Advertisment

ସମୀରଙ୍କୁ ରାଜା ସ୍ୱାଇଁଙ୍କ ଚେତାବନୀ; କହିଲେ, ‘ପଛରୁ ଛୁରାଘାତ କଲେ କରାଯିବନି ବରଦାସ୍ତ’

ସମ୍ମାନ ଦେବା ମାନେ ଦୁର୍ବଳତା କି ବେଇମାନୀ ନୁହେଁ । ସମୀର ଦାଶଙ୍କୁ ଦଳ ଉପଯୁକ୍ତ ସମ୍ମାନ ଦେଇଛି ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
Raja Swain Warns Samir Dash

Raja Swain

ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ପୁରୀ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପରୋକ୍ଷ ଚେତାବନୀ । ନିର୍ବାଚନରେ ପଛରୁ ଛୁରାଘାତ କଲେ ବରଦାସ୍ତ କରାଯିବନି । ଟିକେଟ ପାଇ ନ ଥିବା ବିଧାୟକମାନଙ୍କୁ ଦଳ ସମ୍ମାନ ଦେଇଛି । ସମ୍ମାନ ଦେବା ମାନେ ଦୁର୍ବଳତା କି ବେଇମାନୀ ନୁହେଁ । ସମୀର ଦାଶଙ୍କୁ ଦଳ ଉପଯୁକ୍ତ ସମ୍ମାନ ଦେଇଛି ।

Advertisment

ବିଜେପିରେ ସମୀର ଦାଶଙ୍କ ଶତାଧିକ ସମର୍ଥକ ଯୋଗ ଦେବା ପରେ ଗତକାଲି ବିଜେଡିର ଏକ କର୍ମକର୍ତ୍ତା ସମ୍ମିଳନୀରେ ପରୋକ୍ଷରେ ଏମିତି ଚେତାବନୀ ଶୁଣାଇବା ସହ ଦଳରେ ବିଭ୍ରାଟ ସୃଷ୍ଟିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ଏଥିସହ ନିମାପଡ଼ର ବିଜେଡି ନେତା ଓ କର୍ମୀଙ୍କୁ ଏକାଠି ହୋଇ ନିର୍ବାଚନ ଲଢ଼ିବାକୁ ଗୁରୁମନ୍ତ୍ର ଦେଇଛନ୍ତି । ବିଜେଡି କର୍ମକର୍ତ୍ତା ସମ୍ମିଳନୀରେ ଉପସ୍ଥିତ ଥିଲେ ନିମାପଡ଼ା ବିଧାୟକ ପ୍ରାର୍ଥୀ ଦିଲ୍ଲୀପ ନାୟକ । ତାଙ୍କୁ ଟିକେଟ ଦେବା ପରେ ସମୀର ଦାଶଙ୍କ ସମର୍ଥକଙ୍କ ଭିତରେ ପ୍ରବଳ ଅସନ୍ତୋଷ ଦେଖାଦେଇଛି । ସେପଟେ ସମୀର ଦାଶଙ୍କ ସମର୍ଥକ କହିଛନ୍ତି, ଜୁନ୍ ୪ ତାରିଖରେ ନିମାପଡ଼ା ଭୋଟର ଏହାର ଜବାବ ଦେବେ ।

ଅଧିକ ପଢ଼ନ୍ତୁ: ଅପରାଜିତାଙ୍କ ସପକ୍ଷରେ କହିଲେ ଲୋକେ, ଭାଷଣ ମଝିରେ ମାଇକ୍‌ ବନ୍ଦ କରିଦେଲେ ପାଣ୍ଡିଆନ୍‌

Advertisment

ନିମାପଡ଼ା ବିଧାନସଭା ଆସନରୁ ବିଜେଡି ପୂର୍ବତନ ମନ୍ତ୍ରୀ ସମୀର ଦାଶଙ୍କ ଟିକେଟ୍‌ କାଟିଥିଲା। ସମୀରଙ୍କ ବଦଳରେ ଦଳ ନିକଟରେ ବିଜେପି ଛାଡ଼ି ବିଜେଡିରେ ଯୋଗ ଦେଇଥିବା ଦିଲ୍ଲୀପ ନାୟକଙ୍କୁ ପ୍ରାର୍ଥୀ କରିଥିଲା । ଟିକେଟ୍ କଟିବା ପରେ ଏପ୍ରିଲ୍‌ ୧୮ରେ ସମର୍ଥକଙ୍କୁ ନେଇ ମେଳି କରିଥିଲେ ସମୀର। ନିମାପଡ଼ାରେ ନିଜ କର୍ମୀ ଓ ସମର୍ଥକଙ୍କ ସହ ଏକାଠି ହୋଇଥିଲେ । ନିମାପଡ଼ା ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣାକୁ ନେଇ ଦଳ ପୁନର୍ବିଚାର କରିବାକୁ ନିଜ ଦାବି ରଖିଥିଲେ ସମୀର । ଏହା ପରେ ପୁରୀ ନିମାପଡ଼ା ବାରବାଟୀ ପଡ଼ିଆରେ ନିଜ ସମର୍ଥକଙ୍କ ସହ ବିରାଟ ସମାବେଶ କରିଥିଲେ ସମୀର । ଏହି ସମାବେଶ ଜରିଆରେ ସେ ଶକ୍ତି ପ୍ରଦର୍ଶନ ମଧ୍ୟ କରିଥିଲେ ।

