Advertisment

ଅର୍ଚ୍ଚନା ମାମଲାରେ ସରକାରଙ୍କୁ ଭକ୍ତଙ୍କ ଟାର୍ଗେଟ୍ ! କହିଲେ ସତ୍‌ସାହସ ଅଛି ତ ସରକାର ଭାଙ୍ଗି ନର୍ବାଚନ କରାନ୍ତୁ

ଅନ୍ୟ ରାଜ୍ୟରେ ଏଭଳି ହୋଇଥିଲେ ମୁଖ୍ୟମନ୍ତ୍ରୀ ଇସ୍ତଫା ଦେଇସାରନ୍ତେଣି । କିନ୍ତୁ ଆମ ରାଜ୍ୟରେ ସେମିତି କିଛି ଦେଖିବାକୁ ମିଳୁନି ।

ଅଦ୍ୟତନ ହୋଇଛି
Bhakta Das

Bhakta Das

Advertisment

`ମାମଲାରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ଭକ୍ତ ଦାସ । ବରିଷ୍ଠ କଂଗ୍ରେସ ନେତା ତଥା ବିହାର ପ୍ରଭାରୀ ଭକ୍ତ ଦାସଙ୍କ ସରକାରଙ୍କୁ ନେଇ କଡ଼ା ମନ୍ତବ୍ୟ । ସେ କହିଛନ୍ତି ଘଟଣାରେ ୨୩ ବିଜେଡି ବିଧାୟକ, ୪ ମନ୍ତ୍ରୀ ସଂପୃକ୍ତ ଥିବା ଚର୍ଚ୍ଚା ହେଉଛି । କିନ୍ତୁ ସବୁ ଚୁପ୍‌ । ଅନ୍ୟ ରାଜ୍ୟରେ ଏଭଳି ହୋଇଥିଲେ ମୁଖ୍ୟମନ୍ତ୍ରୀ ଇସ୍ତଫା ଦେଇସାରନ୍ତେଣି । କିନ୍ତୁ ଆମ ରାଜ୍ୟରେ ସେମିତି କିଛି ଦେଖିବାକୁ ମିଳୁନି ।

Advertisment

ତେବେ ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ କାହିଁକି ଚୁପ୍ ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀ ଦାସ ? ସଂପୃକ୍ତ ମନ୍ତ୍ରୀ, ବିଧାୟକଙ୍କୁ କାହିଁକି ବିଦା କରୁନାହାନ୍ତି ମୁଖ୍ୟମନ୍ତ୍ରୀ ? ସତ୍‌ସାହସ ଅଛି ତ ଅଭିଯୁକ୍ତଙ୍କୂ ବାନ୍ଧି, ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ । ମୁଖ୍ୟମନ୍ତ୍ରୀ ଇସ୍ତଫା ଦେଇ ଆଉଥରେ ନିର୍ବାଚନର ସାମ୍ନା କରନ୍ତୁ ବୋଲି ଆହ୍ୱାନ୍‌ ଦେଇଛନ୍ତି ଶ୍ରୀ ଦାସ । ସେ ଆହୁରି କହିଛନ୍ତି ବିରୋଧୀ ଠିକ୍ କାମ କରନ୍ତୁ । ଯେତେବେଳେ ବିରୋଧୀ ଠିକ୍ କାମ କରିବେ ସେତେବେଳେ ସରକାର ନିଶ୍ଚୟ ଭାଙ୍ଗିଯିବ ।

ଅଧିକ ପଢ଼ନ୍ତୁ: ଅର୍ଚ୍ଚନାର ନାଗଫାଶରେ ମାଳ ମାଳ ନେତା-ଠିକାଦାର-ଅଫିସର୍‌, ଟେର୍‌ ପାଇଲାନି ଗୁଇନ୍ଦା ବିଭାଗ

