Advertisment

୨୦୨୪ ର ମଡେଲ୍‌ ପଲିଟିକ୍ସ: ବିଜେପିର ଧାମନଗର ବନାମ ବିଜେଡିର ପଦ୍ମପୁର

ଦୁଇ ଉପନିର୍ବାଚନର ଫିବର୍ କିନ୍ତୁ ଏଯାଏ ଯାଇ ନାହିଁ । ହାର ଜିତ୍‌ର ଅଙ୍କକଷା ଭିତରେ ଜୋର୍ ଧରିବାରେ ଲାଗିଛି ମଡେଲ୍ ପଲିଟିକ୍ସ ।

ଅଦ୍ୟତନ ହୋଇଛି
undefined

2024 General Election

Advertisment

ଧାମନଗରରେ ବିଜେପି ମାରିଲା ବାଜି। ପଦ୍ମପୁରରେ ବିଜେଡି ର ବୃହତ ବିଜୟ । ଦୁଇ ଉପନିର୍ବାଚନର ଫିବର୍ କିନ୍ତୁ ଏଯାଏ ଯାଇ ନାହିଁ । ହାର ଜିତ୍‌ର ଅଙ୍କକଷା ଭିତରେ ଜୋର୍ ଧରିବାରେ ଲାଗିଛି ମଡେଲ୍ ପଲିଟିକ୍ସ । ବିଜେପିର ଧାମନଗର ବନାମ ବିଜେଡିର ପଦ୍ମପୁର ମଡେଲ୍‌କୁ ନେଇ ମୁହାଁମୁହିଁ ଦୁଇ ଦଳ ।

Advertisment

ପଦ୍ମପୁର ପୋଷ୍ଟମର୍ଟମ୍ ପରେ ବିଜେଡି କହିଲା ଆଗକୁ ପଦ୍ମପୁର ମଡେଲ୍‌ରେ ୨୪ ନିର୍ବାଚନ ଲଢିବ ଦଳ । ଏହାକୁ କାଉଣ୍ଟର କରି  ବିଜେପି କହିଲା, ସେମାନଙ୍କ ପାଖରେ ପଦ୍ମପୁର ତ ଆମ ପାଖରେ ରହିଛି ଧାମନଗର ମଡେଲ୍ । ଏହାକୁ ନେଇ ଦୁଇ ଦଳ ଭିତରେ ତୁତୁ-ମେମେ ଭିତରେ ଏଣ୍ଟ୍ରି ମାରିଛି କଂଗ୍ରେସ୍ । କହିଛି, ଆମ ପାଖରେ ରହିଛି ଓଡିଶା ମଡେଲ୍ । ଏବେ ନଜର ପକାନ୍ତୁ, କେଉଁ ଦଳର କଣ ରହିଛି ମଡେଲ୍ 

ବିଜେଡିର ପଦ୍ମପୁର ମଡେଲ୍ 

୧. ପ୍ରତି ଭୋଟର,ଘରକୁ ଘର ଜଗି ଭୋଟର ଲିଷ୍ଟ ଅନୁସାରେ ନେତାଙ୍କୁ ଦାୟିତ୍ୱ
୨. ଅସନ୍ତୁଷ୍ଟ ଓ ବିଦ୍ରୋହୀଙ୍କୁ ମନାଇ ଜିତିବାର ସମ୍ଭାବନା ଥିବା ନେତାଙ୍କୁ ପ୍ରାର୍ଥୀ କରିବା
୩. ଯେଉଁଠି ଯେଉଁ ଦାବି ରହିଛି ତାକୁ ପୂରଣ ପାଇଁ ପ୍ରତିଶ୍ରୁତି 
୪. ନବୀନ ନିଜେ ପ୍ରଚାର ମୈଦାନକୁ ଓହ୍ଲାଇବା ସହ ପରିଚାଳନା ଦାୟିତ୍ୱ ନେବା
୫. କଂଗ୍ରେସ୍ ଭୋଟ୍ ନିଜ ଆଡକୁ ଟାଣିବା
୬. ବୁଥ୍ ଓ ପଂଚାୟତ ସ୍ତରରେ ଉଭୟ କଂଗ୍ରେସ୍ ଓ ବିଜେପିକୁ ମ୍ୟାନେଜ୍ କରିବା

Advertisment

ଏବେ ଦେଖିବା ବିଜେପିର ଧାମନଗର ମଡେଲ୍ କଣ..

