• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଗିରିଧର ଗମାଙ୍ଗଙ୍କ ପରେ କେସିଆଆରଙ୍କୁ ଭେଟିଲେ ଜୟରାମ ପାଙ୍ଗି । ୩ ଦିନ ହେଲା ହାଇଦ୍ରାବାଦରେ ରହିଛନ୍ତି ପାଙ୍ଗି । କେସିଆରଙ୍କ ସହ କରିଛନ୍ତି ବୈଠକ । କେସିଆର୍‌ଙ୍କ ନିମନ୍ତ୍ରଣ ପାଇ ହାଇଦ୍ରାବାଦ ଆସିଥିବା କହିଛନ୍ତି ପାଙ୍ଗି । କେସିଆର୍‌ଙ୍କ ବିଆରଏସ୍‌ରେ ସାମିଲ ହେବେ କି ବୋଲି ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ସମୟ କହିବ

କେସିଆର୍‌ଙ୍କ ସହ ସାକ୍ଷାତ ଓ ଆଲୋଚନା ନେଇ ଫେସ୍‌ବୁକ୍‌ରେ ପୋଷ୍ଟ କରିଛନ୍ତି ଜୟରାମ ପାଙ୍ଗି । ପାଙ୍ଗିଙ୍କ ଏପରି ପୋଷ୍ଟକୁ ନେଇ ଏବେ କୋରାପୁଟ ରାଜନୀତିରେ କଳ୍ପନାଜଳ୍ପନା ଆରମ୍ଭ ହୋଇଛି । ୭ ଦିନ ଭିତରେ ୨ ଜଣ କୋରାପୁଟିଆ ନେତାଙ୍କ କେସିଆର ପ୍ରୀତିକୁ ନେଇ ଏବେ ସବୁଠି ଚର୍ଚ୍ଚା ।

ଗତ ଦୁଇ ଦିନ ପୂର୍ବେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦଶେଖର ରାଓଙ୍କୁ ଭେଟିଥିଲେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗାମାଙ୍ଗ ଓ ତାଙ୍କ ପୁଅ ଶିଶିର ଗମାଙ୍ଗ। ୨୦୨୪ ନିର୍ବାଚନ ପୂର୍ବରୁ ଅଚାନକ ଏହି ଭେଟ୍‌ଘାଟ ହୋଇଥିବାରୁ ଏହା ସାଧାରଣ ଭେଟ ନୁହେଁ ବୋଲି କୁହାଯାଉଛି । ଏନେଇ ରାଜନୈତିକ ମହଲରେ ଢ଼େର ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ବିଜେପି ଛାଡ଼ି ଉଭୟ ବିଆର୍‌ଏସ୍‌ରେ ଯୋଗ ଦେବା ନେଇ କଲ୍ପନାଜଳ୍ପନା ଆରମ୍ଭ ହୋଇଛି । ଏ ନେଇ ଗିରିଧରଙ୍କ ପୁଅ ଶିଶିର ଗମାଙ୍ଗ ଓଟିଭିକୁ ପ୍ରତିକ୍ରିୟା ଦେଇ କହିଥିଲେ, କେ. ଚନ୍ଦ୍ରଶେଖର ରାଓଙ୍କ ଦଳ ଭାରତୀୟ ରାଷ୍ଟ୍ର ସମିତିରେ ଯୋଗ ଦେବାକୁ ତାଙ୍କୁ ଅଫର ଦିଆଯାଇଥିଲା । ଓଡିଶାରେ ବିଆର୍‌ଏସ୍‌କୁ ଲିଡ୍ କରିବାକୁ କୁହାଯାଇଛି ।

ଏବେ ଉଭୟ ବାପା ଓ ପୁଅ ବିଜେପିରେ ଅଛନ୍ତି । ତେବେ ତେଲୁଗୁ ଭୋଟର ଦକ୍ଷିଣ ଓଡ଼ିଶାରେ ଅଧିକ ଥିବାରୁ ବିଆରଏସ ସେଥିପ୍ରତି ଫୋକସ ରଖିଥିବା କୁହାଯାଉଛି । ହେଲେ ଏହା ଏକ ସୌଜନ୍ୟମୂଳକ ସାକ୍ଷାତ ବୋଲି ତେଲଙ୍ଗାନା ସିଏମ୍ଓ ପକ୍ଷରୁ ଟ୍ୱିଟ୍ କରାଯାଇଥିଲା ।