Advertisment

ସଂସଦରେ ବିରୋଧୀଙ୍କ ଖୁବ୍‌ ମଜାକ୍ ଉଡ଼ାଇଲେ ମୋଦି, ହସରେ ଫାଟିପଡ଼ିଲା ଗୃହ

ମୋଦି କହିଲେ, ବିପକ୍ଷ ଦଳ ଫିଲ୍‌ଡିଂ ସଜାଇଲା, କିନ୍ତୁ ଛକା ଚୌକା ଏଇଠୁ ଲାଗିଲା । ଆପଣ ନୋ ବଲ୍ ନୋ ବଲ୍ ହେଉଥାନ୍ତୁ, କିନ୍ତୁ ଏଠୁ ସେଞ୍ଚୁରୀ ହେଇଚାଲିଛି ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
PM Modi Lokabha Speech

Narendra Modi

ଲୋକସଭାରେ ବିପକ୍ଷଙ୍କୁ ଖୁବ୍ କଟାକ୍ଷ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କହିଲେ ବିପକ୍ଷ ଦଳ ଫିଲ୍‌ଡିଂ ସଜାଇଲା, କିନ୍ତୁ ଛକା ଚୌକା ଏଇଠୁ ଲାଗିଲା । ଏହା ସହ କହିଲେ, ଆପଣ ନୋ ବଲ୍ ନୋ ବଲ୍ ହେଉଥାନ୍ତୁ, କିନ୍ତୁ ଏଠୁ ସେଞ୍ଚୁରୀ ହେଇଚାଲିଛି । ଆପଣମାନେ ପ୍ରସ୍ତୁତ ହୋଇ କାହିଁକି ଆସୁନାହାନ୍ତି ବୋଲି କହି ବିରୋଧୀଙ୍କୁ ଛିଗୁଲେଇଲେ ମୋଦି । ଆହୁର କହିଲେ ୨୦୧୮ରେ ଅନାସ୍ଥା ଆଣିଥିଲେ ବିରୋଧୀ, ତାପରେ ୫ ବର୍ଷ ସମୟ ଦେଲି । ତଥାପି ପ୍ରସ୍ତୁତ ହୋଇପାରିଲେନି ।

Advertisment

ବିରୋଧୀ ଦଳ ଯେତେ ଥର ଅନାସ୍ଥା ଆଣୁଛନ୍ତି NDAକୁ ସେତେ ଶୁଭ ଫଳ ମିଳୁଛି । ପୂର୍ବରୁ ଅନାସ୍ଥା ଆଣିଥିଲେ, କିନ୍ତୁ NDA ରେକର୍ଡ ଭାଙ୍ଗି ସିଟ୍‌ ପାଇଥିଲା । ଅର୍ଥାତ ୨୦୨୪ରେ ବି ଏନଡିଏ ଓ ବିଜେପି ପୂର୍ବର ସବୁ ରେକର୍ଡ ଭାଙ୍ଗିବେ । ପୂର୍ବର ସବୁ ରେକର୍ଡ ଭାଙ୍ଗି ପୁଣି ଏନଡିଏ ଓ ବିଜେପି କ୍ଷମତାକୁ ଫେରିବେ ବୋଲି ମୋଦି ଗୃହରେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

ଅଧିକ ପଢ଼ନ୍ତୁ: ଗୃହରେ ରାହୁଲଙ୍କ ଫ୍ଲାଇଂ କିସ୍‌କୁ ନେଇ ଘମାସାନ ! କ୍ଷମା ମାଗିବାକୁ ଦାବି କଲା ବିଜେପି

Advertisment

କଂଗ୍ରେସ ସାଂସଦ ଅଧୀର ରଂଜନ ଚୌଧୁରୀଙ୍କୁ ବି କଟାକ୍ଷ କଲେ ମୋଦି । କହିଲେ ଗତଥର ସେ ଗର୍ଜୁଥିଲେ, ଏଥର କାହିଁକି ଅଧୀର ଭାଇ ଚୁପ୍‌ ବସିଛନ୍ତି । କାହିଁକି କଂଗ୍ରେସ ତାଙ୍କୁ ସୁଯୋଗ ଦେଲାନି, ସେ ଚୁପ୍‌ ଚାପ୍‌ ବସିଛନ୍ତି । କିଛି କହୁନାହାନ୍ତି ଅଧୀର ବାବୁ, କୋଲକାତାରୁ ଫୋନ୍‌ ଆସିଥିବ ବୋଧେ । ସେଥିପାଇଁ ସେ ଚୁପ୍‌ ଅଛନ୍ତି । ଅଧୀର ବାବୁଙ୍କ ପ୍ରତି ଆମେ ସମବେଦନା ଜଣାଉଛୁ ବୋଲି କହି ତାତ୍ସଲ୍ୟ କରିଛନ୍ତି ମୋଦି ।

ସଂସଦରେ ଅନାସ୍ଥା ବିତର୍କ ଜାରି ରହିଥିବାବେଳେ ଅନାସ୍ଥା ବିତର୍କରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ବକ୍ତବ୍ୟ ରଖିଥିବା ବେଳେ ବିରୋଧୀଙ୍କୁ ଖୁବ୍‌ ମଜାକ୍‌ ଉଡ଼ାଇଛନ୍ତି । ସେ କହିଛନ୍ତି, ଆମକୁ ବିଶ୍ୱାସ କରିଥିବାରୁ ଦେଶର କୋଟି କୋଟି ନାଗରିକଙ୍କୁ କୃତଜ୍ଞତା। ୨୦୧୮ରେ ବି ଅନାସ୍ଥା ଆଣିଥିଲେ, ତାହା ଆମର ନୁହେଁ ବିରୋଧୀଙ୍କ ଫ୍ଲୋରଟେଷ୍ଟ ଥିଲା। ଦେଶବାସୀ ଯେଉଁ ବିଶ୍ୱାସରେ ବିରୋଧୀଙ୍କୁ ଏଠାକୁ ପଠାଇଛନ୍ତି, ତାଙ୍କ ପ୍ରତି ବି ବିଶ୍ୱାସଘାତ ହେଉଛି ବୋଲି କହିଲେ ମୋଦି।

ମୋଦି ଆହୁରି କହିଛନ୍ତି ବିରୋଧୀଙ୍କ ପାଇଁ ଗରିବର ଭୋକ ନୁହେଁ, କ୍ଷମତାର ଭୋକ ଘାରିଛି। ଯୁବବର୍ଗ କେମିତି ରୋଜଗାର ପାଇବେ ସେ ଚିନ୍ତା କରୁନାହାନ୍ତି, କିନ୍ତୁ ୟାଙ୍କୁ ରାଜନୀତି ଚିନ୍ତା ଘାରିଛି। ଗତ ଥର ଫ୍ଲୋର ଟେଷ୍ଟ ବେଳେ ବିରୋଧୀଙ୍କ ପାଖରେ ଯେତିକି ସଦସ୍ୟ ଥିଲେ, ସେତିକି ଭୋଟ୍ ବି ତାଙ୍କୁ ମିଳିଲାନି ।

Parliament PM Narendra Modi No-confidence Motion
Advertisment
Advertisment