ଭାବନା ଥିବା ସେ ଅଭିଯୋଗ କରିଛନ୍ତି। 

Advertisment

ଆଉ ଏଭଳି ପରିସ୍ଥିତି ପାଇଁ ଅମରେଶ ସିଧାସଳଖ ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡା ଓ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କୁ ଟାର୍ଗେଟ କରିଛନ୍ତି । ଉଭୟ ଅଶୋକ-ଅନନ୍ତ, କର୍ପୋରେଟର ମାନଙ୍କୁ ଭାଗ ଭାଗ କରୁଛନ୍ତି । ଏପରକି କିଛି କର୍ପୋରେଟରଙ୍କୁ ଘରକୁ ଡ଼ାକି ବେଲପତ୍ର ଛୁଆଁଇ ଶପଥ କରୁଥିବା ଅମରେଶ କହିଛନ୍ତି । ଯେଉଁଥି ପାଇଁ ବିଜେଡିର କର୍ପୋରେଟରମାନେ ବିଜେପିରେ ମିଶିବା ସମ୍ଭାବନା ବଢିଥିବା ସେ ସନ୍ଦେହ କରିଛନ୍ତି।

ଅଧିକ ପଢ଼ନ୍ତୁ: ଥମୁନି ରାହୁଲ ବୟାନ୍‌ ଝଡ଼; କଡ଼ା ଭର୍ସନା କଲେ ମନମୋହନ, କହିଲେ ...

ବିଜେଡି କ୍ଷମତାରୁ ଯିବା ପରେ ଉଭୟ ନେତା ନିଜର ପତିଆରା ଜାହିର ପାଇଁ ଏପରି ଷଡ଼ଯନ୍ତ୍ର କରୁଛନ୍ତି। ଯାହାକି ଆଗାମୀ ଦିନରେ ବିଜେପିକୁ ସୁହାଇବ ଓ ବିଜେଡି କର୍ପୋରେଟରଙ୍କୁ ନିଜ ସପକ୍ଷରେ ଆଣିବାକୁ ସହଜ ହେବ ବୋଲି ଅଭିଯୋଗ କରିଛନ୍ତି ଅମରେଶ। 

Advertisment

ସେପଟେ ଅମରେଶଙ୍କ ଅଭିଯୋଗ ନେଇ ଅଶୋକ ପଣ୍ଡାଙ୍କ ପ୍ରତିକ୍ରିୟା ମିଳିପାରିନି । ତେବେ ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନା କହିଛନ୍ତି, ଯିଏ କହୁଛି ଭୁବନେଶ୍ବର ବିଜେଡି ଦୁଇ ଫାଳ ହୋଇଯିବ ତାହା ଦୁର୍ଭାଗ୍ୟଜନକ । ସେ ନିଜ ଖୁସି ପାଇଁ କହିଥିବେ । ବିଜେଡି କର୍ପୋରେଟର ଯଦି ବିଜେପି ଯିବା କଥା କହୁଛନ୍ତି, ସେମାନେ ଆଇନ ବିଷୟରେ ଜାଣି ନ ଥିବେ । କାହାକୁ ଦଳ ଭିତରେ ଅବହେଳା କରାଯାଇନାହିଁ ।

ଅଧିକ ପଢ଼ନ୍ତୁ: ସଂକଳ୍ପ ପତ୍ରର ପ୍ରତି କଥାକୁ ପାଳନ କରିବୁ: ମନମୋହନ ସାମଲ

BJD BMC
Advertisment
Advertisment