Advertisment

ପଦ୍ମପୁରରେ ରେଡ୍‌ ରାଜନୀତି: ଜିଏସ୍‌ଟି ଅଧିକାରୀ ପାଇଲେ କଣ ?

ନିର୍ବାଚନ ପୂର୍ବରୁ ଏ ଅତର୍କିତ ଚଢାଉକୁ ନେଇ ଜୋର ଧରିଛି ରାଜ୍ୟ ରାଜନୀତି।

ଅଦ୍ୟତନ ହୋଇଛି
Raid In Padampur

Padampur bypoll

Advertisment

ପଦ୍ମପୁରରେ ଆଇଟି ରେଡ୍‌କୁ କାଉଣ୍ଟର କରି ହୋଇଥିଲା କି ଜିଏସଟି ରେଡ୍? ବିଜେପି ନେତା ଓ ସମର୍ଥକଙ୍କ ବ୍ୟବସାୟ ପ୍ରତିଷ୍ଠାନ ଉପରେ ଚଢାଉ ପଛରେ ଥିଲା କି ରାଜନୈତିକ ଆକ୍ରୋଶ? ଗତକାଲି ସକାଳେ ପଦ୍ମପୁରରେ ଆଇଟି ରେଡ୍ ପରେ ହଠାତ୍ ସଂଧ୍ୟାରେ ଜିଏସଟି ରେଡ୍‌କୁ ନେଇ ଉଠିଛି ଏଭଳି ପ୍ରଶ୍ନ। ପଦ୍ମପୁର ନଗର ବିଜେପି ସଭାପତି ସୁନୀଲ ଅଗ୍ରଓ୍ୱାଲଙ୍କ ଲୁଗା ଦୋକାନ ସହ ମୋଟ ୪ଟି ବ୍ୟବସାୟିକ ପ୍ରତିଷ୍ଠାନକୁ ଯାଇ ଚଢାଉ କରିଥିଲା ଜିଏସଟି। ସଂଧ୍ୟା ୫ରୁ ରାତି ୯ଟା ଯାଏଁ ହୋଇଥିବା ଏ ରେଡରୁ ମିଳିଲା କଣ, ସଂପୃକ୍ତ ବ୍ୟବସାୟୀମାନେ ଟ୍ୟାକ୍ସ ଫାଙ୍କି ଛନ୍ତି କି ନାହିଁ, ସେ ସମ୍ପର୍କରେ ପୁରା ଚୁପ୍ ଜିଏସ୍‌ଟି ଅଧିକାରୀ।

Advertisment

ଏପଟେ ନିର୍ବାଚନ ପୂର୍ବରୁ ଏ ଅତର୍କିତ ଚଢାଉକୁ ନେଇ ଜୋର ଧରିଛି ରାଜ୍ୟ ରାଜନୀତି। ପଦ୍ମପୁରରେ GST ରେଡ୍ ବେଳେ ବିଜେପି ନେତାମାନେ ଏଥିରେ ବାଧା ଦେଇଥିବା ଅଭିଯୋଗ ଆଣି ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛି ବିଜେଡି। ତେଣେ ବିଜେପି ଏ ମାମଲାରେ ରାଜ୍ୟ ସରକାରଙ୍କୁ ସିଧା ନିଶାନା କରିଛି।

