Advertisment

ଅପରାଜିତାଙ୍କ ସପକ୍ଷରେ କହିଲେ ଲୋକେ, ଭାଷଣ ମଝିରେ ମାଇକ୍‌ ବନ୍ଦ କରିଦେଲେ ପାଣ୍ଡିଆନ୍‌

ବେଗୁନିଆ ସଭାରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ କିଛି କାମ କରିଛନ୍ତି କି ନାହିଁ ପଚାରିଥିଲେ ପାଣ୍ଡିଆନ୍ । ଏହାର ଜବାବରେ ଦଳୀୟ କାର୍ଯ୍ୟକର୍ତ୍ତା ‘ହଁ’ ବୋଲି କହିଥିଲେ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
VK Pandian Says To Off The Mic While Public meeting

VK Pandian

ବିଜେଡି ସଭାରେ ବନ୍ଦ ହେଲା ମାଇକ୍ । ଭାଷଣ ମଝିରେ ଲୋକଙ୍କ ପାଖରେ ଥିବା ମାଇକ୍‌କୁ ବନ୍ଦ କରିବାକୁ କହିଲେ ଭିକେ ପାଣ୍ଡିଆନ । ଗତକାଲି ଖୋର୍ଦ୍ଧା ବେଗୁନିଆରେ ବିଜେଡିର ନିର୍ବାଚନ ସଭାରେ ଏପରି କିଛି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ଘଟଣା ଥିଲା କିଛି ଏପରି....। ବେଗୁନିଆ ସଭାରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ କିଛି କାମ କରିଛନ୍ତି କି ନାହିଁ ପଚାରିଥିଲେ ପାଣ୍ଡିଆନ୍ । ଏହାର ଜବାବରେ ଦଳୀୟ କାର୍ଯ୍ୟକର୍ତ୍ତା ‘ହଁ’ ବୋଲି କହିଥିଲେ।

Advertisment

ଥରେ ନୁହେଁ ବାରମ୍ବାର ଏପରି ‘ହଁ’ କହିବା ପରେ ଅକଳରେ ପଡ଼ିଯାଇଥିଲେ ପାଣ୍ଡିଆନ୍। ଶେଷରେ ଲୋକଙ୍କ ପାଖରେ ଥିବା ମାଇକ୍‌କୁ ବନ୍ଦ କରିବାକୁ କହିଥିଲେ। ଆଉ ନିଜେ ଅପରାଜିତା କିଛି କରି ନ ଥିବା ଲୋକଙ୍କୁ କହିଥିଲେ। ଏହି ଘଟଣାକୁ ନେଇ ଭିକେ ପାଣ୍ଡିଆନ୍ କିମ୍ବା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ପ୍ରତିକ୍ରିୟା ମିଳିପାରିନି ।

ଅଧିକ ପଢ଼ନ୍ତୁ: ସମୀରଙ୍କୁ ରାଜା ସ୍ୱାଇଁଙ୍କ ଚେତାବନୀ; କହିଲେ, ‘ପଛରୁ ଛୁରାଘାତ କଲେ କରାଯିବନି ବରଦାସ୍ତ’

Advertisment

ସେପଟେ ଗତକାଲି ୨୦୨୪ ନିର୍ବାଚନ ପାଇଁ ବିଜେଡି ଜାରି କରିଛି ଇସ୍ତାହାର । ବିଜେଡିର ନିର୍ବାଚନୀ ଇସ୍ତାହାର ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଗାମୀ ନିର୍ବାଚନ ପାର୍‌ ହେବା ପାଇଁ ଇସ୍ତାହରରେ ବଡ଼ ବଡ଼ ପ୍ରତିଶ୍ରୁତି ଦେଇଛି ବିଜେଡି । ବିଶେଷ କରି ଯୁବ ଭୋଟର ଓ ମଧ୍ୟବିତ୍ତ ବର୍ଗର ଲୋକଙ୍କୁ ଫୋକସ୍‌ରେ ରଖିଛି ଦଳ ।

୯ ବିନ୍ଦୁ ବିଶିଷ୍ଟ ଏହି ମାନିଫେଷ୍ଟୋରେ ଉଲ୍ଲେଖ ଅଛି ଯେ, ଓଡ଼ିଶାର ଯୁବକ ଓଡ଼ିଶାର ସଫଳତା କାହାଣୀ ଲେଖିବେ । ଯୁବକଙ୍କ ନିମନ୍ତେ ୧୦ ବର୍ଷ ପାଇଁ ୧ ଲକ୍ଷ କୋଟି ଅଲଗା ବଜେଟ୍ ରଖାଯିବ । ବାଳିକାଙ୍କ ପାଇଁ ନୂଆ-ଓ ଛାତ୍ରବୃତ୍ତି ବାର୍ଷିକ ୧୪ ହଜାର ଟଙ୍କାକୁ ବୃଦ୍ଧି ହେବ । ବାଳକମାନଙ୍କ ପାଇଁ ନୂଆ-ଓ ଛାତ୍ରବୃତ୍ତି ବାର୍ଷିକ ୧୨ ହଜାର ଟଙ୍କାକୁ ବଢ଼ାଯିବ । ସେହିପରି ଆସନ୍ତା ୫ ବର୍ଷରେ ୨ ଲକ୍ଷ ସରକାରୀ ଚାକିରି ଯୋଗାଇ ଦିଆଯିବ ‍ବୋଲି ଇସ୍ତାହାରରେ ଉଲ୍ଲେଖ କରିଛି ବିଜେଡି । ଅର୍ଥନୈତିକ ଅଭିବୃଦ୍ଧି ସମଗ୍ର ଇକୋସିଷ୍ଟମକୁ ଶକ୍ତିଶାଳୀ କରାଯିବ ।

