Advertisment

MP Pratap Sarangi Injured: ପ୍ରତାପଙ୍କୁ ଠେଲାପେଲା ଘଟଣାକୁ ସବୁଠି ନିନ୍ଦା; ଫୋନ୍‌ କରି ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୋଦି

RML ହସ୍ପିଟାଲରେ ପ୍ରତାପ ଷଡଙ୍ଗୀଙ୍କୁ ଭେଟିବାକୁ ଅନେକ ନେତା ମନ୍ତ୍ରୀ ପହଞ୍ଚିଛନ୍ତି। ପ୍ରତାପ ଷଡଙ୍ଗୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ । ଫୋନ୍ କରି ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଲେ। ତେବେ ଏହି ଘଟଣାକୁ ସବୁ ଆଡୁ ନିନ୍ଦା କରାଯାଉଛି।

ଅଦ୍ୟତନ ହୋଇଛି
MP Pratap Sarangi Injured

pratap sarangi

Advertisment

ଠେଲିଦେଲେ ରାହୁଲ ଗାନ୍ଧି, ପଡ଼ିଗଲେପ୍ରତାପ ଷଡ଼ଙ୍ଗୀ ସଂସଦ ଭବନର ପ୍ରବେଶ ପଥରେ ଆଜି କିଛି ଏଭଳି ଅପ୍ରୀତିକର ଘଟଣା ଦେଖିବାକୁ ମିଳିଛି। ‘ଆମ୍ବେଦକର’ପ୍ରସଙ୍ଗକୁ ନେଇ ବିରୋଧୀ ସଦସ୍ୟ ବିକ୍ଷୋଭ ପ୍ରଦର୍ଶନ କରୁଥିବା  ସମୟରେ ଠେଲି ଦେଇଥିଲେ ରାହୁଲ ଗାନ୍ଧି। ଅଭିଯୋଗ ଅନୁସାରେ, ରାହୁଲ ଗାନ୍ଧି କିଛି ସାଂସଦଙ୍କୁ ଠେଲି ଥିଲେ ସେହି ଧକ୍କା ଯୋଗୁଁ ଜଣେ ସାଂସଦ ପ୍ରତାପଙ୍କ ଉପରେ ପଡ଼ି ଯିବା ଯୋଗୁଁ ପ୍ରତାପଙ୍କ ମୁଣ୍ଡରେ ଆଘାତ ଲାଗିଛି। ମୁଣ୍ଡ ଫାଟି ଯାଇଥିବାରୁ ତାଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଛି।

Advertisment

ଅଧିକ ପଢ଼ନ୍ତୁ: ହସ୍ପିଟାଲ୍‌ରେ ଚାଲିଛି ପ୍ରତାପ ଷଡଙ୍ଗୀଙ୍କ ଚିକିତ୍ସା, ସଂସଦ ଇତିହାସରେ କଳା ଦିନ

ପ୍ରତାପଙ୍କ ମୁଣ୍ଡରେ ପଡ଼ିଛି ୨ଟି ଷ୍ଟିଚ୍। RML ହସ୍ପିଟାଲରେ ପ୍ରତାପ ଷଡଙ୍ଗୀଙ୍କୁ ଭେଟିବାକୁ ଅନେକ ନେତା ମନ୍ତ୍ରୀ ପହଞ୍ଚିଛନ୍ତି। ପ୍ରତାପ ଷଡଙ୍ଗୀଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଫୋନ୍ କି ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। ତେବେ ପ୍ରତାପ ଷଡଙ୍ଗୀ ଆହତ ହେବା ଘଟଣାକୁ ସବୁ ଆଡୁ ନିନ୍ଦା କରାଯାଉଛି। ଏପରି କାର୍ଯ୍ୟକୁ ନିନ୍ଦା କରିଛନ୍ତି ବିଜେପିରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ସୋସିଆଲ୍ ମିଡିଆ Xରେ ସେ ପୋଷ୍ଟ କରି କହିଛନ୍ତି, ‘କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଦାୟିତ୍ୱହୀନ ତଥା ଅହଂକାରୀ ଆଚରଣକୁ ମୁଁ ଦୃଢ ନିନ୍ଦା କରୁଛି। ବିରୋଧୀ ଦଳର ନେତାଙ୍କ ଏପରି ଆଚରଣ ଆଶ୍ଚର୍ଯ୍ୟଜନକ ଏବଂ ଆଦୌ ଗ୍ରହଣୀୟ ନୁହେଁ। ଉଭୟ ସାଂସଦଙ୍କର ଆଶୁ ଆରୋଗ୍ୟ କାମନା କରୁଛି।’

