Advertisment

Odisha Congress: କିଏ ହେବେ ନୂଆ PCC ସଭାପତି, ମୋକିମ୍- ଶ୍ରୀକାନ୍ତ ନା ଭକ୍ତ ?

କାଲି ଦିନତମାମ AICC ନେତାଙ୍କ ମାନସ ମନ୍ଥନ ପରେ ବି ଚିତ୍ର ଅସ୍ପଷ୍ଟ । ନିଷ୍କର୍ସ ଆସିବା ଆଗରୁ ବାହାରିଲାଣି ନେତାଙ୍କ ଗୋଡ଼ ଟଣାଟଣି ରୋଗ ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
undefined

Odisha Congress

କିଏ ହେବେ PCC ସଭାପତି ? ପାଖାପାଖି ସାଢ଼େ ତିନିମାସ ଧରି ରାଜ୍ୟରେ ମୁରବୀଶୂନ୍ୟ ଥିବା କଂଗ୍ରେସକୁ ନୂଆ ମଙ୍ଗୁଆଳ ବାଛିବାକୁ AICC ନିର୍ଦ୍ଦେଶରେ କାଲି ଦୁଇ ଚୟନକାରୀ ଓଡ଼ିଶା ଆସିଥିଲେ । ହେଲେ ବୈଠକ ସାରି ସେମାନେ ଦିଲ୍ଲୀ ଯାଉ ଯାଉ ଏଠି ଦଳ ଭିତରେ ପୁଣି ଆରମ୍ଭ ହେଇଗଲାଣି ନେତାଙ୍କ ବଳ କଷାକଷି, ବୟାନବାଜି।

Advertisment

କିଏ ହେବେ ଓଡ଼ିଶା କଂଗ୍ରେସର ନୂଆ ମଙ୍ଗୁଆଳ ? ମହମ୍ମଦ ମୋକିମ୍ ? ଶ୍ରୀକାନ୍ତ ଜେନା ? ନା ଭକ୍ତ ଦାସ ? ଛତିଶଗଡ଼ର CLP ଲିଡର ଚରଣ ଦାସ ମହନ୍ତ ଓ AICC ସାଧାରଣ ସଂପାଦିକା ମୀନାକ୍ଷୀ ନଟରାଜନଙ୍କ ଉପସ୍ଥିତିରେ ମାନସ ମନ୍ଥନ ହେଲା। ଆଉ ନିଷ୍କର୍ଷ ଆସିବା ଆଗରୁ ମାଡ଼ିଲାଣି କି ସେଇ ଗୋଡ଼ ଟଣାଟଣି ରୋଗ ?

କୁହାଯାଉଛି ବୈଠକରେ ସର୍ବାଗ୍ରେ ଚର୍ଚ୍ଚାରେ ଥିଲାମହମ୍ମଦ ମୋକିମଙ୍କ ନାଁ। ମତ ଆସିଥିଲା- ବୟସ, ଅଭିଜ୍ଞତା, ଦଳକୁ ସମ୍ଭାଳିବାର କ୍ଷମତା ଓ ସମସ୍ତଙ୍କୁ ନେଇ ଚାଲିବାର ଦକ୍ଷତା ସବୁଥିରେ ଫିଟ୍ ମୋକିମ୍। ତେବେ ବୈଠକରେ ମୋକିମ୍‌ଙ୍କ ଝିଅ ବିଧାୟିକା ସୋଫିଆ ବାପାଙ୍କ ନାଁନେଇ ନଥିଲେ ବି ସେ ଜଣ ଦକ୍ଷ, ଯୁବ ଓ ଅଭିଜ୍ଞ ନେତାଙ୍କ ନାଁ ସୁପାରିଶ କରିଥିବା କହିଛନ୍ତି। ହେଲେ ମୋକିମ୍ ନାଁରେ ମାମଲା ଥିବା କହି ତାଙ୍କୁ ବିରୋଧ ଆଳରେ ଭକ୍ତଙ୍କ ନାଁ ସୁପାରିଶ କରିଥିବା କହିଛନ୍ତି ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତି ।

Advertisment

ମୋକିମଙ୍କ ଭଳି ପୂର୍ବତନ ପିସିସି ସଭାପତି ଭକ୍ତ ଚରଣ ଦାସ ଓ ଶ୍ରୀକାନ୍ତ ଜେନାଙ୍କ ନାଁ ଚର୍ଚ୍ଚା ହେଉଥିଲା ବେଳେ ଭକ୍ତ ନିଜ ସପକ୍ଷରେ ବ୍ୟାଟିଂ କରିଛନ୍ତି। କହିଛନ୍ତି- ମୁଁ ପୂର୍ବରୁ ଦୁଇ ଦୁଇଥର ପିସିସିକୁ ସମ୍ଭାଳି ସାରିଛି, ଲମ୍ବା ଅଭିଜ୍ଞତା ଅଛି, ଅର୍ଥ ନଥିଲେ ବି ଟିମ୍ ମ୍ୟାନେଜ୍ କରିବାର କ୍ଷମତା ଅଛି। ତେଣୁ ତାରା ତାଙ୍କ ନାଁ ସୁପାରିଶ କରିଥିବାରୁ ତାଙ୍କୁ ଧନ୍ୟବାଦ ଦେବାକୁ ବି ପଛାଇ ନାହାନ୍ତି ଭକ୍ତ।

ସେପଟେ ମାମଲାକୁ ନେଇ ଉଠୁଥିବା ବିବାଦ ଉପରେ ପ୍ରତିକ୍ରିୟା ରଖି କାହା ନାଁରେ କେଶ୍ ନାହିଁ ବୋଲି ପାଲଟା ପ୍ରଶ୍ନ କରିଛନ୍ତି ମୋକିମ୍। କହିଛନ୍ତି ଯିଏ ଲୋକଙ୍କ ସାଙ୍ଗରେ ଥାଏ, ତା ନାଁରେ କେଶ୍ ରହିବା ସ୍ୱାଭାବିକ। ଏଥିସହ ଯିଏ ପିସିସି ସଭାପତି ହେବ ତାଙ୍କୁ ସମସ୍ତେ ମାନିବେ ବୋଲି ବୈଠକରେ ରିଜୋଲ୍ୟୁସନ୍ ହୋଇଥିବା ନେଇ ସୂଚନା ଦେଇଛନ୍ତି ମୋକିମ୍। ରାଜନୈତିକ ସମୀକ୍ଷକଙ୍କ କହିବା କଥା ଯିଏ ବି ପିସିସି ସଭାପତି ହୁଅନ୍ତୁ କଂଗ୍ରେସ ପୁରୁଣା ରୋଗକୁ ଛାଡ଼ି ପାରିଲେ ହିଁ ଆଗକୁ ବଢ଼ିପାରିବ।

ପିସିସି ଚୟନ କମିଟି ବୈଠକ ପୂର୍ବରୁ କମିଟି ମୁଖ୍ୟ ସ୍ପଷ୍ଟ କହିଥିଲେ ଯେ ଲବି କାମ କରିବିନି। ତେଣୁ ଦଳର ରାଜ୍ୟ ମୁଖିଆ ଭାବେ ଚୟନ କମିଟି କାହା ନାଁ ସୁପାରିଶ କରୁଛନ୍ତି ଏବଂ ସେ ନାଁକୁ ରାଜ୍ୟ ନେତାଏ କିଭଳି ଗ୍ରହଣ କରୁଛନ୍ତି ଏବେ ତା ଉପରେ ନଜର।

BJD BJP Congress Odisha Politics
Advertisment
Advertisment