୧. ବିଜେଡି ବିଦ୍ରୋହୀ ସ୍ୱାଧୀନ ଭାବେ ଛିଡ଼ା ହେଲେ ତାର ଫାଇଦା ନେବା 
୨. ସଙ୍ଗଠନ ମଜଭୁତ୍ କରି ବୁଥ୍ ଓ ଶକ୍ତି କେନ୍ଦ୍ରକୁ ସୁଦୃଢ କରିବା, ବୁଥ୍ ଓ୍ୱାରି ନେତାଙ୍କୁ ଦାୟିତ୍ୱ
୩. ଇଲେକସନ୍ ମ୍ୟାନେଜେମେଣ୍ଟକୁ ସୁଧାରିବା
୪. ବିଜେଡିର ମହିଳା ଭୋଟ ଭାଙ୍ଗି ନିଜ ସପକ୍ଷରେ ରଖିବା 

ଦୁଇ ଦଳର ଟଣାଓଟରା ଭିତରେ କଂଗ୍ରେସ୍ କହିଛି ସେମାନଙ୍କର ହେଉଛି ଓଡ଼ିଶା ମଡେଲ୍

ଅଧିକ ପଢ଼ନ୍ତୁ: ଓଡ଼ିଶାରେ ହେବ କି ଆଗୁଆ ନିର୍ବାଚନ ? ୨୪ ପୂର୍ବରୁ ଭାଙ୍ଗିବ କି ବିଧାନସଭା?

Advertisment

ଏଥିରେ ଫୋକସ୍ ରହିଛି

୧. ପ୍ରଥମେ ନିଜ ଭୋଟ୍ ବଜାୟ  ରଖିବା,

୨. ଗୋଷ୍ଠୀକନ୍ଦଳକୁ ଦୂର କରି ନିଜ ଘର ସଜାଡ଼ିବା

୩. ବିଜେପି ଓ ବିଜେଡି ସରକାର ବିରୋଧରେ ଥିବା ହାୱାରୁ ଫାଇଦା ନେବା 

ଏଭଳି ମଡେଲ୍ ରାଜନୀତି ଭିତରେ ଆଗୁଆ ନିର୍ବାଚନ ଚର୍ଚ୍ଚା ଜୋର ଧରିଛି । ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ ବିଜେପି ଆନ୍ଦୋଳନ ମାଧ୍ୟମରେ ସରକାର ବିରୋଧୀ ହାୱାକୁ ତୀବ୍ର କରିବା ଓ ସଙ୍ଗଠନକୁ ତୃଣମୂଳ ସ୍ତରରେ ମଜୁଭତ କରିବା ଲାଗି ବିଜେପିର ବଡ଼ ଯୋଜନା ରହିଛି । ସେପଟେ ବିଜେଡି ଭିତରେ ଥିବା ଅସନ୍ତୋଷକୁ ପ୍ରଶମିତ କରିବା, ବିଭିନ୍ନ ଲୋଭନୀୟ ସ୍କିମ୍ ମାଧ୍ୟମରେ ସରକାର ବିରୋଧୀ ହାୱାକୁ ପ୍ରତିହତ କରିବା ଉପରେ ବିଜେଡି ଗୁରୁତ୍ୱ ଦେଉଛି । ତେବେ ରାଜନୈତିକ ସମୀକ୍ଷକଙ୍କ ମତରେ ବିଜେଡି ଲାଗି ଦଳୀୟ ବିଦ୍ରୋହ ଘାତକ ହୋଇପାରେ ।

ରାଜ୍ୟରେ କଂଗ୍ରେସ୍ ସ୍ଥିତି ଦିନକୁ ଦିନ ଦୁର୍ବଳ ହେଉଥିବାରୁ ଓଡ଼ିଶା ରେ ଆଗକୁ ବିଜେଡି-ବିଜେପି ମୁହାଁମୁହିଁ ଲଢେଇ ହେବାର ସମ୍ଭାବନା ରହିଛି । ଏଥିରୁ କାହାକୁ କେତେ ଫାଇଦା ମିଳୁଛି ତା ଉପରେ ନଜର ରହିବ ।

(ରିପୋର୍ଟର- ଝାରସୁଗୁ଼ଡାରୁ ଭାଗୀରଥି ସାହୁ, ଭୁବନେଶ୍ୱରରୁ ବିବର୍ତ୍ତନ ପଣ୍ଡା ଓ ହରିହର ଚାନ୍ଦ) 

BJP BJD General Election 2024 Congress
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