• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ମୁଖ୍ୟମନ୍ତ୍ରୀଙ୍କ ପାଇଁ ବର୍ଣ୍ଣବୋଧ । ଆଜି ହାତରେ ଛବିଳ ମଧୁ ବର୍ଣ୍ଣବୋଧ ଧରି ନବୀନ ନିବାସରେ ପହଞ୍ଚିଥିଲେ କିଛି ଯୁବକ । ରାଜ୍ୟରେ ପ୍ରଥମ ଥର ପାଇଁ ବି ଓଡ଼ିଆ ଭାଷା ସମ୍ମିଳନୀ ହେଉଥିବାବେଳେ ମୁଖ୍ୟମନ୍ତ୍ରୀ କିନ୍ତୁ ଓଡ଼ିଆ କହି ପାରୁନାହାଁନ୍ତି । ସେଥିପାଇଁ ନବୀନଙ୍କୁ ବର୍ଣ୍ଣବୋଧ ଦେବାକୁ ଆସିଛୁ ବୋଲି କହିଥିଲେ ଯୁବକମାନେ ।

ତେଣୁ ବର୍ଣ୍ଣବୋଧ ପଢ଼ି ମୁଖ୍ୟମନ୍ତ୍ରୀ ଓଡ଼ିଆ ଶିଖନ୍ତୁ । ନବୀନ ନିବାସକୁ ଯିବାକୁ ପୋଲିସ ବାରଣ କରିବାରୁ ନବୀନ ନିବାସ ଭିତରକୁ ବର୍ଣ୍ଣବୋଧ ଫୋପାଡ଼ିବାକୁ ଉଦ୍ୟମ କରିଥିଲେ । ପରେ ପୋଲିସ ସେମାନଙ୍କୁ ଅଟକ ରଖିଥିଲା ।

ନିର୍ବାଚନ ପୂର୍ବରୁ ବିଜେଡିର ଭାବାବେଗ ରାଜନୀତି କରୁଛି ବୋଲି ଚର୍ଚ୍ଚା ହେଉଛି । ପ୍ରଥମେ ମଠ ମନ୍ଦିର ରୂପାନ୍ତରୀକରଣ, ତାର ପ୍ରଚାର ପ୍ରସାର, ଆଉ ଏବେ ଓଡ଼ିଆ ଭାଷାକୁ ଫୋକସ୍ ଦେଉଛି ବିଜେଡି। ଆଜିଠୁ ଭୁବନେଶ୍ୱରରେ ଆରମ୍ଭ ହେବାକୁ ଯାଉଛି ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ । ଆଉ ତାକୁ ନେଇ ଗାଁଠୁ ସହର ଯାଏ କାର୍ଯ୍ୟକ୍ରମ ହେବାର ରହିଛି ।

ତିନିଦିନିଆ ରାଜ୍ୟବ୍ୟାପୀ କାର୍ଯ୍ୟକ୍ରମରେ ସରକାର ପ୍ରାୟ ୧୦୦ କୋଟି ଟଙ୍କା ଖର୍ଚ୍ଚ କରିବେ । ସେପଟେ ଅଣଓଡ଼ିଆ ଶାସନ ଅଭିଯୋଗର କାଳିମାକୁ ଛଡାଇବା ଲାଗି ସରକାରଙ୍କ ଏହି ଚାଲ୍ ବୋଲି ବିରୋଧୀ କହିଥିବା ବେଳେ ବିଳମ୍ବରେ ଆୟୋଜନକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଭାଷାବିତ୍ ।

  • Reported by:
  • KAPILENDRA PRADHAN