ନବୀନ ବାବୁ ଏବେ ରାଜନୀତିରୁ ନିବୃତ୍ତ ରହନ୍ତୁ: ପ୍ରଶାନ୍ତ ଜଗଦ୍ଦେବ

ପ୍ରଶାନ୍ତ ଆହୁରି କହିଛନ୍ତି, ଏବେ ରାଜନୈତିକ ବ୍ୟବସ୍ଥାରୁ ନବୀନ ବାବୁ ନିବୃତ୍ତ ରହିବା ଦରକାର । ମୋତେ ବାସ୍ନା ହେଉଛି, ଓଡ଼ିଶାରେ ଡବଲ ଇଂଜିନ ସରକାର ହେବ । ଏବେ ମୁଁ ପୂରା ଆକ୍ସନ ମୁଡ୍‌ରେ ରହିଛି ।

prashant jagdev

ବିଜେପିରେ ଯୋଗଦେବା ପରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି ପ୍ରଶାନ୍ତ ଜଗଦ୍ଦେବ । ପ୍ରଶାନ୍ତ କହିଛନ୍ତି, ନବୀନ ବାବୁ ଏବେ ରାଜନୀତିରୁ ନିବୃତ୍ତ ରହନ୍ତୁ । ନବୀନ ବାବୁ ମୋତେ ବହୁତ ସମ୍ମାନ ଦିଅନ୍ତି, ସୁରକ୍ଷା ଦିଅନ୍ତି । ହେଲେ ଆଜି ନବୀନ ବାବୁ ଆମକୁ ସୁରକ୍ଷା ଦେବା ଅବସ୍ଥାରେ ନାହାନ୍ତି ବୋଲି କହିଛନ୍ତି ପ୍ରଶାନ୍ତ ଜଗଦ୍ଦେବ ।

ଏହା ସହ ପ୍ରଶାନ୍ତ ଆହୁରି କହିଛନ୍ତି, ଏବେ ରାଜନୈତିକ ବ୍ୟବସ୍ଥାରୁ ନବୀନ ନିବୃତ୍ତ ରହିବା ଦରକାର । ମୋତେ ବାସ୍ନା ହେଉଛି, ଓଡ଼ିଶାରେ ଡବଲ ଇଂଜିନ ସରକାର ହେବ । ଏବେ ମୁଁ ପୂରା ଆକ୍ସନ ମୁଡ୍‌ରେ ରହିଛି । ଏବେ କେବଳ ଆକ୍ସନ, ନୋ ରିଆକ୍ସନ ବୋଲି କହିଛନ୍ତି ପ୍ରଶାନ୍ତ ଜଗଦ୍ଦେବ ।

ଅଧିକ ପଢ଼ନ୍ତୁ: ସରକାରୀ ବିଜ୍ଞାପନରେ ‘ଶଙ୍ଖ’ ଚିହ୍ନ ବ୍ୟବହାର, BJD ଓ ରାଜ୍ୟ ସରକାରଙ୍କୁ ସ୍ପଷ୍ଟୀକରଣ ମାଗିଲେ ECI

ଆଜି ପଦ୍ମ ଧରିଛନ୍ତି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ସେ ଆଜି ବିଧିବଦ୍ଧ ଭାବରେ ନିଜ ସମର୍ଥକଙ୍କ ସହ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପଦ୍ମ ଧରିଛନ୍ତି । ବିଜେପି ସହପ୍ରଭାରୀ ଲତା ଉସେଣ୍ଡି, ସାଂସଦ ଅପରାଜିତା ଷଡ଼ଙ୍ଗୀ, ପୃଥ୍ୱୀରାଜ ହରିଚନ୍ଦନଙ୍କ ସମେତ ବହୁ ବରିଷ୍ଠ ବିଜେପି ନେତାଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଛନ୍ତି ପ୍ରଶାନ୍ତ ଜଗଦ୍ଦେବ ।

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ୯ ସେପ୍ଟେମ୍ବର ୨୦୨୧ରେ ବିଜୁ ଜନତା ଦଳ ନିଲମ୍ବିତ କରିଥିଲା । ତେବେ ବିଜେଡିରୁ ନିଲମ୍ବିତ ହେବା ପରେ ସେ ବିଜେପିରେ ଯୋଗ ଦେଇପାରନ୍ତି ବୋଲି ଅନେକ ଦିନ ହେବ ଚର୍ଚ୍ଚା ହେଉଥିଲା । ଆଉ ଆଜି ସେହି ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ପ୍ରଶାନ୍ତ ଜଗଦ୍ଦେବ ।