ତେବେ ସମୀର ଦାଶଙ୍କ ପ୍ରାର୍ଥୀତ୍ୱର ପୁନର୍ବିଚାର କରାନଯିବା ପ୍ରତିବାଦରେ ଆୟୋଜିତ ହୋଇଥିଲା ପ୍ରତିବାଦ ସଭା । ଯେଉଁଠି ଦଳୀୟ ନେତୃତ୍ୱଙ୍କୁ ଖୋଲା ସମାଲୋଚନା କରିଥିଲେ ସମୀରଙ୍କ ସମର୍ଥକ । ଏହି ସଭାରେ ନିମାପଡା ନିର୍ବାଚନ ମଣ୍ଡଳୀର ୪୬ଟି ପଂଚାୟତର ଦଳୀୟ ସଭାପତି, କାର୍ଯ୍ୟକାର୍ତ୍ତା, ନିମାପଡା NACର ୧୧ଟି ୱାର୍ଡର ସଭାପତି, ୪୧ଟି କୋ ଅପରେଟିଭ ସୋସାଇଟିର ସଭାପତି, ୫୬ ଜଣ ପଂଚାୟତସ୍ତରୀୟ ଓ ଏନଏସିସ୍ତରୀୟ ନିର୍ବାଚିତ ପ୍ରତିନିଧି ଗର୍ଜିବା ସହ ବିଜେଡି ରାଜ୍ୟ ସଭାପତିଙ୍କ ଉଦେଶ୍ୟରେ ଇସ୍ତଫା ପତ୍ର ପଠାଇଥିଲେ ।

ତା’ସହ ୨୪ଘଣ୍ଟା ମଧ୍ୟରେ ବିଧାୟକ ସମୀର ଦାଶ ତାଙ୍କ ନିଷ୍ପତ୍ତି ଦଳୀୟ ନେତୃତ୍ୱଙ୍କୁ ଅବଗତ କରିବାକୁ ଚେତାବନୀ ଦେଇଥିଲେ । ନିମାପଡା ମୁକ୍ତାକାଶ ରଙ୍ଗମଞ୍ଚରେ ଆୟୋଜିତ ପ୍ରତିବାଦ ସଭାରେ ସମୀର ଯୋଗଦେଇଥିଲେ ବି ଗଣମାଧ୍ୟମକୁ କୌଣସି ପ୍ରତିକ୍ରିୟା ଦେଇନଥିଲେ । କିନ୍ତୁ ବକ୍ତବ୍ୟରେ ନିମାପଡ଼ାରେ ରାଜନୈତିକ ସମୀକରଣ ବଦଳିବାର ସୂଚନା ଦେଇଥିଲେ ସମୀର ।

ଶେଷରେ ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କ ସବୁ ପ୍ରୟାସ ଫେଲ୍ ମାରିଥିଲା । ବିଜେଡି ତାଙ୍କୁ ଢେଙ୍କାନାଳ ସଂସଦୀୟ କ୍ଷେତ୍ର ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇ ନିମାପଡ଼ା ବିଧାନସଭା ଆସନ ପାଇଁ ଘୋଷିତ ଦଳୀୟ ଟିକେଟର ପୁନର୍ବିଚାର କରିବ ନାହିଁ ବୋଲି ସ୍ପଷ୍ଟ ସନ୍ଦେଶ ଦେଇଥିଲା ।

ଅଧିକ ପଢ଼ନ୍ତୁ: ରୋଚକ ସ୍ଥିତିରେ ବାଲେଶ୍ୱର ସଦର ରାଜନୀତି, କାହାର ମୁଦ୍ଦା ବଦଳାଇବ ଲୋକଙ୍କ ମୁଡ୍ ?

BJD Ranendra Pratap Swain Samir Ranjan Dash General Elections 2024
Advertisment
Advertisment