Advertisment

Won't Tolerate Any Kind of Indiscipline? ବିରୋଧୀ ଦଳଙ୍କୁ ବାଚସ୍ପତିଙ୍କ ଚେତାବନୀ, ବିଶୃଙ୍ଖଳା କଲେ...

ସରକାରୀ ଦଳ ବଜେଟ ଉପସ୍ଥାପନ କରିବେ। ବିରୋଧୀ ଦଳଙ୍କର ଯଦି କୌଣସି ବିଷୟ ଉପସ୍ଥାପନ କରିବାର ଅଛି, ତାହାହେଲେ ଗଠନ ମୂଳକ ପରାମର୍ଶ ଦେଲେ, ତାହା ନିଶ୍ଚିତ ଭାବେ ଉପାଦେୟ ହେବ। ଯଦି ବିରୋଧୀମାନେ ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କରନ୍ତି, ତାହାହେଲେ ଚଳିତ ବିଧାନସଭାରେ ତାକୁ ବରଦାସ୍ତ କରାଯିବ ନାହିଁ।

ଅଦ୍ୟତନ ହୋଇଛି
BJP

BJP

Advertisment

ଫେବ୍ରୁଆରୀ ୧୩ରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭା ଅଧିବେଶନ। ତା’ ପୂର୍ବରୁ ଶାସକ ବିଜେପିକୁ ଘେରିବା ପାଇଁ ରାଜ୍ୟର ଦୁଇ ପ୍ରମୁଖ ରାଜନୈତିକ ଦଳ ବିଜେଡି ଓ କଂଗ୍ରେସ ରଣନୀତି ତିଆରି କରିବାରେ ଲାଗିଛନ୍ତି। ଶାସକ ଦଳକୁ ଅକଳରେ ପକାଇବା ପାଇଁ ଘନ ଘନ ବୈଠକ କରି ଯୋଜନା ପ୍ରସ୍ତୁତ କରୁଛନ୍ତି। ହେଲେ ତା’ପୂର୍ବରୁ ବିରୋଧୀ ଦଳ ନେତାଙ୍କୁ ଚେତାବନୀ ଦେଇଛନ୍ତି ଓଡ଼ିଶା ବିଧାନସଭା ବାଚସ୍ପତି ସୁରମା ପାଢ଼ୀ। ବିରୋଧୀଙ୍କ ବିଶୃଙ୍ଖଳିତ ଆଚରଣ କେବେ ବରଦାସ୍ତ କରାଯିବ ନାହିଁ ବୋଲି ରୋକ୍‌ଠୋକ୍‌ ଭାବେ ଶୁଣାଇ ଦେଇଛନ୍ତି।

Advertisment

ଗଣମାଧ୍ୟମକୁ ସୂଚନା ଦେଇ ବାଚସ୍ପତି ସୁରମା ପାଢ଼ୀ କହିଛନ୍ତି, ସରକାରୀ ଦଳ ବଜେଟ ଉପସ୍ଥାପନ କରିବେ। ବିରୋଧୀ ଦଳଙ୍କର ଯଦି କୌଣସି ବିଷୟ ଉପସ୍ଥାପନ କରିବାର ଅଛି, ତାହାହେଲେ ଗଠନ ମୂଳକ ପରାମର୍ଶ ଦେଲେ, ତାହା ନିଶ୍ଚିତ ଭାବେ ଉପାଦେୟ ହେବ। ଯଦି ବିରୋଧୀମାନେ ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କରନ୍ତି, ତାହାହେଲେ ଚଳିତ ବିଧାନସଭାରେ ତାକୁ ବରଦାସ୍ତ କରାଯିବ ନାହିଁ। ବିରୋଧୀ ଦଳର ନେତାମାନେ ଗଠନ ମୂଳକ ପରାମର୍ଶ ଦିଅନ୍ତୁ। ବିରୋଧୀ ଦଳର ଭୂମିକା ନିଭାନ୍ତୁ ବୋଲି ଶ୍ରୀମତୀ ପାଢ଼ୀ କହିଛନ୍ତି।

