Advertisment

Odisha Politics: ମୋଦି-ଶାହଙ୍କ ଗସ୍ତ ପରେ ଆଗ୍ରେସିଭ୍ ମୁଡରେ ରାଜ୍ୟ BJP

ପୌର ଓ ପଞ୍ଚାୟତ ନିର୍ବାଚନ ଉପରେ ଫୋକସ୍ । ପଦ୍ମ ଧରିଲେ ଦେବୀ ମିଶ୍ରଙ୍କ ଖାସ୍ ବଡ଼ମ୍ବା ବ୍ଲକ ଅଧ୍ୟକ୍ଷ ।

undefined

ଆଗ୍ରେସିଭ୍‌ ମୁଡ୍‌ରେ ରାଜ୍ୟ ବିଜେପି

Advertisment

ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀଙ୍କ ତିନି ଦିନିଆ ଓଡ଼ିଶା ରହଣି ଆଉ ମୋଦିଙ୍କ ଦୁଇ ଘଣ୍ଟିଆ ପାଠଶାଳା। ରାଜ୍ୟ ବିଜେପିକୁ ଦେଇଛି ବଳ। ଏକ ଅଲଗା ପ୍ରକାର ଉତ୍ସାହ ସହ ଆଗ୍ରେସିଭ୍ ମୁଡ୍‌ରେ ଦଳ। ଆଜି ବିଜେଡି ସମନ୍ୱୟ କମିଟି ମୁଖ୍ୟ ଦେବୀ ମିଶ୍ରଙ୍କୁ ଚକମା ଦେଇ ବଡ଼ମ୍ବା ବ୍ଲକ ଅଧ୍ୟକ୍ଷଙ୍କୁ ଦଳକୁ ଆଣିଛି ବିଜେପି।

Advertisment

ମୋଦି-ଶାହଙ୍କ ଗସ୍ତ ପରେ ଆଗ୍ରେସିଭ ମୁଡ୍ ରେ ରାଜ୍ୟ ବିଜେପି। ମୋଦି ମନ୍ତ୍ରକୁ ପାଥେୟ କରି ମଜଭୁତ ସଙ୍ଗଠନ ପାଇଁ ରଣନୀତି। ପଞ୍ଚାୟତ ଏବଂ ପୌର ନିର୍ବାଚନ ଉପରେ ଫୋକସ୍ । ସମସ୍ତ ଜିଲ୍ଲା ପରିଷଦ ଦଖଲ ପାଇଁ ବ୍ଲୁପ୍ରିଣ୍ଟ। ମୋଦି ଯାଉ ଯାଉ ବିଜେଡିକୁ ବଡ଼ ଝଟ୍‌କା ଦେଇଛି ଦଳ। ବିଜେଡି ସମନ୍ୱୟ କମିଟି ମୁଖ୍ୟ ଦେବୀ ମିଶ୍ରଙ୍କ ଖାସ୍ ବଡ଼ମ୍ବା ବ୍ଲକ ଅଧ୍ୟକ୍ଷଙ୍କୁ ଦଳରେ ମିଶାଇଛି। ଆଜି ରାଜ୍ୟ କାର୍ଯ୍ୟାଳୟରେ ବିଜେଡି ଛାଡି ବିଜେପିରେ ମିଶିଛନ୍ତି ବଡ଼ାମ୍ବା ବ୍ଲକ ଅଧ୍ୟକ୍ଷ ରଘୁପତି ମହାନ୍ତି। ତାଙ୍କ ସହ ଶତାଧିକ କର୍ମୀ ଏବଂ ପଞ୍ଚାୟତ ପ୍ରତିନିଧିମାନେ ମଧ୍ୟ ସାମିଲ ହୋଇଛନ୍ତି।

