/odishatv-khabar/media/post_attachments/uploadimage/library/16_9/16_9_0/IMAGE_1730707095.jpg)
Who Will Be Next PCC President In Odisha
କିଏ ଧରିବ ରାଜ୍ୟ କଂଗ୍ରେସର ମଙ୍ଗ । କାହାକୁ ପିସିସି ସଭାପତି ବାଛିବେ ଶୀର୍ଷ ନେତୃତ୍ବ । ଏନେଇ ଆଜି ବସୁଛି ଗୁରୁତ୍ବପୂର୍ଣ୍ଣ ବୈଠକ । ପିସିସି କାର୍ଯ୍ୟାଳୟରେ ଏହି ବୈଠକ ବସିବ । PCC ଚୟନ କମିଟି ମୁଖ୍ୟ ଚରଣ ଦାସ ମହନ୍ତ ଏବଂ ମିନାକ୍ଷୀ ନଟରାଜନଙ୍କ ଉପସ୍ଥିତିରେ କଂଗ୍ରେସ ଷ୍ଟିୟରିଂ କମିଟିର ସମସ୍ଥ ୨୧ ସଦସ୍ୟଙ୍କ ସହ ୧୪ ଜଣ ବିଧାୟକଙ୍କୁ ନେଇ ଏହି ବୈଠକ ବସିବ।
ଅଧିକ ପଢ଼ନ୍ତୁ: ବିଜେଡି ଲିଙ୍କ୍ରେ ବିଜେପି ବିଧାୟକ! ‘ସରି ଆସୁଛି ଶଙ୍ଖ ଦଳ ଆୟୁ’: ଜୟନାରାୟଣ
ଆଜି ଏହି ବୈଠକ ତିନିଟା ଯାଏ ଚାଲିବ । ୩ଟା ରେ ବରିଷ୍ଠ କଂଗେସ ନେତା ଓ ପୂର୍ବତନ MLA ମାନଙ୍କ ସହ ହେବ ବୈଠକ। ଆସନ୍ତାକାଲି ଜିଲ୍ଲା ସଭାପତିଙ୍କୁ ନେଇ ହେବ ବୈଠକ । ଏନେଇ ଯେଉଁ ନେତାଙ୍କୁ ଚିଠି ହୋଇଛି ସେମାନେ ଉପସ୍ଥିତ ରହିବେ ।
୫ ତାରିଖରେ ମଧ୍ୟରେ କିଛି ବରିଷ୍ଠ ନେତାଙ୍କ ସହ ଆଲୋଚନା କରିବେ ଚରଣ ଦାସ ମହନ୍ତ ଓ ମିନାକ୍ଷୀ ନଟରାଜନ। ଦିଲ୍ଲୀ ଫେରି AICC ସଭାପତିଙ୍କୁ ଆଲୋଚନା ନେଇ ରିପୋର୍ଟ ଦେବାପରେ ଖୁବ୍ ଶିଘ୍ର ପିସିସି ସଭାପତି ଏବଂ ଅନ୍ୟାନ୍ୟ ପଦପଦବୀ ଘୋଷଣା କରିବ AICC ।
ସୂଚନାଯୋଗ୍ୟ ଯେ, ରାଜ୍ୟରେ ସାଧାରଣ ଓ ଲୋକସଭା ନିର୍ବାଚନ ଏକାସାଙ୍ଗରେ ହୋଇଥିଲା । ଏଥିରେ କଂଗ୍ରେସ ଆଖିଦୃଶିଆ ପ୍ରଦର୍ଶନ କରିପାରିନଥିଲା । ହେଲେ ପୂର୍ବ ନିର୍ବାଚନ ଅପେକ୍ଷା ଭଲ ସିଟ୍ ଜିତିଥିଲା । କିନ୍ତୁ ନିର୍ବାଚନ ପରେ ପିସିସି ସଭାପତି ପଦରୁ ଶରତ ପଟ୍ଟନାୟକଙ୍କୁ ହଟାଯାଇଥିଲା । ଏହାସହ ସମସ୍ତ କମିଟି ମଧ୍ୟ ଭଙ୍ଗ କରାଯାଇଥିଲା । ସେବେଠୁ ରାଜ୍ୟ କଂଗ୍ରେସ ମୁଖିଆ ବିହୀନ ରହିଛି । ତେଣୁ ଖୁବଶୀଘ୍ର ରାଜ୍ୟ ପିସିସିକୁ ନୂଆ ସଭାପତି ମିଳିବ ବୋଲି ଆଶା କରାଯାଉଛି । ୨୫ ବର୍ଷ ହେଲା କ୍ଷମତାଠାରୁ ଦୂରେଇ ରହିଛି କଂଗ୍ରେସ । ରାଜ୍ୟବାସୀଙ୍କ ଆସ୍ଥା ବିଶ୍ବାସ ସୃଷ୍ଟି କରିବାରେ ବିଫଳ ହୋଇଛି ଦଳ । ଓଡ଼ିଶାରେ ଦଳର ପ୍ରଦର୍ଶନ ଶୋଚନୀୟ ହୋଇଥିବାରୁ ଜଣେ ଦକ୍ଷ ସଙ୍ଗଠକଙ୍କୁ ମୁଖିଆ କରିବା ପାଇଁ ଉଦ୍ୟମ ଚାଲିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)