Advertisment

Attack on Himanshu Sahoo: ହିମାଂଶୁଙ୍କ ଉପରେ ଆକ୍ରମଣକୁ ନେଇ ହଇଚଇ, ପୁଣି ବବିଙ୍କୁ ଦାୟୀ କଲେ ଧର୍ମଶାଳା ବିଧାୟକ

ଯାଜପୁର ବୁଢ଼ାପୋଲ ଛକ ଉପରେ ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କ ଉପରେ ଏଭଳି ମରଣାନ୍ତକ ଆକ୍ରମଣ ପଛର କାରଣ କ'ଣ ? ଯାଜପୁରରେ ଗଡ଼ ଭୁଶୁଡ଼ିବା ପରେ ରକ୍ତମୁଖା ହୋଇଛି କି ବିଜେଡି ?

undefined

ଗଡ଼ ଭୁଶୁଡ଼ିବା ପରେ ରକ୍ତମୁଖା ବିଜେଡି ?

Advertisment

ଯାଜପୁରରେ ଗଡ଼ ଭୁଶୁଡ଼ିବା ପରେ ରକ୍ତମୁଖା ହୋଇଛି କି ବିଜେଡି । ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କ ଉପରେ ମରଣାନ୍ତଙ୍କ ଆକ୍ରମଣକୁ ନେଇ ହଇଚଇ। ବିଧାୟକ ହିମାଂଶୁ ତାଙ୍କ ଉପରେ ଆକ୍ରମଣ ଘଟଣାରେ ଆଜି ପୁଣି ସାଧାସଳଖ ବବି ଦାସଙ୍କୁ ଦାୟୀ କରିଛନ୍ତି। ଏଥିସହ ଆଇନ ତା ବାଟରେ ଯିବ, ଆକ୍ରମଣରେ ସଂପୃକ୍ତ ସମସ୍ତେ ଗିରଫ ହେବେ ବୋଲି ବୋଲି ବି ଚେତାଇ ଦେଇଛନ୍ତି ହିମାଂଶୁ ।

Advertisment

ଚିନ୍ତା ଉଦ୍ରେକକାରୀ ଦୃଶ୍ୟ...ଶାସକ ଦଳର ଜଣେ ସିଟିଂ ଏମଏଲ୍ଏଙ୍କ ଉପରେ ସଂଘବଦ୍ଧ ଆକ୍ରମଣ...ବିରଜା ପ୍ରକଳ୍ପ ପାଇଁ ଆନ୍ଦୋଳନ ବେଳେ ରାସ୍ତା ଉପରେ ଉପଦ୍ରବୀଙ୍କ ଆତଙ୍କରାଜ...ଠେଙ୍ଗାବାଡ଼ି ଧରି ବିଧାୟକଙ୍କ ଗାଡ଼ି ଉପରେ ହମଲା, ଭଙ୍ଗାରୁଜା...ଗାଡ଼ି ଭିତରେ ଆତଙ୍କିତ, ଅସହାୟ ବିଧାୟକ । ୨୦ରୁ ୨୫ ମିନିଟ୍ ଧରି ଯେମିତି ଭିଡ଼ତନ୍ତ୍ର ନିୟନ୍ତ୍ରଣରେ ଥିଲା ପୂରା ଅଞ୍ଚଳ । ପୋଲିସ୍ ପହଞ୍ଚିବାରେ ଆଉ ଟିକେ ବିଳମ୍ବ ହୋଇଥିଲେ ହୁଏତ କିଛି ବି ହୋଇ ପାରିଥାନ୍ତା ।

ଅଧିକ ପଢ଼ନ୍ତୁ: ବିରଜା ହାଟକୁ ନେଇ ମୁହାଁମୁହିଁ ସପକ୍ଷବାଦୀ-ବିପକ୍ଷବାଦୀ; ଜାଣନ୍ତୁ କ’ଣ ଏହି ବିବାଦ...

