Advertisment

Pandian is actual vilian: ଭିଲେନ୍ ନୁହଁନ୍ତି ସସ୍ମିତ୍ ପାତ୍ର, ଖେଳ ପଛରେ ପାଣ୍ଡିଆନ

ୱାକଫ୍ ବିଲ୍ କୁ ନେଇ ବିଜେଡିର ୟୁଟର୍ଣ୍ଣ ପଛର ମୁଖ୍ୟ ଖେଳାଳି ସସ୍ମିତ ପାତ୍ର ନୁହଁନ୍ତି ବରଂ ମୁଖ୍ୟ ପରାମର୍ଶଦାତା। ଆଜି ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟଙ୍କ ଏଭଳି ବିସ୍ଫୋରଣ ବିଜେଡିରେ ସୃଷ୍ଟି କରିଛି ବଡ଼ କଂପନ। ନାଁ ନେଇ ନେଇ ସିଧା ପାଣ୍ଡିଆନଙ୍କୁ ନିଶାନା କରିଛନ୍ତି ଦେବାଶିଷ। ଏମିତିକି ୟା ପଛରେ ବିଜେପି ସହ ଡିଲ୍ ହୋଇଥିବା ଅଭିଯୋଗ ଆଣି, ବିଜେଡିକୁ ନିନ୍ଦିତ କରିଥିବା ବ୍ୟକ୍ତି ବିରୋଧରେ ଦଳ ସଭାପତି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ବି କହିଛନ୍ତି।

pandian

pandian

Advertisment

ୱାକଫ୍ ବିଲ୍ କୁ ନେଇ ବିଜେଡିର ୟୁଟର୍ଣ୍ଣ ପଛର ମୁଖ୍ୟ ଖେଳାଳି ସସ୍ମିତ ପାତ୍ର ନୁହଁନ୍ତି ବରଂ ମୁଖ୍ୟ ପରାମର୍ଶଦାତା। ଆଜି ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟଙ୍କ ଏଭଳି ବିସ୍ଫୋରଣ ବିଜେଡିରେ ସୃଷ୍ଟି କରିଛି ବଡ଼ କଂପନ। ନାଁ ନେଇ ନେଇ ସିଧା ପାଣ୍ଡିଆନଙ୍କୁ ନିଶାନା କରିଛନ୍ତି ଦେବାଶିଷ। ଏମିତିକି ୟା ପଛରେ ବିଜେପି ସହ ଡିଲ୍ ହୋଇଥିବା ଅଭିଯୋଗ ଆଣି, ବିଜେଡିକୁ ନିନ୍ଦିତ କରିଥିବା ବ୍ୟକ୍ତି ବିରୋଧରେ ଦଳ ସଭାପତି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ବି କହିଛନ୍ତି। ସେପଟେ ଦେବାଶିଷଙ୍କ ଏ ବିସ୍ଫୋରକ ବୟାନ ପରେ ରାଜନୀତି ତେଜିଥିବାବେଳେ ରାଜନୀତି ସମୀକ୍ଷକ ବି କହିଲେଣି ନବୀନ ଯେ ପୁରା ଘଟଣା ଜାଣିନଥିବେ ତାହା ଭାବିବା ଭୁଲ୍।

Advertisment

ଅଧିକ ପଢ଼ନ୍ତୁ: ‘ବିଜେଡିରେ ବିରାଟ ଫାଙ୍କ, ବିଜୁ ଆଉ ପାଣ୍ଡିଆନ ଲୋକ ଭାଗଭାଗ’: ତାରା ବାହିନୀପତି