Advertisment

ସେହିପରି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଏହି ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି। ସେ କହିଛନ୍ତି, ପ୍ରତାପ ଷଡଙ୍ଗୀ ଜଣେ ବରିଷ୍ଠ ସାଂସଦ। ଯାହା ହେଇଛି ଆଦୌ ଗ୍ରହଣୀୟ ନୁହେଁ। ବିରୋଧ ପ୍ରଦର୍ଶନ ହେଉ, ଏଥିପାଇଁ କେହି ମନା କରୁନାହାଁନ୍ତି। ମାତ୍ର ଏଭଳି ଢଙ୍ଗରେ ବିରୋଧ ପ୍ରଦର୍ଶନ କରାଯାଏନି। ଏଥିପାଇଁ ବିନମ୍ରତା ଓ ଶାଳୀନତା ଦରକାର। 

Advertisment

ସାଂସଦ ରବୀନ୍ଦ୍ର ନାରାୟଣ ବେହେରା କହିଛନ୍ତି, ଏହା ରାହୁଲଙ୍କ ଗୁଣ୍ଡାମି। ବିନାଶ କାଳେ ବିପରୀତ ବୁଦ୍ଧି। ଏହା ଅଗଣତାନ୍ତ୍ରିକ କାର୍ଯ୍ୟ। ଅତ୍ୟଧିକ ହତାଶାଭାବ କାରଣରୁ ଏପରି ଘଟଣା ଘଟୁଛି। ଆହୁରି ଦୟନୀୟ ସ୍ଥିତିକୁ କଂଗ୍ରେସ ଯିବ। ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ କହିଛନ୍ତି, ଏହା ଗଣତନ୍ତ୍ରର ବିଧି ବ୍ୟବସ୍ଥା ପାଇଁ ଦୁର୍ଭାଗ୍ୟଜନକ। କଂଗ୍ରେସ ଦଳର ନେତା ଯେଉଁଭଳି ଭାବରେ ପ୍ରବେଶ କଲେ, ଧକ୍କା ଦେଲେ, ଏହା ଅତ୍ୟନ୍ତ ନିନ୍ଦନୀୟ ଘଟଣା। ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ଉଚିତ। କଟକ ସାଂସଦ ଭର୍ତ୍ତୃହରି ମହତାବ କହିଛନ୍ତି, ଏହି ଘଟଣାକୁ ମୁଁ ତୀବ୍ର ନିନ୍ଦା କରୁଛି।

ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏହି ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି। ସଂସଦୀୟ ଗଣତନ୍ତ୍ରରେ ଏହା ଏକ ଦୁଃଖଦ ଦିନ। ଗଣତନ୍ତ୍ରକୁ ସମ୍ମାନ ଦିଆଯିବା ଉଚିତ। ଗୁଣ୍ଡାଗର୍ଦ୍ଦିକୁ ଆଦୌ ପ୍ରଶ୍ରୟ ଦିଆଯିବନି। ରାହୁଲଙ୍କ ଏଭଳି ଆଚରଣ, ବ୍ୟବହାର ଓ ସ୍ୱଭାବ ପରିବର୍ତ୍ତନ ହେବା ଉଚିତ। କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଘଟଣାସ୍ଥଳରେ ମୁଁ ଉପସ୍ଥିତ ନଥିଲି। ମାତ୍ର ଏହି ଘଟଣା ଆଦୌ ହେବାର ନଥିଲା।

ସେପଟେ ଘଟଣାକୁ ନେଇ ପାଲଟା ଅଭିଯୋଗ କରିଛନ୍ତି ରାହୁଲ ଗାନ୍ଧି। ତାଙ୍କୁ ସଂସଦ ଭିତରକୁ ଯିବାକୁ ଦିଆଯାଇନଥିଲା। ସେଠି ସରକାରୀ ଦଳ ସାଂସଦ ମାନେ ତାଙ୍କୁ ଅଟକାଇଥିଲେ। ଠେଲିବା ଦ୍ୱାରା କିଛି ହାସଲ ହୁଏ ନାହିଁ। ସଂସଦକୁ ଯିବା ମୋର ଅଧିକାର, ମୋତେ ଅଟକାଇବାକୁ ଚେଷ୍ଟା କରାଯାଇଥିଲା। ଆମକୁ ସଂସଦରେ ପ୍ରବେଶ କରିବାକୁ ବାରଣ କରାଯାଇଥିଲା। ବିଜେପି ସାଂସଦମାନେ ତାଙ୍କୁ ଓ  କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କୁ ଠେଲାପେଲା କରିଥିଲେ ବୋଲି କହିଛନ୍ତି ରାହୁଲ୍ ।

ଅଧିକ ପଢ଼ନ୍ତୁ:ଗଞ୍ଜାମରେ ଘନଉଛି କି ବିଜେଡି କଳି ? ନବୀନ ନିବାସ ଦ୍ୱାରସ୍ଥ ହେଲେ ନେତା

Pratap Sarangi Rahul Gandhi Baijayant Panda Aparajita Sarangi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