Advertisment

Weather Update: ଟ୍ବିନ୍ ସିଟି ସହ ବିଭିନ୍ନ ଜିଲ୍ଲାରେ ଝିପିଝିପି ବର୍ଷା; ଚିନ୍ତାରେ ଚାଷୀ...

ଆଜି ସକାଳୁ ଟ୍ବିନ୍ ସିଟି ସହ ବିଭିନ୍ନ ଜିଲ୍ଲାରେ କୋହଲା ପାଗ ଦେଖିବାକୁ ମିଳିଛି। ଖୋର୍ଦ୍ଧା, କଟକ, ଢେଙ୍କାନାଳ, ପୁରୀ, ଯାଜପୁରରେ କୋହଲା ପାଗ ଦେଖିବାକୁ ମିଳିଛି।

author-image
Sujit kumar Swain
ଅଦ୍ୟତନ ହୋଇଛି
Weather Update

Weather Update

ପଶ୍ଚିମାଝଡ଼ ପ୍ରଭାବରେ ବର୍ଷା ସାଙ୍ଗକୁ କୋହଲା ପାଗ। ଆଜି ସକାଳୁ ଟ୍ବିନ୍ ସିଟି ସହ ବିଭିନ୍ନ ଜିଲ୍ଲାରେ କୋହଲା ପାଗ ଦେଖିବାକୁ ମିଳିଛି। ଖୋର୍ଦ୍ଧା, କଟକ, ଢେଙ୍କାନାଳ, ପୁରୀ, ଯାଜପୁରରେ କୋହଲା ପାଗ ଦେଖିବାକୁ ମିଳିଛି। ରାଜଧାନୀ ଭୁବନେଶ୍ବର ସହ କଟକର ବିଭିନ୍ନ ସ୍ଥାନରେ ଝିପିଝିପି ବର୍ଷା ଲାଗି ରହିଛି। ସେପଟେ ୧୧ ଜିଲ୍ଲାରେ ସ୍ବଳ୍ପରୁ ମଧ୍ୟମଧରଣ ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ। 

Advertisment

ଏପଟେ ଠିକ୍ ଅମଳ ବେଳକୁ ଧୋକା ଦେଲା ଅଦିନିଆ ବର୍ଷା। ଜମିରେ ଧାନ କଟା ହୋଇ ପଡ଼ିଥିବା ବେଳେ ହଠାତ ଅଦିନିଆ ଲଗାଣ ବର୍ଷାରେ ଭିଜି ଯାଇଛି ଗଞ୍ଜାମ ଜିଲ୍ଲାର ବିଭିନ୍ନ ବ୍ଲକରେ ଏକର ଏକର ଧାନ ଫସଲ। ଫଳରେ ବର୍ଷାରେ ବତୁରି ଯାଇଛି ଶହ ଶହ ଚାଷୀଙ୍କ ସ୍ବପ୍ନ ଓ ବୃଥା ଯାଇଛି ପରିଶ୍ରମ। ଶହ ଶହ ହେକ୍ଟର ଜମିରେ ଧାନ ଏବେ ଓଦା ପଡ଼ିଥିବା ବେଳେ ଆଗକୁ ଭଲ ମାନର ଧାନ କେମିତି ଅମଳ ହେବ, ଏବଂ କିଭଳି ଉଚିତ ମୂଲ୍ୟ ମିଳିବ ତାକୁ ନେଇ ଚିନ୍ତାରେ ଚାଷୀ।

ଅଧିକ ପଢ଼ନ୍ତୁ: ବ୍ୟାଙ୍କ ପାଲଟିଲା ରଣଭୂମି; ମ୍ୟାନେଜରଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ଗ୍ରାହକ, ଦେଖନ୍ତୁ ଭିଡିଓ...