ରାଜ୍ୟସଭାରେ ୱାକ୍ ଫ ବିଲ୍ ଭୋଟିଂ ଦିନ ବିଜେଡି ସାଂସଦ ସସ୍ମିତ ପାତ୍ରଙ୍କ ସୋସିଆଲ୍ ମିଡିଆ ପୋଷ୍ଟକୁ ନେଇ ବିଜୁ ଜନତା ଦଳରେ ଚାଲିଥିବା ଘମାସାନ ଭିତରେ ଆଜି ମୁହଁ ଖୋଲି ବଡ଼ ବିସ୍ଫୋରଣ ଘଟାଇଛନ୍ତି ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟ। ସେଦିନ କାହିଁକି ଭୋଟିଂରୁ ବିରତ ରହିଥିଲେ ବୋଲି ଓଟିଭି ପ୍ରତିନିଧିଙ୍କ ପ୍ରଶ୍ନରେ ପ୍ରତିକ୍ରିୟା ରଖି ଦଳର ଏହି ଭେଟେରାନ୍ ନେତା କାହା ନାଁ ସିନା ନେଇ ନଥିଲେ ହେଲେ ପରୋକ୍ଷରେ ଭିକେ ପାଣ୍ଡିଆନଙ୍କ ଆଡ଼କୁ ହିଁ ଇଙ୍ଗିତ କରିଥିଲେ। ତାସହ କହିଥିଲେ ସସ୍ମିତ ପାତ୍ର ଆଦୌ ଭିଲେନ୍ ନୁହଁନ୍ତି, ବରଂ ମୁଖ୍ୟ ପରାମର୍ଶଦାତା ହିଁ ଖେଳ ପଛରେ ଦାୟୀ। ଦୁଇ ଦୁଇ ଥର ସଂସଦୀୟ ଦଳର ମିଟିଂ ସହ ଶଙ୍ଖ ଭବନ ଇଫତାର ପାର୍ଟିରେ ନବୀନ- ୱାକଫ ବିଲ୍ କୁ ବିରୋଧ କରିବାକୁ କହିଥିଲେ। ହେଲେ ଭୋଟିଂ ଦିନ ବିବେକ ଅନୁସାରେ ଭୋଟ ଦେବାକୁ ସାଂସଦ ମାନଙ୍କୁ କିଏ ପରାମର୍ଶ ଦେଲା ? କାହିଁକି ହଠାତ୍ ନିଷ୍ପତ୍ତି ବଦଳିଗଲା ? ନବୀନ ବାବୁ ତାହା ବିଚାର କରିବା କଥା ଓ ତାଙ୍କ ବିରୋଧରେ ଦୃଢ଼ ଆକ୍ସନ ନେବା କଥା। ତେବେ ଦେବାଶିଷ ଆହୁରି ମଧ୍ୟ କହିଛନ୍ତି- ସସ୍ମିତ୍ ନିର୍ଦ୍ଦୋଷ, ସେ କେବଳ ନିର୍ଦ୍ଦେଶ ନିଅନ୍ତି, ଦିଅନ୍ତି ନାହିଁ। ତେଣୁ ନବୀନଙ୍କର ଯିଏ ମୁଖ୍ୟ ପରାମର୍ଶଦାତା ଅଛନ୍ତି- ସେ ହିଁ ଦାୟୀ। ସିଏ ରାଜନୀତିରେ ନଥାଇ ବି ରାଜନୀତିକୁ କଣ୍ଟ୍ରୋଲ କରିବାକୁ ଚାହୁଁଛନ୍ତି, ସେଭଳି ବ୍ୟକ୍ତି ଆଦୌ ରାଜନେତା ହେବାର ଆବଶ୍ୟକତା ନାହିଁ। ସେ ବ୍ୟକ୍ତି ଜଣକ କିଏ ସମସ୍ତେ ଜାଣନ୍ତି, ତେଣୁ ସେଦିନ ଏଭଳି ଘଟଣା କାହିଁକି ଘଟିଲା, ବିଜୁ ଜନତାଦଳ କାହିଁକି ନିନ୍ଦିତ ହେଲା , ନବୀନ ସର୍ବୋଚ୍ଚ ନେତା ହିସାବରେ ବିଚାର କରିବା କଥା।