Advertisment

ତେବେ ଯାଜପୁର ବୁଢ଼ାପୋଲ ଛକ ଉପରେ ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କ ଉପରେ ଏଭଳି ମରଣାନ୍ତକ ଆକ୍ରମଣ ପଛର କାରଣ କ'ଣ ? ଯାଜପୁରରେ ଗଡ଼ ଭୁଶୁଡ଼ିବା ପରେ ରକ୍ତମୁଖା ହୋଇଛି କି ବିଜେଡି ? ଦବଦବା କମୁଥିବାରୁ ହିଂସାର ରାସ୍ତା ବାଛିଛନ୍ତି କି ବବି ଦାସ ? କାରଣ ଗତକାଲିର ଘଟଣା ପରେ ଖୋଦ୍ ବବିଙ୍କ ଭାଇ ଭବପ୍ରକାଶ ଦାସ ବି ଆନ୍ଦୋଳନକାରୀମାନଙ୍କୁ ବିଧାୟକ ଆକ୍ରୋଶମୂଳକ ଭାବେ କହିବାରୁ ଲୋକେ କ୍ଷୁବ୍ଧ ହୋଇ ତାଙ୍କୁ ଆକ୍ରମଣ କରିଥିବା ଏବଂ ଏଥିପାଇଂ ବ୍ୟକ୍ତିଗତ ଭାବେ ମୁଁ ତାଙ୍କୁ କ୍ଷମା ପ୍ରାର୍ଥନା କରିଥିବା ବି କହିଥିଲେ । ଏପରିକି ଖୋଦ୍ ପ୍ରଣବ ପ୍ରକାଶ ଦାସ ମଧ୍ୟ ଆକ୍ରମଣ ଘଟଣାକୁ ନିନ୍ଦା କରି ଭାଇକୁ କହିଛି ଥାନାରେ ଯାଇ ବସିବାକୁ ବୋଲି ମନ୍ତବ୍ୟ ରଖିଥିଲେ । ତେଣୁ ଉପସ୍ଥିତି ଜାହିର କରିବାର ପ୍ରୟାସରେ ଏ ଗୁଣ୍ଡାରାଜ ନୁହେଁ ତ ?

ଏସବୁ ପ୍ରଶ୍ନ ଭିତରେ ଗତକାଲିର ଏ ଆକ୍ରମଣ ପାଇଁ ପୁଣି ସିଧାସଳଖ ବବି ଦାସଙ୍କୁ ଦାୟୀ କରିଛନ୍ତି ବିଧାୟକ ହିମାଂଶୁ । କାଲିର ଆକ୍ରମଣ ବୃତ୍ତାନ୍ତ ଦୋହରାଇ କହିଛନ୍ତି ଆକ୍ରମଣ ବେଳେ ବିଜେଡି ଯୁବ ସଭାପତି ଓ କିଛି ଲୋକ ମୋତେ ମାରିବାକୁ ଧମକ ଦେଇଥିଲେ । ବବି ଦାସ ପଠାଇଛନ୍ତି ବିଜେପିର କାହାକୁ ଯାଜପୁରରେ ପୂରାଇ ଦେବୁନି ବୋଲି କହିଲେ । ବିଜେଡିର ଗୁଣ୍ଡାରାଜରେ ଯାଜପୁରବାସୀ ଭୟଭୀତ । ତେଣୁ ଘଟଣାରେ ଯେଉଁମାନେ ସଂପୃକ୍ତ ସମସ୍ତେ ନିଶ୍ଚିତ ଗିରଫ ହେବେ, ଆଇନ ତା ବାଟରେ ଯିବ ବୋଲି କହିଛନ୍ତି ହିମାଂଶୁ ।

Advertisment

ଅଧିକ ପଢ଼ନ୍ତୁ: ବଦ୍ରି ଖୋଲିଲେ ବିଜେଡି ନେତାଙ୍କ ଗୁମର; କହିଲେ, ୫ ବର୍ଷ ପୂର୍ବରୁ ସରକାର ଗଠନ ଅବାସ୍ତବ ଚିନ୍ତାଧାରା

