Advertisment

Pandian destroyed BJD: ପାଣ୍ଡିଆନଙ୍କ ବିରୋଧରେ ତେଜୁଛି ଅସନ୍ତୋଷ, ଦଳ ପାଇଁ ବୋଝ କହିଲେ ପ୍ରଭାତ

୨୪ ବର୍ଷ ଧରି ଶାସନ କ୍ଷମତାରେ ରହିଥିବା ବିଜେଡିରେ ଫାଟ ଜଳଜଳ ହୋଇ ପଦାରେ ପଡିଲାଣି। ଜଣଙ୍କ ପରେ ଜଣେ ନେତା ସାମ୍ନାକୁ ଆସି ଭିକେ ପାଣ୍ଡିଆନଙ୍କୁ ବିରୋଧ କରିବା ଆରମ୍ଭ କଲେଣି। ପ୍ରଥମରୁ କିଛି ନେତା ନାମ ନ ନେଇ ପାଣ୍ଡିଆନଙ୍କୁ ଟାର୍ଗେଟ କରିଥିଲେ। ତେବେ ରବିବାର ଖୋଲାଖୋଲି ପାଣ୍ଡିଆନଙ୍କୁ ନିଶାନା ବନାଇଛନ୍ତି ବରିଷ୍ଠ ନେତା ପ୍ରଭାତ ତ୍ରିପାଠୀ।

author-image
Saroj Kumar Jena
bjd

ଅଧିକ ପଢ଼ନ୍ତୁ: ‘ବିଜେଡିରେ ବିରାଟ ଫାଙ୍କ, ବିଜୁ ଆଉ ପାଣ୍ଡିଆନ ଲୋକ ଭାଗଭାଗ’: ତାରା ବାହିନୀପତି

ରାଜ୍ୟସଭାରେ ୱାକଫ ବିଲ ପ୍ରସଙ୍ଗରେ ବିଜେଡିରେ ଫାଟ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପ୍ରଭାତ ତ୍ରିପାଠୀ। ସେ କହିଛନ୍ତି ବିଜେଡିର ଦଳୀୟ ନିଷ୍ପତ୍ତି ବଦଳିବା ପଛରେ ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ପରାମର୍ଶ ଦେଉଥିବା ପୂର୍ବତନ ବ୍ୟକ୍ତିଗତ ସଚିବଙ୍କ କାର୍ଯ୍ୟ ହୋଇଥାଇପାରେ।

Advertisment

ପ୍ରଭାତ ତ୍ରିପାଠୀ ଏ ମମଲାରେ ପାଣ୍ଡିଆନଙ୍କ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରି ସେ ସଭାପତିଙ୍କୁ ଏ ମାମଲାରେ ଅନ୍ଧାରରେ ରଖାଯାଇଥାଇ ପାରନ୍ତି ବୋଲି ମତ ରଖିଛନ୍ତି ପ୍ରଭାତ। କିମ୍ୱା ଉଭୟ ନିଜ ଭିତରେ ଆଲୋଚନା କରି ଥାଇ ଏପରି କରିଥାଇ ପାରନ୍ତି ବୋଲି ପ୍ରଭାତ ତ୍ରିପାଠୀ କହିଛନ୍ତି।

ଏହା ସହିତ ଦଳ ବୁଡିବା ପାଇଁ ପାଣ୍ଡିଆନ ଦାୟୀ ବୋଲି ମଧ୍ୟ କହିଛନ୍ତି ପ୍ରଭାତ। ତାଙ୍କର କାର୍ଯ୍ୟକଳାପ ପାଇଁ ନିର୍ବାଚନ ଫଳ ଭୋଗିଲୁ ବୋଲି କହିଛନ୍ତି ପ୍ରଭାତ। କିଛି ତୋଷାମଦକାରୀ ତାଙ୍କୁ ଶ୍ରେୟ ଦେଇ ଏଭଳି ଘଟଣାକୁ ପ୍ରଶୟ ଦେଉଛନ୍ତି। ନବୀନ ପଟ୍ଟନାୟକ ଏବେ ପାଣ୍ଡିଆନଙ୍କ କଥାରେ ଯାଉଥିବା ଧାରଣା ହେଉଛି। ତେବେ ସେ ଯଦି ଆଗକୁ ଆସି ହ୍ୟାଣ୍ଡେଲ କରନ୍ତି ତେବେ ସବୁ ଠିକ ହୋଇଯିବ ବୋଲି କହିଛନ୍ତି ପ୍ରଭାତ।

ଅଧିକ ପଢ଼ନ୍ତୁ: ପ୍ରଚଣ୍ଡ ତାତିରୁ ମିଳିପାରେ ଆଶ୍ୱସ୍ତି; ୪୮ ଘଣ୍ଟାରେ ଲଘୁଚାପ !

BJD VK Pandian
Advertisment
Advertisment