Advertisment

ଦରକାର ବେଳେ ଦେଖାନଥିଲା, ଏବେ ଠିକ୍ ଅମଳ ସମୟରେ ଧୋକ୍କା ଦେଲା। ଗଞ୍ଜାମ ଜିଲ୍ଲାର ବିଭିନ୍ନ ବ୍ଲକରେ ଏକର ଏକର ଉଜୁଡ଼ା ଖେତକୁ ଦେଖିବା ପରେ ଅଦିନିଆ ବର୍ଷା ଉପରେ ଚାଷୀଙ୍କ କୋହଭରା ଅଭିଯୋଗ। କିଏ ପାଚିଲା ଧାନ କାଟି କ୍ଷେତରେ ଶୁଖାଇଛି, ତ ଆଉ କିଏ ପାକଳ ଧାନକୁ କାଟିବା ଅପେକ୍ଷାରେ। କିନ୍ତୁ ଠିକ୍ ଏହି ସମୟରେ ଚାଷୀଙ୍କୁ ଧୋକ୍କା ଦେଇଛି ଅଦିନିଆ ବର୍ଷା। ଗଲା 2ରୁ 3 ଦିନ ଧରି ଝିପି ଝିପି ଲଗାଣ ବର୍ଷା ପରେ ଗଜା ହୋଇଛି ଅଧିକାଂଶ ଚାଷୀଙ୍କ ଅମଳ ଧାନ। କାହାର କ୍ଷେତରେ ତ ଆଉ କାହାର ଖଳାରେ। ତେଣୁ ଏଭଳି ଅବସ୍ଥାରେ ଓଦା ଧାନକୁ ଶୁଖାଇ ଅମଳ ପରେ ଧାନର FAQ ମାନ କେମିତି ବଜାୟ ରହିବ ଓ ମୂଲ୍ୟ ମିଳିବ କି ନାହିଁ, ତାକୁ ନେଇ ଆଶା ଆଶଙ୍କାରେ ଚାଷୀ।

ଗଞ୍ଜାମ ଜିଲ୍ଲାରେ ଚଳିତ ବର୍ଷ 1.79 ହେକ୍ଟର ଜମିରେ ହୋଇଥିଲା ଧାନ ଚାଷ। ସେ ଭିତରୁ ଅଦିନିଆ ବର୍ଷା ପାଇଁ ମୁଖ୍ୟତଃ ଜିଲ୍ଲାର ଚିକିଟି, ଦିଗପହଣ୍ଡି, ପାତ୍ରପୁର ଓ ଖଲ୍ଲିକୋଟ ଆଦି ଅଞ୍ଚଳରେ ଧାନ ଚାଷ ଅଧିକ ପ୍ରଭାବିତ ହୋଇଛି। ବିଶେଷକରି ଯେଉଁ ଚାଷୀ ଜମିରୁ ଧାନ କାଟି ସାରି କ୍ଷେତରେ ଶୁଖାଇ ଥିଲେ, ସେମାନେ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଜିଲ୍ଲା କୃଷି ଅଧିକାରୀ କହିଛନ୍ତି। ତେବେ ଧାନକୁ ଠିକ୍ ଭାବେ ଖରାରେ ଶୁଖାଇ ଅମଳ କଲେ, ଏହା ବିକ୍ରିଯୋଗ୍ୟ ହୋଇପାରିବ ବୋଲି ଆଶ୍ବାସନା ଦେଇଛନ୍ତି କୃଷି ଅଧିକାରୀ। ଅନ୍ୟପଟେ ଯେଉଁ ଚାଷୀ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି, ସେମାନେ ବୀମା କ୍ଷତିପୂରଣ ଆବେଦନ ମଧ୍ୟ କରିପାରିବେ ବୋଲି କହିଛନ୍ତି ଜିଲ୍ଲା କୃଷି ଅଧିକାରୀ।

ଅଧିକ ପଢ଼ନ୍ତୁ: ଯେମିତି ସ୍ପିଡ୍ ସେମିତି ଆତ୍ମଘାତୀ, ଭାରତୀୟ ସ୍ଥଳସେନାରେ 'ଖଡ୍ଗ'

Bhubaneswar Weather Cuttack Weather Update Rain Weather News
Advertisment
Advertisment