/odishatv-khabar/media/post_attachments/uploadimage/library/16_9/16_9_0/IMAGE_1669638865.jpg)
Padmapur politics
ବଦଳୁଛି ଓଡ଼ିଶା ରାଜନୀତିର ଦୃଶ୍ୟପଟ । ଘମାଘୋଟ ହେଉଛି ଲଢ଼େଇ । ପଦ୍ମପୁର ଉପନିର୍ବାଚନ ବେଳେ ସରକାରୀ ଦଳ ଓ ବିରୋଧୀ ଦଳ ମଧ୍ୟରେ ଚାଲିଛି ବଳ କଷାକଷି । ସରକାରୀ କଳ ବଳରେ ରାଜ୍ୟ ସରକାର ଦେଉଛନ୍ତି ବିରୋଧୀଙ୍କୁ ଚେକ୍ । ପଦ୍ମପୁର ଉପନିର୍ବାଚନ ଭୋଟ ଗ୍ରହଣ ପୂର୍ବରୁ ଚାଲିଛି ଘନ ଘନ ରେଡ୍ । ପଦ୍ମପୁରରେ ଥିବା ଏକ ଲୁଗା ଦୋକାନ ସହ ଏକ ପେଟ୍ରୋଲ ପମ୍ପରେ ରେଡ୍ କରିଛି GST ବିଭାଗ । ପାଇକମାଲ, ଝାରବନ୍ଧରେ ଥିବା କିଛି ବ୍ୟବସାୟ ପ୍ରତିଷ୍ଠାନରେ ମଧ୍ୟ GST ରେଡ୍ କରାଯାଇଛି । ଉପନିର୍ବାଚନ ବେଳେ ଅଚାନକ ଏଭଳି ରେଡ୍ କାହିଁକି ବୋଲି ଲୋକଙ୍କ ମନରେ ପ୍ରଶ୍ନ ।
ତେବେ ସକାଳେ ସ୍ଥାନୀୟ ୩ ବିଜେଡି ନେତାଙ୍କ ଘରେ IT ବିଭାଗ ପକ୍ଷରୁ ରେଡ୍ ହୋଇଥିଲା । ସକାଳେ IT ରେଡ୍ ପରେ ସଂଧ୍ୟାରେ GST ବିଭାଗ ପକ୍ଷରୁ ରେଡ୍ କରାଯାଇଥିବାରୁ ଏହାକୁ ରାଜନୈତିକ ଫାଇଟ୍ ବୋଲି ମଧ୍ୟ କୁହାଯାଉଛି । କାରଣ ଯେଉଁସବୁ ସ୍ଥାନରେ GST ପକ୍ଷରୁ ରେଡ୍ କରାଯାଇଛି, ତାହା ବିଜେପି ନେତାଙ୍କ ଅନୁଷ୍ଠାନ ବୋଲି ଜଣାପଡ଼ିଛି ।
ପଦ୍ମପୁରରେ ଥିବା ଜଗଦମ୍ବା ଲୁଗା ଦୋକାନରେ GST ରେଡ୍ କରାଯାଇଛି । ଏହି ଲୁଗା ଦୋକାନର ମାଲିକ ପଦ୍ମପୁର ନଗର ବିଜେପି ସଭାପତିଙ୍କ ବୋଲି ସୂଚନା ମିଳିଛି । ପଦ୍ମପୁର ନଗର ବିଜେପି ସଭାପତି ହେଉଛନ୍ତି ସୁନୀଲ ଅଗ୍ରୱାଲ ।ରାଜନୈତିକ କାରଣରୁ ରେଡ୍ କରାଯାଉଥିବା କହିଛନ୍ତି ସୁନୀଲଙ୍କ ବାପା । ସୁନୀଲଙ୍କ ବାପା ବିଜେପି ପକ୍ଷରୁ ପଦ୍ମପୁର ନଗରପାଳ ଭାବେ କାର୍ଯ୍ୟ କରିସାରିଛନ୍ତି ।
ତେବେ ଏହି ରେଡ୍ ଭିତରେ ଦେଖିବାକୁ ମିଳିଛି ରୋଚକ ଦୃଶ୍ୟ । ଚଢ଼ାଉ ସ୍ଥଳରେ ବିଜେପି କର୍ମୀ ପହଞ୍ଚିବା ସହ ଜିଏସ୍ଟି ଅଧିକାରୀଙ୍କ ଏଭଳି ରେଡ୍କୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଦୋକାନ ବନ୍ଦ ନକରି ଖୋଲାମେଲାରେ ଏବଂ ମିଡିଆକୁ ଡାକି ଏଭଳି ରେଡ୍ କରିବା ପଛର ଉଦ୍ଦେଶ୍ୟ କଣ ବୋଲି ପ୍ରଶ୍ନ କରିଛନ୍ତି ବିଜେପି ନେତା । ସେପଟେ ସୁନୀଲ ଅଗ୍ରୱାଲଙ୍କ ବାପା କହିଛନ୍ତି, ରାଜନୈତିକ କାରଣରୁ ଏବଂ ଆକ୍ରୋଶମୂଳକ ଭାବେ ଜିଏସ୍ଟି ରେଡ୍ କରାଯାଉଛି । ତେବେ ଏନେଇ ଜିଏସ୍ଟି ଅଧିକାରୀଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)