Advertisment

ଗୃହରେ ରାହୁଲଙ୍କ ଫ୍ଲାଇଂ କିସ୍‌କୁ ନେଇ ଘମାସାନ ! କ୍ଷମା ମାଗିବାକୁ ଦାବି କଲା ବିଜେପି

୪ ମାସ ଅନ୍ତରରେ ସଂସଦକୁ ଫେରିଛନ୍ତି । ଆଉ ଫେରୁ ଫେରୁ ଫ୍ଲାଇଂ କିସ୍ ଦେବା ଭଳି ନୂଆ ବିବାଦରେ ଛନ୍ଦି ହୋଇଯାଇଛନ୍ତି।

author-image
Satyendu Shekher Mishra
Politics, No Confidence Motion

Politics, No Confidence Motion

ମଣିପୁର ପ୍ରସଙ୍ଗରେ ଗୃହ ସରଗରମ । ଅନାସ୍ଥା ଆଲୋଚନା ଭିତରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ଆଚରଣକୁ ନେଇ ତମ୍ବିତୋଫାନ । କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଗୃହରେ ସିଧାସଳଖ ଅଭିଯୋଗ କରିଛନ୍ତି ଯେ, ରାହୁଲ ମହିଳା ସାଂସଦଙ୍କ ପ୍ରତି ଅଭଦ୍ର ଆଚରଣ ଦେଖାଇଛନ୍ତି। ଭାଷଣ ଦେଇ ଯିବା ବେଳେ ଫ୍ଲାଇଂ କିସ୍ ଦେଇଛନ୍ତି । ଏଭଳି ଅଭଦ୍ରୋଚିତ ଆଚରଣ ଗଭୀର ଆଘାତ ଦେଇଛି। ଦେଶର ସଂସଦ ପୂର୍ବରୁ କେବେବି ଏଭଳି ଗରିମାହୀନ ଆଚରଣ ଦେଖିନାହିଁ ବୋଲି ସେ କହିଛନ୍ତି ।

Advertisment

କେବଳ ଏତିକି ନୁହେଁ, ଗାନ୍ଧି ଖାନ୍ ଦାନ୍‌ର ଏ ଲକ୍ଷଣ କି ବୋଲି ପ୍ରଶ୍ନ କରିବା ସହ ରାହୁଲଙ୍କୁ କଡ଼ା ଭାଷାରେ ସମାଲୋଚନା କରିିଛନ୍ତି ସ୍ମୃତି ।

ଲୋକସଭାରେ ରାହୁଲଙ୍କ ଏଭଳି ଆଚରଣକୁ ନେଇ ବାଚସ୍ପତିଙ୍କୁ ଫେରାଦ ହୋଇଛନ୍ତି ଏନଡିଏର ମହିଳା ସାଂସଦ । ରାହୁଲଙ୍କ ଏଭଳି ଅଭଦ୍ରୋଚିତ ଆଚରଣ, ନା କେବଳ ମହିଳା ସାଂସଦଙ୍କ ମର୍ଯ୍ୟାଦାହାନୀ କରିଛି ବରଂ ପବିତ୍ର ଗୃହର ଗରିମା କ୍ଷୁର୍ଣ୍ଣ କରିଛି ବୋଲି ବାଚସ୍ପତିଙ୍କୁ ଚିଠି ଲେଖି ଜଣାଇଛନ୍ତି। ଏଥିପାଇଁ ରାହୁଲଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ମହିଳା ସାଂସଦ ।

Advertisment

ତେବେ ଏହା ପ୍ରଥମଥର ନୁହେଁ, ପୂର୍ବରୁ ମଧ୍ୟ ଗୃହରେ ନିଜର ଆଚରଣକୁ ନେଇ ବିବାଦରେ ରହିଛନ୍ତି ରାହୁଲ। ୨୦୧୮ରେ ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ବେଳେ ହଠାତ୍ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଗୃହରେ ସମସ୍ତଙ୍କ ସାମ୍ନାରେ କୁଣ୍ଢାଇ ପକାଇଥିଲେ ରାହୁଲ। ପରେ ନିଜ ଆସନକୁ ଫେରି ଆଖି ମାରି ହସିଥିଲେ। ଆଜି ଲୋକସଭାରେ ରାହୁଲଙ୍କ ଆଚରଣକୁ ଶାସକ ଦଳ ସଭ୍ୟ ପ୍ରବଳ ବିରୋଧ କରିବା ସହ ରାହୁଲଙ୍କ କ୍ଷମା ପ୍ରାର୍ଥନା ଦାବି କରିଛନ୍ତି । ସେପଟେ କଂଗ୍ରେସ କହିଛି ମଣିପୁର ପ୍ରସଙ୍ଗକୁ ଡାଇଭର୍ଟ କରିବାକୁ ଏହା ବିଜେପିର ପ୍ରୟାସ।

ମୋଦି ସରନେମ୍' ମାନହାନୀ ମାମଲାରେ ସୁରତ କୋର୍ଟ ଶୁଣାଇଥିବା ୨ ବର୍ଷ ଜେଲ୍ ଦଣ୍ଡାଦେଶକୁ ସୁପ୍ରିମକୋର୍ଟ ସ୍ଥଗିତ ରଖିବା ପରେ, ନିକଟରେ ୱାଏନାଡ୍ ସାଂସଦ ପଦ ଫେରିପାଇଛନ୍ତି ରାହୁଲ । ୪ ମାସ ଅନ୍ତରରେ ସଂସଦକୁ ଫେରିଛନ୍ତି । ଆଉ ଫେରୁ ଫେରୁ ଫ୍ଲାଇଂ କିସ୍ ଦେବା ଭଳି ନୂଆ ବିବାଦରେ ଛନ୍ଦି ହୋଇଯାଇଛନ୍ତି।

Congress Rahul Gandhi
Advertisment
Advertisment