Advertisment

Sankha Bhawan: ଶଙ୍ଖ ଭବନରେ ରେଷ୍ଟୁରାଣ୍ଟକୁ ନେଇ ସରଗରମ ରାଜନୀତି; BJD-BJP ମଧ୍ୟରେ ତୁତୁ ମେମେ...

ଶଙ୍ଖ ଭବନ କ୍ୟାଣ୍ଟିନ୍‌କୁ ନେଇ ରାଜନୀତି। ନିର୍ବାଚନ ପରାଜୟ ପରେ ସାଧାରଣ ଲୋକଙ୍କୁ ବି କ୍ୟାଣ୍ଟିନରେ ଖାଦ୍ୟ ପରସାଯାଉଛି। ମିଲ୍ ପିଛା ୮୦ ଟଙ୍କା। ନେତା  କର୍ମୀଙ୍କ ସହ ସାଧାରଣ ଲୋକେ ବି ଯାଇ ମିଲ୍ ଖାଉଛନ୍ତି।

undefined

Sankha Bhawan Not Just a Party !

Advertisment

ଶଙ୍ଖ ଭବନରେ ଚାଲିଛି ରେସ୍ତୋରାଁରାଜନୀତିରେ ହଲଚଲ୍। ବିଜେଡି-ବିଜେପି ଭିତରେ ତୁ ତୁ ମେ ମେ। ଦଳୀୟ କାର୍ଯ୍ୟାଳୟକୁ କିପରି ବ୍ୟାବସାୟିକ କେନ୍ଦ୍ରରେ ପରିଣତ କରାଗଲା ବୋଲି ବିଜେପି ପ୍ରଶ୍ନ କରିଛି। ବିଜେଡି କହିଛି, ଶଙ୍ଖ ଭବନ ସାଧାରଣ ଲୋକଙ୍କ ପାଇଁ ଉଦ୍ଦିଷ୍ଟ। ଏଠି କ୍ୟାଣ୍ଟିନ ଚଲାଇବାରେ କିଛି ଅସୁବିଧା ନାହିଁ। ତେବେ ଖବର ପ୍ରସାରଣ ପରେ ଶଙ୍ଖ ଭବନ ପଛପଟେ ଲାଗିଥିବା କ୍ୟାଣ୍ଟିନ୍ ଷ୍ଟାଣ୍ଡି ଓ ବ୍ୟାନରକୁ କାଢ଼ି ନିଆଯାଇଛି।

Advertisment

ଶଙ୍ଖ ଭବନ କ୍ୟାଣ୍ଟିନ୍‌କୁ ନେଇ ରାଜନୀତି। ନିର୍ବାଚନ ପରାଜୟ ପରେ ସାଧାରଣ ଲୋକଙ୍କୁ ବି କ୍ୟାଣ୍ଟିନରେ ଖାଦ୍ୟ ପରସାଯାଉଛି। ମିଲ୍ ପିଛା ୮୦ ଟଙ୍କା। ନେତା 
କର୍ମୀଙ୍କ ସହ ସାଧାରଣ ଲୋକେ ବି ଯାଇ ମିଲ୍ ଖାଉଛନ୍ତି। ବାହାରେ ବ୍ୟାନର ଲାଗିବା ସହ ଷ୍ଟାଣ୍ଡିରେ ଆଇଟମ୍ ସବୁ ଲେଖାହୋଇଛି। 

ଅଧିକ ପଢ଼ନ୍ତୁ: ଅନାସ୍ଥା ଭୋଟ୍ ନେଇ ଝାରସୁଗୁଡ଼ାରେ ହଟଚମଟ, ଭାଇ ସହ ନିଜେ ଫସିଗଲେ କି ଦୀପାଳି ?

Advertisment

ସେପଟେ ଶଙ୍ଖ ଭବନ କ୍ୟାଣ୍ଟିନ୍କୁ ନେଇ ଘନେଇଛି ରାଜନୀତି। ବିଜେପି ନେତା ଜଗନ୍ନାଥ ପ୍ରଧାନ ସାମ୍ବାଦିକ ସମ୍ମିଳନୀ କରି ଶଙ୍ଖ ଭବନରେ କିପରି ବେଆଇନ୍ ଭାବେ ହୋଟେଲ ଚାଲିଛି ବୋଲି ପ୍ରଶ୍ନ କରିଛନ୍ତି। ପରାଜୟ ପରେ କର୍ପୋରେଟ୍ ଚାନ୍ଦା ବନ୍ଦ ହୋଇଯାଇଥିବାରୁ ଦଳ ଏବେ ପାର୍ଟି ଅଫିସରେ ହୋଟେଲ୍ କରିଛି। ପାର୍ଟି ଅଫିସ୍ ପାଇଁ ୨୦୨୧ରେ ସରକାରୀ ଜମି ନେଇଛି ବିଜେଡି। କେବଳ ପାର୍ଟି ଅଫିସ୍ ପାଇଁ ଆପ୍ରୁଭାଲ ମିଳିଥିବା ବେଳେ ଏଠାରେ ହୋଟେଲ କିଏ ଓ କାହିଁକି କଲା ? ବିଜେଡିର ସର୍ବେ ସର୍ବା ଥିବା ପାଣ୍ଡିଆନ୍ ପାର୍ଟି ଫଣ୍ଡ ନେଇ ପାର୍ ହୋଇଗଲେ କି ବୋଲି କଟାକ୍ଷ କରିଛନ୍ତି ଜଗନ୍ନାଥ। 

ତେବେ ଏନେଇ ପାଣ୍ଡିଆନ୍‌ଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ। କଂଗ୍ରେସ କହିଛି କ୍ଷମତାରେ ଥିବାବେଳେ କର୍ପୋରେଟ୍ ଢାଞ୍ଚାରେ ବେପାର କରୁଥିଲେ, ଏବେ ଶଙ୍ଖ ଭବନକୁ ବ୍ୟବହାର କରି ବେପାର କରାଯାଉଛି। ବିଜେଡି କହିଛି, ଏହା ଶସ୍ତା ରାଜନୀତି। ଏ ସଂପର୍କିତ ଖବର ପ୍ରସାରଣ ପରେ ଆଜି ଶଙ୍ଖ ଭବନ ପଛ ପାଖରେ ଲଗାଯାଇଥିବା କ୍ୟାଣ୍ଟିନର ଷ୍ଟାଣ୍ଡି ଓ ବ୍ୟାନରକୁ କାଢିନିଆଯାଇଛି।

Advertisment

ଅଧିକ ପଢ଼ନ୍ତୁ: ବବିଙ୍କ ପରେ କିଏ ? ଶାସକ ଦଳ ନେତାଙ୍କ ନାଁ ଚର୍ଚ୍ଚାରେ

BJD BJP Politics Restaurant
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