ଓଡ଼ିଶା ପୂର୍ବ-ଭାରତର ଆଇଟି ରାଜଧାନୀ ହେବ ବୋଲି ବିଜେଡି ଇସ୍ତାହାରରେ ଉଲ୍ଲେଖ ରହିଛି । ସେହିପରି ପରିବେଶ ଅନୁକୂଳ ପର୍ଯ୍ୟଟନ ପାଇଁ ୧୦୦ଟି ସ୍ଥାନ ଉପରେ ଧ୍ୟାନ ଦିଆଯିବ । BSKY ନବୀନ କାର୍ଡ ପ୍ରବର୍ତ୍ତନ ପ୍ରାୟ ସମସ୍ତ ବର୍ଗଙ୍କୁ କଭରେଜ କରିବ । ଏଥିରେ ମଧ୍ୟବିତ୍ତ, ସରକାରୀ କର୍ମଚାରୀ, ଚୁକ୍ତିଭିତ୍ତିକ ଶ୍ରମିକମାନେ ପର୍ଯ୍ୟାୟ କ୍ରମେ ଅନ୍ତର୍ଭୁକ୍ତ ହେବେ। ୧୦୦ ୟୁନିଟ ପର୍ଯ୍ୟନ୍ତ ଗ୍ରାହକଙ୍କୁ ମାଗଣା ବିଜୁଳି ମିଳିବ । ୧୦୦ରୁ ୧୫୦ ପର୍ଯ୍ୟନ୍ତ ୫୦ ୟୁନିଟ ବିଜୁଳି ପାଇଁ ମିଳିବ ରିହାତି ।

ଅଧିକ ପଢ଼ନ୍ତୁ: ଓଡ଼ିଶା ନିର୍ବାଚନ ୨୦୨୪: ଆପଣ ଜଣେ ଭୋଟର୍ କି ? ଜାଣନ୍ତୁ କେବେ ଦେବେ ଭୋଟ୍...

ସେହିପରି ସ୍ଵୟମ ନିଯୁକ୍ତି ଦିଗରେ ପ୍ରତିବର୍ଷ ୧୦,୦୦୦ ST, SC ଏବଂ OBC ଯୁବକମାନଙ୍କ ପାଇଁ ୧,୦୦,୦୦୦ଟଙ୍କାର ଅନୁଦାନ ପ୍ରଦାନ କରିବାକୁ ଆମେ ୧୦ ବର୍ଷ ମଧ୍ୟରେ ୧୦୦୦ କୋଟି ପାଣ୍ଠି ପ୍ରଦାନ କରାଯିବ। ସେହିଭଳି ଏସଟି, ଏସସି ଏବଂ ଓବିସିର ଯୁବକମାନଙ୍କ ମଧ୍ୟରେ ଉଦ୍ୟୋଗୀତା ୧୦,୦୦,୦୦୦ ଟଙ୍କା ପର୍ଯ୍ୟନ୍ତ ସୁଧ ଛାଡ଼ହେବ। ଓବିସି, ସଂଖ୍ୟାଲଘୁ, ଏସସି ଏବଂ ଆଦିବାସୀ ଛାତ୍ରମାନଙ୍କ ପାଇଁ ଅଧିକ ହଷ୍ଟେଲ ବ୍ୟବସ୍ଥା ସହିତ ଶିକ୍ଷା ଏବଂ ଅଧିକ ନିଯୁକ୍ତି ଆଗକୁ ବଢାଇବ। ଲାଭ ଯୋଜନା ଦ୍ୱାରା ଛୋଟ ଜଙ୍ଗଲ ଉତ୍ପାଦନ ସଂଗ୍ରହରୁ ଆୟକୁ ତ୍ଵରାନିତ୍ଵ କରିବ, ମୁଖ୍ୟତ ଆଦିବାସୀଙ୍କୁ ଏହା ଉତ୍ସାହିତ କରିବ। ଗ୍ରାମୀଣ ଗୃହ ଯୋଜନା ଅଧୀନରେ ସମସ୍ତ ଯୋଗ୍ୟ ପରିବାରକୁ ୧୦ ଲକ୍ଷ ଘର ଯୋଗାଇ ଦିଆଯିବ ବୋଲି ବିଜେଡି ତା’ର ଇସ୍ତାହାରରେ ଉଲ୍ଲେଖ କରିଛି ।

BJD Aparajita Sarangi General Elections 2024 VK Pandian
Advertisment
Advertisment