ଅଧିକ ପଢ଼ନ୍ତୁ: ଖୋଲୁଛି ରାସନ କାର୍ଡ ଦୁର୍ନୀତି ଗୁମର; ପ୍ରତି ବ୍ଲକ୍‌ରେ ଶତାଧିକ ଅଯୋଗ୍ୟ ହିତାଧିକାରୀ

Advertisment

ବାଚସ୍ପତିଙ୍କ ବୟାନର ଜବାବ ଦେଇଛନ୍ତି ବିଜେଡି ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ। ସେ କହିଛନ୍ତି, ନାଲି ଆଖି ଦେଖାଇଲେ, ବିରୋଧୀ ଦଳର ସ୍ୱର କେବେ ବନ୍ଦ ହେବନାହିଁ। ଲୋକଙ୍କ ସ୍ୱରକୁ ବିରୋଧୀ ଦଳ ଯେମିତି ବିଧାନସଭାରେ ଉପସ୍ଥାପନ କରିବା କଥା କରିବ। ସରକାରଙ୍କ ସବୁ ଦୋଷ ଓ ତ୍ରୁଟିକୁ ଉପସ୍ଥାପନ କରିବ। କାହାର ନାଲି ଆଖି ବା ଭୟରେ ବିରୋଧୀ ଦଳ କେବେହେଲେ ଚାପି ଯିବନାହିଁ ବୋଲି ପ୍ରମିଳା ମଲ୍ଲିକ କହିଛନ୍ତି।

ସୂଚନାରୁ ପ୍ରକାଶ, ଫେବ୍ରୁଆରୀ ୧୩ ତାରିଖରୁ ସପ୍ତଦଶ ବିଧାନସଭାର ତୃତୀୟ ଅଧିବେଶନ ଆରମ୍ଭ ହେବ। ପ୍ରଥମ ଦିନ ରାଜ୍ୟପାଳ ଅଭିଭାଷଣ ପ୍ରଦାନ କରିବେ। ୧୪ ଓ ୧୫ ତାରିଖରେ ଅଭିଭାଷଣ ସମ୍ପର୍କରେ ଆଲୋଚନା ହେବ। ଚଳିତ ବିଧାନସଭାରେ ୨୮ ଦିନ କାର୍ଯ୍ୟକାରୀ ସ୍ଥିର ହୋଇଛି। ଏହାରି ଭିତରେ ୩ ଦିନ ସରକାରୀ ଓ ୩ ଦିନ ବେସରକାରୀ କାର୍ଯ୍ୟକ୍ରମ ରଖାଯାଇଛି। ବଜେଟ ଆଗତ ହେବ। ଏହା ଉପରେ ମଧ୍ୟ ଆଲୋଚନା ହେବ। ବଜେଟ ସମ୍ପର୍କରେ ସ୍ୱତନ୍ତ୍ର ଭାବରେ ନିରୀକ୍ଷଣ କରିବା ପାଇଁ ୨୨ ତାରିଖରୁ ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାୟୀ କମିଟି ଦ୍ଵାର ଆଲୋଚନା ହେବ। ୭ ମାର୍ଚ୍ଚରେ ସ୍ଥାୟୀ କମିଟି ଦ୍ଵାରା ରିପୋର୍ଟ ଉପସ୍ଥାପିତ ହେବ। ମାର୍ଚ୍ଚ ୧୦ ତାରିଖଠାରୁ ଖର୍ଚ୍ଚ ଦାବି ସମ୍ପର୍କରେ ଆଲୋଚନା ହେବ। ଏହାପରେ ୨୯ ତାରିଖରେ ବିନିଯୋଗ ବିଲ ଉପରେ ଉପସ୍ଥାପନା ହେବ।

Advertisment

ଅଧିକ ପଢ଼ନ୍ତୁ:ନବ ଦାସ ହତ୍ୟାକାଣ୍ଡ: ନିଷ୍ପତ୍ତି ଖୁବ୍‌ ଶୀଘ୍ର

BJD BJP Congress Odisha Assembly
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