/odishatv-khabar/media/post_attachments/uploadimage/library/16_9/16_9_0/IMAGE_1734091134.jpg)
ଲୋକସଭାରେ ପ୍ରିୟଙ୍କାଙ୍କ ପ୍ରଥମ ଭାଷଣ
ଲୋକସଭାରେ ପ୍ରଥମଥର ଭାଷଣ ଦେଲେ କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା । ପୂରା କନଫିଡେଣ୍ଟଲି କହିଲେ । ଏନଡିଏ ନେତୃତ୍ୱାଧୀନ ସରକାରକୁ କଡା ସମାଲୋଚନା କଲେ । ତା ଭିତରେ କହୁ କହୁ ବର୍ଷିଲେ ନିଜ ସରକାର ଉପରେ । ହିମାଚଳ ପ୍ରଦେଶ ସରକାର ଶିଳ୍ପପତି ଓ ପୁଞ୍ଜିପତିଙ୍କ ସପକ୍ଷରେ ଆଇନ ପ୍ରଣୟନ କରୁଛି ବୋଲି କହିଲେ । କିନ୍ତୁ ଏ କଥା କହିସାରିଲା ପରେ ସେ ଜାଣିପାରିଲେ ଯେ, ହିମାଚଳ ପ୍ରଦେଶରେ କଂଗ୍ରେସ ସରକାର ଅଛି । ଏହାକୁ କେହି କେହି ସ୍ଲିପ୍ ଅଫ୍ ଟଙ୍ଗ୍ ବା ଜିହ୍ୱା ସ୍ଖଳନ ବୋଲି କହୁଥିବା ବେଳେ ଏହା ତାଙ୍କର ଅଜ୍ଞାନତା ବୋଲି ମଧ୍ୟ ମତପ୍ରକାଶ ପାଉଛି ।
ଅଦାନୀ ପ୍ରସଙ୍ଗରେ ମୋଦି ସରକାରକୁ ଘେରୁଥିଲେ ପ୍ରଥମ ଥର ଲୋକସଭାକୁ ନିର୍ବାଚିତ ହୋଇଥିବା ପ୍ରିୟଙ୍କା । ଅଦାନୀ ପ୍ରସଙ୍ଗ ପରେ କହିଥିଲେ ଚାଷୀଙ୍କ ସମସ୍ୟା କଥା । ହିମାଚଳ ପ୍ରଦେଶର ସେଓ ଚାଷୀଙ୍କ ଦୁଃଖ ବଖାଣିବାକୁ ଯାଇ ରାଜ୍ୟ ସରକାରଙ୍କ ଅପରିଣାମଦର୍ଶିତା କଥା ଉଠାଇଲେ । ହିମାଚଳ ପ୍ରଦେଶ ସରକାର ଚାଷୀଙ୍କ କଥା ଆଦୌ ବୁଝୁନାହାନ୍ତି । ସେମାନଙ୍କ ଦୁଃଖ ଶୁଣୁନାହାନ୍ତି, କେବଳ ପୁଞ୍ଜିପତିଙ୍କ ପାଇଁ କାମ କରୁଥିବା କହିଥିଲେ ପ୍ରିୟଙ୍କା । ଚାଷୀମାନେ ସର୍ବନିମ୍ନ ଦର ପାଉନାହାନ୍ତି । ସାର ମଧ୍ୟ ସୁବିଧାରେ ପାଇପାରୁନଥିବା କଥା ଉଠାଇ ୱାୟନାଡ ଠାରୁ ଆରମ୍ଭ କରି ଲଳିତପୁର ପର୍ଯ୍ୟନ୍ତ ସାରା ଦେଶର ଚାଷୀ କାନ୍ଦୁଥିବା କହିଥିଲେ ପ୍ରିୟଙ୍କା । ଚାଷୀମାନେ ଭଗବାନଙ୍କ ଭରସାରେ ବଞ୍ଚୁଥିବାର ସେ ସରକାରକୁ ଦୋଷାରୋପ କରି କହିଥିଲେ । ପ୍ରିୟଙ୍କା ଏମିତି କହି ଚାଲିଥିଲା ବେଳେ ବିଜେପିର ସଦସ୍ୟମାନେ ତାଙ୍କୁ ଚେତାଇ ଦେଇଥିଲେ ଯେ, ହିମାଚଳ ପ୍ରଦେଶରେ କଂଗ୍ରେସ ସରକାର ଅଛି । ଏହା ପରେ ବଦଳି ଯାଇଥିଲା ପ୍ରିୟଙ୍କାଙ୍କ ସ୍ୱର । ସେ କହିଥିଲେ, ରାଜ୍ୟ ସରକାର ସବୁ ଶୀତଳ ଭଣ୍ଡାରକୁ ଅଦାନୀ ଗ୍ରୁପକୁ ଦେଇନାହାନ୍ତି । ତୁମ ବିଜେପି