Advertisment

ଅନ୍ୟପଟେ, ମାୟାବିନୀ ଅର୍ଚ୍ଚନାର ନାଗଫାଶରେ ମାଳ ମାଳ ରାଜନେତା ଛନ୍ଦି ହେବା ବୋଧହୁଏ ରାଜ୍ୟରେ ପ୍ରଥମ । ୩୦ ବର୍ଷିୟା ଯୁବତୀର ମାୟାଜାଲରେ ପଡ଼ି ବାବୁ ଭାୟା ପ୍ରମାଦ ଗଣୁଥିବାବେଳେ ପାୱାର କରିଡର୍‌ରେ ସୃଷ୍ଟି ହୋଇଛି କମ୍ପନ । ନାଗ-ଚାନ୍ଦ ଦମ୍ପତ୍ତିଙ୍କର ବହୁ କୋଟିର ଆର୍ଥିକ କାରବାର, ମାଳ ମାଳ ନେତା ମନ୍ତ୍ରୀଙ୍କ ସଂପୃକ୍ତି ଏବଂ ସେମାନଙ୍କୁ ସୁହାଇଲା ଭଳି ପୋଲିସର ତଦନ୍ତ ପ୍ରକ୍ରିୟାକୁ ନେଇ ଏବେ ଗୋହି ଖୋଳାଖୋଳି ଶାସକ ଓ ବିରୋଧୀ । ରାଜ୍ୟର ସବୁଠୁ ବଡ଼ ଏହି ସେକ୍ସ ସ୍କାଣ୍ଡାଲରେ ବହୁକୋଟିର ଆର୍ଥିକ କାରବାର ହୋଇଥିବା ଅଭିଯୋଗ ଆଣି ପୋଲିସ ତଦନ୍ତର ଗତିକୁ ନେଇ କଂଗ୍ରେସବିଜେପି ପ୍ରଶ୍ନ ଉଠାଇଥିବାବେଳେ ନିଆଁ ଆଉ ଅଙ୍ଗାର ଉଦାହରଣ ଦେଇ ହାତ ଟେକିଦେଇଛି ବିଜେଡି

ପ୍ରଥମେ ହନିଟ୍ରାପ୍, ଆଉ ପରେ ବ୍ଲାକମେଲିଂର କଳାଧନ୍ଦାରେ ଛନ୍ଦି ହେଲେ, ଟଙ୍କା ଗଣିଲେ । ପ୍ରାୟ ୫ବର୍ଷ ଧରି ହନିଟ୍ରାପ୍ କୁଇନ୍ ଅର୍ଚ୍ଚନାର ଏହି କଳା ସାମ୍ରାଜ୍ୟ ଚାଲିଥିବାବେଳେ କେମିତି ଟେର୍ ପାଇଲାନି ପୋଲିସ ? ହାଇପ୍ରୋଫାଇଲ୍ ଲୋକଙ୍କ ଯାଆସ ଥିଲେ ବି କେମିତି ଜାଣିପାରିଲାନି ଗୁଇନ୍ଦା ବିଭାଗ ? ଯାହାକୁ ନେଇ ଲାଗିରହିଛି ପ୍ରଶ୍ନ । 

Advertisment

ଆଉ ସମାନ ପ୍ରଶ୍ନ ଉଠାଇ ଗତକାଲି ବିଜେପିର ବିକ୍ଷୋଭ ପରେ ଗର୍ଜିଥିଲା କଂଗ୍ରେସ । କାଳେ ବଡ଼ବଡ଼ିଆଙ୍କ ମୁଖା ଖୋଲିଯିବ, ସେହି ଚାପରେ ପୋଲିସ ତଦନ୍ତକୁ ବାଟବଣା କରୁଥିବା ଅଭିଯୋଗ ଆଣି ସିପିଙ୍କ ଅଫିସ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲା ଯୁବ କଂଗ୍ରେସ । ବରିଷ୍ଠ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ବି ଆଣିଛନ୍ତି ସଂଗୀନ ଅଭିଯୋଗ । କହିଛନ୍ତି ଅର୍ଚ୍ଚନା ମାମଲାରେ ୭୦ କୋଟି ଟଙ୍କାର କାରବାର ହୋଇଛି । ଯେଉଁଁଥିରେ ସଂପୃକ୍ତ ରହିଛନ୍ତି ବିଜେଡି ଓ ବିଜେପି ନେତା । ତେବେ ଛୋଟଛୋଟ କଥାରେ ସାମ୍ବାଦିକ ସମ୍ମିଳନୀ କରୁଥିବା ପୋଲିସ କାହିଁକି ଏ ସଂପର୍କରେ ତଥ୍ୟ ରଖୁନି ବୋଲି ପ୍ରଶ୍ନ ଉଠାଇବା ସହ SIT ଗଠନ କରି ହାଇକୋର୍ଟ ବିଚାରପତିଙ୍କ ଦ୍ୱାରା ତଦନ୍ତ ଦାବି କରିଛି କଂଗ୍ରେସ ।

BJD BJP Congress Odisha Politics Bhakta Das
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