ଅଧିକ ପଢ଼ନ୍ତୁ: ରେଡ୍‌ ରାଜନୀତି ! BJD ନେତାଙ୍କ ଘରେ IT, BJP ନେତାଙ୍କ ଦୋକାନରେ GST ରେଡ୍

Advertisment

 ଏଣେ ଗତକାଲିର ଘଟଣା ପରେ ବିଜେପି ନେତା ଠାକୁର ରଣଜିତ ଦାସ, ପିଙ୍କି ପ୍ରଧାନ, କାଳନ୍ଦୀ ସାମଲ ଓ ବିଧାୟିକା କୁସୁମ ଟେଟେଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ପଦ୍ମପୁର ନିର୍ବାଚନ ସରିବା ଯାଏଁ ସେମାନଙ୍କୁ  ତଡିପାର କରିବାକୁ ଦାବି କରିଛି ବିଜେଡି। ଏ ଅଭିଯୋଗର ଜବାବ ରଖି ପିଙ୍କି ପ୍ରଧାନ କହିଛନ୍ତି ଗତକାଲିର ଘଟଣା ବେଳେ ହିଂସାର ଆଦୌ ସ୍ଥାନ ନଥିଲା। ଯଦି ଅଛି, ବିଜେଡି ତାର ପ୍ରମାଣ ଦେଉ ସେପଟେ ଆଇଟି ଏବଂ ଜିଏସଟି ରେଡ୍‌କୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହି ଦୁଇ ଦଳଙ୍କୁ ସମାଲୋଚନା କରିଛି କଂଗ୍ରେସ।

ଗତକାଲିର ଜିଏସଟି ରେଡ୍‌କୁ ସ୍ଥାନୀୟ ବ୍ୟବସାୟୀ ସଂଘ ତୀବ୍ର ବିରୋଧ କରି ଆଜି ୧୨ ଘଣ୍ଟିଆ ପଦ୍ମପୁର ବନ୍ଦ ଡାକରା ଦେବା ପରେ ଅକଳରେ ପଡ଼ିଥିଲେ ସରକାର। ଏଥିପାଇଁ ତୁରନ୍ତ ସ୍ଥିତି ମ୍ୟାନେଜ୍ କରିବାକୁ ନିଜେ ଏସ୍ପି ବଣିକ ସଂଘ ସହ ବୈଠକ ଡାକି ଆଲୋଚନା କରିଥିଲେ। ଆଲୋଚନା ବେଳେ ସହରରେ ନିର୍ବାଚନ ସରିବା ଯାଏଁ ଆଉ କୌଣସି ବ୍ୟବସାୟିକ ପ୍ରତିଷ୍ଠାନରେ ଜିଏସଟି ରେଡ୍ ହେବନି ବୋଲି ନିର୍ଭର ପ୍ରତିଶ୍ରୁତି ପରେ କାଲି ବିଳମ୍ବିତ ରାତିରେ ପ୍ରସ୍ତାବିତ ଆନ୍ଦୋଳନ ନିଷ୍ପତ୍ତି ପ୍ରତ୍ୟାହାର କରିଥିଲା ବଣିକ ସଂଘ।

Advertisment

ଗତକାଲି ବରଗଡ଼ ପାଇକମାଳରେ ଜିଏସଟି ଚଢାଉ ବେଳେ ବିଜେପି ବିଧାୟିକା କୁସୁମ୍ ଟେଟେ କର୍ଡନ ଭାଙ୍ଗି କାର୍ଯ୍ୟରେ ବାଧା ସୃଷ୍ଟି କରିଥିବା ଅଭିଯୋଗ ହୋଇଥିଲା। ଏ ନେଇ ଜିଏସଟି ବିଭାଗର ଜଣେ ଅଧିକାରୀ ତାଙ୍କ ବିରୋଧରେ ପାଇକମାଳ ଥାନାର ଏତଲା ଦେଇଛନ୍ତି। ସେପଟେ ବରଗଡ଼ ଏସପି ବିଜେଡି ନେତା ଭଳି କାର୍ଯ୍ୟ କରୁଥିବା ଅଭିଯୋଗ ଆଣି ତୁରନ୍ତ ତାଙ୍କ ବଦଳି ପାଇଁ ପୋଲିସ ଡିଜିଙ୍କୁ ଭେଟି ଦାବି ଜଣାଇଛନ୍ତି ବିଜେପିର ଏକ ପ୍ରତିନିଧି ଦଳ।

BJD BJP Congress
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