ସରକାର ସବୁ ଶୀତଳ ଭଣ୍ଡାର ଦେଇ ଦେଇଛନ୍ତି । ଦେଶ ଦେଖୁଛି, ଜଣଙ୍କ ପାଇଁ ୧୪୨ କୋଟି ଲୋକଙ୍କୁ ଅଣଦେଖା କରାଯାଉଛି ବୋଲି କହିଥିଲେ ପ୍ରିୟଙ୍କା । ଦେଶର ବନ୍ଦର, ବିମାନବନ୍ଦର, ରେଳବାଇ କାମ ସବୁ କିଛି ଜଣକୁ ଦିଆଯାଇଥିବା ସେ ଅଭିଯୋଗ କରିଥିଲେ । ପ୍ରିୟଙ୍କା ତାଙ୍କ ଭାଷଣରେ ସମ୍ୱିଧାନ, ସଂରକ୍ଷଣ ଓ ଜାତିଗତ ଜନଗଣନା ଉପରେ ନିଜର ମତ ରଖିଥିଲେ ।
ଅଧିକ ପଢନ୍ତୁ:ଶେଷ ହେଲା ଶୀତକାଳୀନ ଅଧିବେଶନ...ରାଜନୈତିକ ଶୂନ୍ୟତାରେ ବିରୋଧୀ
ଏହି ଭାଷଣକୁ ନେଇ ବିଜେପି ଆଇଟି ସେଲ୍ ଇନଚାର୍ଜ ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର କରି କହିଛନ୍ତି ଯେ, ବିଜେପି ସରକାରକୁ ସମାଲୋଚନା କରିବାକୁ ଯାଇ ପ୍ରିୟଙ୍କା ହିମାଚଳ ପ୍ରଦେଶର ନିଜ ଦଳର ସରକାରକୁ ସମାଲୋଚନା କରିଛନ୍ତି । ସେ ତାଙ୍କ ଭାଇ ରାହୁଲଙ୍କ ଭଳି ଅନ୍ୟ ଏକ ଅଜ୍ଞାନତାର ଉଦାହରଣ ସୃଷ୍ଟି କରିଛନ୍ତି । ପ୍ରିୟଙ୍କାଙ୍କ ଭାଷଣ ସଂପର୍କରେ ଲୋକସଭାରେ ବିରୋଧୀ ଦଳ ନେତା ତଥା ପ୍ରିୟଙ୍କାଙ୍କ ଭାଇ ରାହୁଲ ଗାନ୍ଧୀ କହିଛନ୍ତି ଯେ, ଚମତ୍କାର ଭାଷଣ… ପ୍ରଥମ ଭାଷଣ ବହୁତ ଭଲ ଥିଲା । ଏପରିକି ମୁଁ ଯେଉଁ ପ୍ରଥମ ଭାଷଣ ଦେଇଥିଲି ମୋ ଅପେକ୍ଷା ପ୍ରିୟଙ୍କା ବହୁତ ଭଲ ଭାଷଣ ଦେଇଛନ୍ତି । ୨୦୦୪ରେ ରାହୁଲ ଗାନ୍ଧୀ ପ୍ରଥମ ଥର ସାଂସଦ ହୋଇଥିଲେ ।
ପ୍ରିୟଙ୍କାଙ୍କ ମାଆ ତଥା ରାଜ୍ୟସଭା ସାଂସଦ ସୋନିଆ ଗାନ୍ଧୀ ପ୍ରିୟଙ୍କାଙ୍କ ଭାଷଣକୁ ଏକସେଲେଣ୍ଟ ବୋଲି କହିଛନ୍ତି । ପ୍ରିୟଙ୍କାଙ୍କ ସ୍ୱାମୀ ତଥା ବ୍ୟବସାୟୀ ରବର୍ଟ ଭଦ୍ରା ଏହି ପ୍ରଥମ ଭାଷଣରେ ବହୁତ ଖୁସି ବୋଲି କହିଛନ୍ତି । ପ୍ରିୟଙ୍କା ତାଙ୍କ ଅଭିଜ୍ଞତାର କଥା କହିଛନ୍ତି ଓ ଲୋକଙ୍କ ଦୁର୍ଦ୍ଦଶା କଥା ଉଠାଇଛନ୍ତି ବୋଲି କହିଛନ୍ତି ରବର୍ଟ । ତେବେ ବିଜେପି ସାଂସଦ ରବି କିଷନ ଭିନ୍ନ ମତ ରଖିଛନ୍ତି । ସେ କହିଛନ୍ତି, ପ୍ରିୟଙ୍କାଙ୍କ ଲେଖା ଦୁର୍ବଳ ଥିଲା । ବହୁତ ଭୁଲ୍ ମଧ୍ୟ ଥିଲା । ଯେତେବେଳେ ସତ୍ୟ ସହ ତଥ୍ୟ ମେଳ ଖାଉନଥିବ, ସେତେବେଳେ ଏମିତି ହିଁ ହେବ । ତେବେ ପ୍ରିୟଙ୍କାଙ୍କୁ ସେ ଅଭିନନ୍ଦନ ଜଣାଇଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)