Advertisment

BJD Internal Discord: ବିଜେଡିରେ ଅବହେଳିତ ବରିଷ୍ଠ, ଶଶୀଭୂଷଣ ଆଣିଲେ ସଙ୍ଗୀନ ଅଭିଯୋଗ

ବିଜେଡିରେ ବରିଷ୍ଠଙ୍କୁ ଅଣଦେଖା କରାଯାଉଥିବା କହିଲେ ଶଶିଭୂଷଣ ବେହେରା। ପୂର୍ବତନ ବିଜେଡି ବିଧାୟକ ଶଶିଭୂଷଣ ବେହେରା ଏଭଳି ପ୍ରତିକ୍ରିୟା ଦେଇଛନ୍ତି। ଦଳରେ ବରିଷ୍ଠଙ୍କ ପରାମର୍ଶ ଲୋଡ଼ା, କିନ୍ତୁ ତାଙ୍କୁ ଅଣଦେଖା କରାଯାଉଛି ବୋଲି ସେ କହିଛନ୍ତି। ଫଳରେ ଗତ ବିଧାନସଭା ନିର୍ବାଚନରେ ଫଳ ଭୋଗିଲା ବିଜେଡି ବୋଲି ଶଶିଭୂଷଣ ବେହେରା କହିଛନ୍ତି।

author-image
Saroj Kumar Jena
sashi

sashi

ବିଜେଡିରେ ବରିଷ୍ଠଙ୍କୁ ଅଣଦେଖା କରାଯାଉଥିବା କହିଲେ ଶଶିଭୂଷଣ ବେହେରା। ପୂର୍ବତନ ବିଜେଡି ବିଧାୟକ ଶଶିଭୂଷଣ ବେହେରା ଏଭଳି ପ୍ରତିକ୍ରିୟା ଦେଇଛନ୍ତି। ଦଳରେ ବରିଷ୍ଠଙ୍କ ପରାମର୍ଶ ଲୋଡ଼ା, କିନ୍ତୁ ତାଙ୍କୁ ଅଣଦେଖା କରାଯାଉଛି ବୋଲି ସେ କହିଛନ୍ତି। ଫଳରେ ଗତ ବିଧାନସଭା ନିର୍ବାଚନରେ ଫଳ ଭୋଗିଲା ବିଜେଡି ବୋଲି ଶଶିଭୂଷଣ ବେହେରା କହିଛନ୍ତି। ନିର୍ବାଚନ ପରିଚାଳନାରେ ତ୍ରୁଟି ପାଇଁ ବିଜେଡି ହାରିଲା । କେଉଁମାନେ ପରିଚାଳନା କରୁଥିଲେ ସମସ୍ତଙ୍କୁ ଜଣା । ଲୋକେ ନିର୍ବାଚନରେ ଉଚିତ୍ ଜବାବ ଦେଲେ ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ବିଜେଡି ଦୀର୍ଘ ୨୪ ବର୍ଷ ଶାସନ କ୍ଷମତାରେ ରହିବା ପରେ ୨୦୨୪ ସାଧାରଣ ନିର୍ବାଚନରେ ପରାଜିତ ହୋଇଥିଲା। ନା ନନେଇ ସେ ଭି କେ ପାଣ୍ଡିଆନଙ୍କ ଆଡକୁ ପରୋକ୍ଷରେ ଅଙ୍ଗୁଳି ଉଠାଇଛନ୍ତି।

Advertisment

ଅଧିକ ପଢ଼ନ୍ତୁ: କାମ ଦେଲାନି ନବୀନଙ୍କ ନାଲିଆଖି; କ'ଣ ହେବ ବିଜେଡିର ଭବିଷ୍ୟତ ?

ନିର୍ବାଚନ ପରିଚାଳନାରେ ତ୍ରୁଟି ପାଇଁ ବିଜେଡି ହାରିଲା ବୋଲି କହିବା ସହିତ ପରୋକ୍ଷରେ ଭି କେ ପାଣ୍ଡିଆନଙ୍କ ଆଡକୁ ତେରେଛା ବାଣ ମାରିଛନ୍ତି। ପାଣ୍ଡିଆନଙ୍କୁ ଏଭଳି ବିରୋଧ ପ୍ରଥମ ଥର ଦେଖିବାକୁ ମିଳିନାହିଁ। ପୂର୍ବରୁ ମଧ୍ୟ ପ୍ରଭାତ ତ୍ରିପାଠୀଙ୍କ ଭଳି ନେତା ମଧ୍ୟ ଖୋଲାଖୋଲି ପାଣ୍ଡିଆନଙ୍କୁ ବିରୋଧ କରିଥିଲେ। ନବୀନ ପଟ୍ଟନାୟକ ନିଜ ଆସନ ପାଣ୍ଡିଆନଙ୍କ ପାଇଁ ଛାଡିବାକୁ ଯାଉଥିବା ନେଇ ସାଧାରଣ ଲୋକଙ୍କୁ ମେସେଜ ଯାଇଥିଲା ଯାହା ଦଳର ଭାବମୂର୍ତ୍ତିକୁ ଖରାପ କରିଥିଲା। ଯଦି ଲୁଚି ଲୁଚି ପାଣ୍ଡିଆନ୍ ବିଜେଡିକୁ ନିୟନ୍ତ୍ରଣ କରୁଥାନ୍ତି ତେବେ ବିଜେଡିର ଭବିଷ୍ୟତ ଭଲ ନୁହେଁ ବୋଲି ଚରମବାଣୀ ଶୁଣାଇଥିଲେ ପ୍ରଭାତ । ତାଙ୍କର ଏଭଳି ବୟାନ ପରେ ତାଙ୍କୁ ଦଳରୁ ବାସନ୍ଦ କରା ଯାଇଥିଲା।

ସେହିପରି ୱାକଫ ବିଲ ଭୋଟିଂକୁ ନେଇ ଦେବାଶିଷ ସାମନ୍ତରାୟ ମଧ୍ୟ ପାଣ୍ଡିଆନଙ୍କୁ ବିରୋଧ କରିଥିଲେ। ସମାନ ସମୟରେ ପାରାଦୀପ ବିଧାୟକ ସମ୍ବିତ ରାଉତରାୟ ମଧ୍ୟ ପାଣ୍ଡିଆନଙ୍କୁ ବିରୋଧ କରିଥିଲେ। ପାଣ୍ଡିଆନ୍ କିଏ ମୁଁ ଜାଣିନି। ସିଏ ଏବେ ଇତିହାସ। କାରଣ ସେ ସନ୍ୟାସ ନେଇ ସାରିଛନ୍ତି ବୋଲି ସମ୍ବିତ କହିଥିଲେ।

Advertisment

ଅଧିକ ପଢ଼ନ୍ତୁ: ଦଳକୁ ହାଇଜାକ୍ କରିବାକୁ ଦିଆନଯାଉ, ନବୀନଙ୍କୁ ଚିଠି ଲେଖି କହିଲେ ରଣେନ୍ଦ୍ର

BJD Sashi Bhusan Behera VK Pandian
Advertisment
Advertisment