Advertisment

ତେବେ ବିଜେଡି ରାଜ୍ୟସଭା ସାଂସଦ ଦେବାଶିଷଙ୍କ ବିସ୍ଫୋରଣ ଏତିକିରେ ଅଟକିନି, ଆହୁରି ସଂଗୀନ ଆରୋପ ଲଗାଇ କହିଛନ୍ତି- ବିଜେପି ସହ ମୁଖ୍ୟ ପରାମର୍ଶଦାତାଙ୍କର ବଡ଼ ଡିଲ୍ ହୋଇଛି। ତେବେ ପାଣ୍ଡିଆନଙ୍କ ପତ୍ନୀ ସୁଜାତା କାର୍ତ୍ତିକେୟନଙ୍କ ନାଁ ନନେଇ କେବଳ ଏତିକି ଇଙ୍ଗିତ କରି ଦେବାଶିଷ କହିଥିଲେ- ନିକଟରେ ଜଣେ ଭିଆରଏସ୍ ନେଇଛନ୍ତି। ତାସହ କଂଗ୍ରେସ ବି ଯେଉଁ ବିଜେଡି-ବିଜେପି ଡିଲ୍ ଅଭିଯୋଗ ଆଣିଛି ତାହା ମଧ୍ୟ ସତ ବୋଲି କହିଥିଲେ ଦେବାଶିଷ। ୱାକ୍ ଫ ବିଲ କୁ ନେଇ ବିଜେଡିର ୟୁ ଟର୍ଣ୍ଣ ପରେ ପିସିସି ସଭାପତି ଭକ୍ତଦାସ ସିଧାସଳଖ ଅଭିଯୋଗ ଆଣିଥିଲେ ୟା ପଛରେ ରହିଛି ବଡ଼ ଡିଲ୍। ପାଣ୍ଡିଆନଙ୍କ ନାଁ ନେଇ କହିଥିଲେ ଦିଲ୍ଲୀରେ ନବୀନଙ୍କୁ ନେଇ ଡିଲ୍ କରିଛନ୍ତି ତାଙ୍କ ମାନସପୁତ୍ର।

ଦେବାଶିଷ ନାଁ ନେଉନଥିଲେ ବି ନବୀନଙ୍କ ମୁଖ୍ୟ ପରାମର୍ଶଦାତା ଯେ ଭି.କେ. ପାଣ୍ଡିଆନ୍। ଏହା କାହାକୁ ଅଛପା ନାହିଁ। ଏମିତିକି କିଛି ଦିନ ତଳେ କୋଏମ୍ବାଟୁର ବିମାନବନ୍ଦରରେ ଉଭୟ ନବୀନ ଓ ପାଣ୍ଡିଆନ୍ ଙ୍କୁ ଏକାଠି ଦେଖିବାକୁ ମିଳିଥିଲା। ଉଭୟେ କୁଆଡ଼େ ଯାଇଥିଲେ ତାହା ଏଯାଏଁ ସ୍ପଷ୍ଟ ହୋଇନଥିଲେ ବି ଦେବାଶିଷ ଓ ଭକ୍ତଙ୍କ ଡିଲ୍ ନିଆଁରେ ସେ ଦୃଶ୍ୟ ଘିଅ ଢାଳିବା ସଦୃଶ ହୋଇଛି। ତେଣେ ଜବାବରେ ବିଜେପି କହିଛି- ତାଙ୍କ ଦଳ କୌଣସି ଡିଲ୍ ରେ ବିଶ୍ବାସ କରେନି। ବିଜେଡି ନେତାମାନେ ଏବେ କେବଳ ପରସ୍ପରକୁ ଦୋଷାରୋପ କରିବାରେ ଲାଗିଛନ୍ତି। ଯଦୁବଂଶ ଭଳି ସେ ଦଳ ଧ୍ବଂସ ପାଇଯିବ। ପ୍ରତିକ୍ରିୟାରେ ବିଜେଡି କହିଛି ନବୀନ ଏବେ ବି ଆମ ନେତା, ବିଜେଡିରେ କିଛି କନ୍ଦଳ ନାହିଁ। ସେପଟେ ରାଜନୀତି ସମୀକ୍ଷକ ବି କହିଲେଣି- ୨୪ ନିର୍ବାଚନରେ ବିଜେଡି ବିପର୍ଯ୍ୟୟ ପାଇଁ ଯିଏ ଦାୟୀ, ୱାକ୍ ଫ୍ ବିଲ୍ କୁ ନେଇ ବିଜେଡିର ୟୁଟର୍ଣ୍ଣ ପଛର ଲଜ୍ୟାଜନକ ସ୍ଥିତି ପାଇଁ ବି ସେ ଦାୟୀ। ୱାକ୍ ଫ ଭୋଟିଂ ବେଳେ ଯାହା ଘଟିଛି ସେ ଘଟଣା ଯେ ନବୀନ ଜାଣିନଥିବେ ସେକଥା ଭାବିବା ଭୁଲ୍।

Advertisment

ଅଧିକ ପଢ଼ନ୍ତୁ: ସସ୍ମିତ ଭିଲେନ୍‌ ନୁହଁନ୍ତି, ମୁଖ୍ୟ ପରାମର୍ଶଦାତା ହିଁ ନାଟର ଗୋବର୍ଦ୍ଧନ !’

Sasmit Patra VK Pandian
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