ହେଲେ କାହିଁକି ଆରମ୍ଭ ହେଲା ଏ ଗଣ୍ଡଗୋଳ ? ଯାଜପୁର ବିରଜା ହାଟ ପ୍ରସଙ୍ଗକୁ ନେଇ ହିଁ ଏତେ ନାଟ । କାରଣ ବହୁ ବର୍ଷ ପୂର୍ବରୁ ବିରଜା ମନ୍ଦିର ନିକଟରେ ଚାଲି ଆସୁଥିବା ବିରଜା ହାଟକୁ ପୂର୍ବ ସରକାର ଅମଳରେ ବିରଜା ପ୍ରକଳ୍ପ ପାଇଁ ଏହାକୁ ସନ୍ଥ ମାଧବ ନିକଟକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ସେଠି ଭଲ ବ୍ୟବସାୟ ହେଉ ନଥିବା ନେଇ ବାରମ୍ବାର ବ୍ୟବସାୟୀଙ୍କ ଅଭିଯୋଗରୁ ପୁଣି ହାଟକୁ ପୂର୍ବସ୍ଥାନକୁ ଫେରାଇ ଅଣାଯିବାକୁ ନିଷ୍ପତ୍ତି ହୋଇଥିଲା । ଯାହାକୁ ନେଇ ତିଆରି ହୋଇଯାଇ ଥିଲେ ଦୁଇ ଗୋଷ୍ଠୀ ।

ଗୋଟିଏ ଗୋଷ୍ଠୀ ପୂର୍ବ ସ୍ଥାନକୁ ହାଟ ଫେରିବା ଚାହୁଁଥିବା ବେଳେ ଅପର ଗୋଷ୍ଠୀ ବିରଜା ପ୍ରକଳ୍ପକୁ ଭଣ୍ଡୁର କରାଯିବାର ଉଦ୍ଦେଶ୍ୟ କହି ଏହାର ବିରୋଧ କରୁଥିଲେ । କୁହାଯାଉଛି ବିରୋଧ କରୁଥିବା ଗୋଷ୍ଠୀଙ୍କ ପଛରେ ରହିଛି ବବି ଦାସଙ୍କ ପ୍ରଚ୍ଛଦ ସମର୍ଥନ । ସେଇଥିପାଇଁ ଆଜି ହାଟ ସ୍ଥାନାନ୍ତର ପାଇଁ ପ୍ରଶାସନର ନିଷ୍ପତ୍ତି ବିରୋଧରେ ଗତକାଲି ରାସ୍ତାରୋକ ବେଳେ ଘଟିଥିଲା ଏ ତୁମୁଳକାଣ୍ଡ । ଆଉ ବିଧାୟକଙ୍କ ଗାଡ଼ି ସେଇ ରାସ୍ତା ଦେଇ ଅତିକ୍ରମ କରିବା ବେଳେ ହୋଇଥିଲା ଏ ମରଣାନ୍ତକ ଆକ୍ରମଣ ।

ଅପରପକ୍ଷେ ବିବାଦ ଓ ମୁହାଁମୁହିଁ ସ୍ଥିତିକୁ ଦେଖି ଆଜି ହେବାକୁ ଥିବା ହାଟ ସ୍ଥାନାନ୍ତରକୁ ପ୍ରଶାସନ ସାମୟକ ଭାବେ ସ୍ଥଗିତ ରଖିଛି । ଉତ୍ତେଜନା ଦେଖି ବ୍ୟାପକ ପୋଲିସ ମୁତୟନ କରାଯାଇଛି । ହାଟ ପାଇଁ ଏତେ ନାଟ ଓ ବିଧାୟକଙ୍କୁ ଆକ୍ରମଣ ଘଟଣାକୁ ନେଇ ଯାଜପୁର ଉଠୁଥିବା ପଡୁଥିବା ବେଳେ ଆକ୍ରମଣ ମାମଲାରେ ଗିରଫ ୧୦ ଜଣଙ୍କୁ ଆଜି ଜେଲ୍ ହାଜତକୁ ପଠାଯାଇଛି ।

BJD BJP
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