/odishatv-khabar/media/post_attachments/uploadimage/library/16_9/16_9_0/IMAGE_1665488213.jpg)
Sura Routray
କଳିଙ୍ଗ ଷ୍ଟାଡିୟମରେ ବିଧାୟକ ସୁର ରାଉତରାୟଙ୍କୁ ଅପମାନ। ଭୁବନେଶ୍ୱର ରେ ଆୟୋଜିତ U-17 ଫୁଟବଲ ବିଶ୍ୱକପ ଦେଖିବାକୁ ଯାଇଥିବା ବେଳେ ସୁରଙ୍କୁ ଅପମାନ ହୋଇଛି। ସରକାରୀ ପାସ୍ ପାଇଥିବା ସତ୍ତ୍ୱେ ସୁରଙ୍କୁ ଷ୍ଟାଡିୟମରେ ପୂରାଇ ଦେଲେନି। ଜଣେ ବିଦେଶୀ ସୁରକ୍ଷାକର୍ମୀ ସୁରଙ୍କୁ ଅପମାନିତ କରିଥିବା ଅଭିଯୋଗ ହୋଇଛି। ପାସ୍ରେ ପଶି ହେବନି ବୋଲି ସୁରକ୍ଷା କର୍ମୀ ରୋକଠୋକ୍ ମନାକରିଦେଇଥିଲେ। ଏମିତିକି ତାଙ୍କ ବାହୁ ଭିଡ଼ି ବାହାର କରିଦେଇଥିବା ସୁର ଅଭିଯୋଗ କରିଛନ୍ତି।
ଆଥଲେଟିକ ଆସୋସିଏସନ ସଭାପତି ଭାବେ ପାସ୍ ପାଇଥିଲେ ସୁର। ଏଭଳି ଘଟଣା ପାଇଁ ସରକାରକୁ ଦୋଷାରୋପ କରିଛନ୍ତି ବିଧାୟକ ସୁର ରାଉତରାୟ। ଏଥିପାଇଁ ନବୀନ ସରକାର, ମ୍ୟାନେଜମେଣ୍ଟ ଦାୟୀ ବୋଲି ସେ କହିଛନ୍ତି।
ବିଧାୟକ ସୁର ରାଉତରାୟଙ୍କୁ ଅପମାନ, ବାହୁ ଭିଡ଼ି ବାହାର କରିଦେଲେ ସୁରକ୍ଷାକର୍ମୀ !#Odisha#SuraRoutray#KalingaStadiumpic.twitter.com/ax3YzZ0nAo
— ଓଟିଭି (@otvkhabar) October 11, 2022
ଏନେଇ ସୁର ଅଭିଯୋଗ କରିଛନ୍ତି ଯେ 'ମୋତେ ମ୍ୟାଚ୍ ଦେଖିବା ପାଇଁ ପାସ୍ ମିଳିଥିଲା। ହେଲେ ଭିତରକୁ ଯିବା ସମୟରେ ଜଣେ ବିଦେଶୀ ସୁରକ୍ଷାକର୍ମୀ ବାହାର କରିଦେଥିଲା। କେବଳ ସେତିକି ନୁହେଁ, ମୋ ବାହୁକୁ ଭିଡ଼ି ବାହାର କରିଦେଲା। କେବଳ ଓଡ଼ିଶା ର ସମ୍ମାନ ରକ୍ଷା ପାଇଁ ମୁଁ ଚୁପ୍ ରହିଲି। ମୁଁ ଜଣେ ଫୁଟବଲ ଖେଳାଳି। ଖେଳ ଦେଖିବା ପାଇଁ ସରକାରଙ୍କ ତରଫରୁ ପାସ୍ ମିଳିଥିଲା, ଏହାକୁ ସେମାନେ ମନା କରିଦେଇଥିଲେ।'
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)