ଲମ୍ବା ସମୟ ଧରି କ୍ଷମତାରେ ରହିବା,ଆଉ ଏବେ କ୍ଷମତା ଯିବା ପରେ ବିଜେଡି ଛାଡି ବିଜେପି ମୁହାଁ ହେଉଛନ୍ତି ପଞ୍ଚାୟତ ପ୍ରତିନିଧି । ତେଣୁ ତୃଳମୂଳ ସ୍ତରରେ ଥିବା ବିଜେଡି ସଙ୍ଗଠନକୁ ନିଜ ଆଡକୁ ଆଣି ସଙ୍ଗଠନ ମଜଭୁତ ପାଇଁ ବିଜେପି କରିଛି ଯୋଜନା। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ମଧ୍ୟ ପୂର୍ବରୁ କହିଥିଲେ ତାଲିକା ପ୍ରସ୍ତୁତ ହୋଇଛି। ପୁଣି ମମତା ମହାନ୍ତ ଏବଂ ସୁଜିତ କୁମାରଙ୍କ ପରେ ଅନ୍ୟ କିଛି ସାଂସଦ ବି ବିଜେପି ଲିଙ୍କରେ ଥିବା କୁହାଯାଉଛି। ବିଜେଡି କହିଛି ପୋଲିସ ପ୍ରଶାସନକୁ ବ୍ୟବହାର କରି ଆକ୍ରୋଶ ରାଜନୀତି କରୁଛି ବିଜେପି।

Advertisment

ଅଧିକ ପଢନ୍ତୁ:ପୂର୍ବ ଭାରତ ବିଜୟ ଲକ୍ଷ୍ୟରେ, ଓଡ଼ିଶା ହେଲା କି ମୋଦିଙ୍କ ପ୍ରୟୋଗଶାଳା?

ରାଜ୍ୟ କାର୍ଯ୍ୟାଳୟରେ ଦୁଇ ଘଣ୍ଟା ଧରି ବିଧାୟକ, ମନ୍ତ୍ରୀ ଏବଂ ନେତାଙ୍କୁ ସଙ୍ଗଠନ ପାଠ ପଢାଇଥିଲେ ମୋଦି। ନିଜ ଅଭିଜ୍ଞତା ବତାଇ ଆଗମୀ ୨୫ ବର୍ଷ କ୍ଷମତାରେ ରହିବାକୁ ମୂଳଦୁଆ ମନ୍ତ୍ର ମଧ୍ୟ ଦେଇଥିଲେ। ଗତ ୨୯ ତାରିଖରେ ରାଜ୍ୟ କାର୍ଯ୍ୟାଳୟରେ ପ୍ରଧାନମନ୍ତ୍ରୀ ପହଞ୍ଚିବା ପରେ ବିଶେଷ କରି ରାଜ୍ୟର ଟପ୍ ଲିଡର ରାଜ୍ୟ ସଭାପତି ମନମୋହନ ସାମଲ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ରାଷ୍ଟ୍ରୀ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଅଳ୍ପ ସମୟ ଆଲୋଚନା କରିଥିବା ଜଣାପଡିଛି।

Advertisment

ରାଜ୍ୟ ରାଜନୀତି ନେଇ କିଛି ରାଜନୈତିକ ଆଲୋଚନା ହୋଇଛି। ଏବେ ସଭ୍ୟ ସଂଗ୍ରହ ଅଭିଯାନ ପରେ ସାଙ୍ଗଠନିକ ନିର୍ବାଚନ ରହିଛି। ନିର୍ବାଚନ ସରିବା ପରେ ନୂଆବର୍ଷରୁ ନୂଆ ଷ୍ଟ୍ରାଟେଜିରେ ଦଳ ଆରମ୍ଭ କରିବ କାର୍ଯ୍ୟକ୍ରମ।

ଏଇ ୩ ଦିନିଆ ଗସ୍ତ ପରେ ପୁଣି ଜାନୁଆରୀ ୮ରେ ପ୍ରବାସୀ ଭାରତୀୟ ସମ୍ମିଳନୀ ପାଇଁ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ। ୨୦୨୪ରେ ଓଡ଼ିଶାବାସୀଙ୍କ ବିପୁଳ ସମର୍ଥନ ପରେ ଓଡିଶାକୁ ଫୋକସରେ ରଖିଛନ୍ତି ମୋଦି।

ଅଧିକ ପଢନ୍ତୁ:ବିଜେଡି ନେତାଙ୍କ ବାହାଭୋଜିରେ ପାଣ୍ଡିଆନ୍, କ’ଣ କହୁଛନ୍ତି ରାଜନୈତିକ ସମୀକ୍ଷକ...

BJD BJP Congress Odisha Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