Advertisment

PM Modi to Review: କେନ୍ଦ୍ରରେ ମୋଦି, ଓଡ଼ିଶାରେ ବିଜେପି; ନିର୍ବାଚନ ପ୍ରତିଶ୍ରୁତି ପାଳନର ଚାଲିଛି ସମୀକ୍ଷା

ଆଗରୁ ନିର୍ବାଚନ ପୂର୍ବରୁ ଆସିଥିଲେ, ଆଉ ଏଥର ଡବଲ୍ ଇଞ୍ଜିନ୍ ସରକାର ପରେ । ଚାଲିଛି ରୁଦ୍ଧଦ୍ୱାର ପାଠଶାଳା । ଉପସ୍ଥିତ ଅଛନ୍ତି ମୁଖ୍ୟମନ୍ତ୍ରୀ, ମନ୍ତ୍ରିମଣ୍ଡଳର ସଦସ୍ୟ, ତିନି କେନ୍ଦ୍ରମନ୍ତ୍ରୀ, ବିଜେପିର ସବୁ ବିଧାୟକ, ସାଂସଦ ଓ ଦଳୀୟ ପଦାଧିକାରୀ ।

undefined

PM Modi to Review

Advertisment

କେନ୍ଦ୍ରରେ ମୋଦି, ଓଡ଼ିଶାରେ ବିଜେପି । ୨୪ ନିର୍ବାଚନରେ ଡବଲ ଇଞ୍ଜିନ୍ ସରକାର ଆସିବା ପରେ ଆଜି ପ୍ରଥମ ଥର ପାଇଁ ରାଜ୍ୟ ବିଜେପି ଅଫିସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ସାଂସଦ, ବିଧାୟକ ଓ ଦଳୀୟ ପଦାଧିକାରୀଙ୍କୁ ନେଇ ଚାଲିଛି ରୁଦ୍ଧଦ୍ୱାର ପାଠଶାଳା । ନିର୍ବାଚନ ପ୍ରତିଶ୍ରୁତିର କାର୍ଯ୍ୟକାରିତାଠୁ ରାଜ୍ୟ ବିକାଶର ରୋଡ୍ ମ୍ୟାପ ଯାଏଁ ଚାଲିଛି ଆଲୋଚନା । ଦ୍ୱିତୀୟ ଥର ପାଇଁ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପ୍ରଧାନମନ୍ତ୍ରୀ ମୋଦି ।

Advertisment

ଆଗରୁ ନିର୍ବାଚନ ପୂର୍ବରୁ ଆସିଥିଲେ, ଆଉ ଏଥର ଡବଲ୍ ଇଞ୍ଜିନ୍ ସରକାର ପରେ । ଚାଲିଛି ରୁଦ୍ଧଦ୍ୱାର ପାଠଶାଳା । ଉପସ୍ଥିତ ଅଛନ୍ତି ମୁଖ୍ୟମନ୍ତ୍ରୀ, ମନ୍ତ୍ରିମଣ୍ଡଳର ସଦସ୍ୟ, ତିନି କେନ୍ଦ୍ରମନ୍ତ୍ରୀ, ବିଜେପିର ସବୁ ବିଧାୟକ, ସାଂସଦ ଓ ଦଳୀୟ ପଦାଧିକାରୀ । ଓଡ଼ିଶାରେ ଦଳ କ୍ଷମତାକୁ ଆସିବା ପରେ କେତେ ପୂରଣ ହୋଇଛି ନିର୍ବାଚନୀ ପ୍ରତିଶ୍ରୁତି ? ସରକାର ଓ ସଂଗଠନ ମଧ୍ୟରେ କେମିତି ଆଗକୁ ରହିବ ସମନ୍ୱୟ? ଲୋକଙ୍କ ପାଖରେ କେତେ ପହଞ୍ଚିଛି ଡବଲ ଇଞ୍ଜିନ୍ ସରକାରର ଉପଲବ୍ଧି ?

ଅଧିକ ପଢ଼ନ୍ତୁ:ବିରୋଧୀଙ୍କୁ ନିଶାନା, ମୋହନଙ୍କୁ ପ୍ରଶଂସା; ରାଜଧାନୀରେ ପ୍ରଧାନମନ୍ତ୍ରୀ

Advertisment

ଓଡ଼ିଶାରେ ଆଗାମୀ ୨୫ବର୍ଷ ଧରି ଲମ୍ବା ଶାସନ ପାଇଁ କେମିତି ପଡ଼ିବ ମୂଳଦୁଆ? ଏସବୁ ସଂପର୍କରେ ଗୋଟି ଗୋଟି କରି ପଚାରି ବୁଝିବା ସହ ପରାମର୍ଶ ବି ଦେଉଛନ୍ତି ପ୍ରାଇମ ମିନିଷ୍ଟର । ଏହାବାଦ୍ ମନ୍ତ୍ରୀ ଓ ଜନ ପ୍ରତିନିଧିମାନଙ୍କ ରିପୋର୍ଟ କାର୍ଡର ବି ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ । ଏହି ବୈଠକ ପୂର୍ବରୁ ମୁଖ୍ୟମନ୍ତ୍ରୀ କହିଥିଲେ- ନିର୍ବାଚନ ବେଳେ ଦେଇଥିବା ପ୍ରତିଶ୍ରୁତି ପୂରଣ କରିଛୁ । କେନ୍ଦ୍ର ଗରିବ କଲ୍ୟାଣ ଯୋଜନାର କେତେ ହୋଇଛି ସଫଳ ରୂପାୟନ?

ରାଜ୍ୟର ବିକାଶ ଦିଗରେ କେତେ ଫଳପ୍ରଦ ହୋଇଛି ସରକାରଙ୍କ ୧୦୦ ଦିନିଆ ରୋଡ ମ୍ୟାପ୍ ? ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କଠୁ ଏସବୁ ପଚାରି ବୁଝିଛନ୍ତି ପ୍ରଧାନମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ବି ଏ ନେଇ ପ୍ରଧାନମନ୍ତ୍ରୀଙ୍କୁ ବିସ୍ତୃତ ଭାବେ ଅବଗତ କରି-ସରକାର ଶପଥ ନେବା ମାତ୍ରେ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲାଯାଇଥିବା, ରତ୍ନଭଣ୍ଡାର ମରାମତି ସହ ଅଳଙ୍କାର ଗଣତି ମଣତି ପାଇଁ ପ୍ରକ୍ରିୟା ଆରମ୍ଭ, ସୁଭଦ୍ରା ଯୋଜନାରେ ମହିଳାଙ୍କୁ ସହାୟତା ପ୍ରଦାନ, ନିର୍ବାଚନୀ ଘୋଷଣା ମୁତାବକ ଚାଷୀଙ୍କୁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୩୧ଶହ ଟଙ୍କା ପ୍ରଦାନ ସଂପର୍କରେ ଅବଗତ କରିଥିବା ସୂଚନା ମିଳିଛି ।

Advertisment

ଅଧିକ ପଢ଼ନ୍ତୁ:ଦିଲ୍ଲୀରେ ପିଇଥିବା ବଲାଙ୍ଗିର ଚା’କୁ ମନେ ପକାଇଲେ ମୋଦି

Odisha Narendra Modi PM Modi BJP Politics Mohan Majhi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