Advertisment

Odisha Congress: ଓଡ଼ିଶାରେ ପହଞ୍ଚିଲେ କଂଗ୍ରେସ ପ୍ରଭାରୀ ଅଜୟ ଲଲ୍ଲୁ, କହିଲେ ଲଢ଼େଇ ହେବ

ଓଡ଼ିଶାରେ ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ନେଇ ଦଳକୁ ମଜଭୁତ୍ କରାଯିବ । ରାହୁଲ ଗାନ୍ଧୀଙ୍କ ଉକ୍ତି ହେଉଛି, ଡରୋ ମତ୍, ଲଢୋ । ଦୁର୍ନୀତି, ଭାଷ୍ଟାଚାର, ଅନ୍ୟାୟ ଏବଂ ଅତ୍ୟାଚାର ବିରୋଧରେ ଲଢେଇ ଜାରି ରହିବ। ତେଣୁ ଲଢେଇକୁ ଶାଣିତ କରାଯିବ ବୋଲି ସେ କହିଛନ୍ତି । ଏହା ହିଁ ହେବ କଂଗ୍ରେସର ଓଡ଼ିଶା ଫର୍ମୁଲା ।

author-image
Tapan Kumar Swain
ଅଦ୍ୟତନ ହୋଇଛି
New Prabhari Ajay Kumar lallu

New Prabhari Ajay Kumar lallu

ରାଜ୍ୟ କଂଗ୍ରେସର ନୂତନ ପ୍ରଭାରୀ ଅଜୟ କୁମାର ଲଲ୍ଲୁ ଆଜି ସକାଳେ ଆସି ଓଡ଼ିଶାରେ ପହଞ୍ଚିଛନ୍ତି । ସେ କଂଗ୍ରେସର ପଦଯାତ୍ରାରେ ସାମିଲ୍ ହେବେ । ଭୁବନେଶ୍ୱର ବିମାନବନ୍ଦରରେ ଏହି ନୂଆ ପ୍ରଭାରୀଙ୍କୁ ସ୍ୱାଗତ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ

Advertisment

OTVକୁ ପ୍ରତିକ୍ରିୟା ଦେଇ ନୂତନ ପ୍ରଭାରୀ କହିଛନ୍ତି ଯେ, ଓଡ଼ିଶାରେ ଆଗାମୀ ଦିନରେ କଂଗ୍ରେସ ସରକାର କରିବ । କଂଗ୍ରେସର ଇତିହାସ ହେଉଛି ସଂଘର୍ଷର ଇତିହାସ । ରାଜ୍ୟରେ କଂଗ୍ରେସର ସ୍ଥିତି ଭଲ ନଥିବା ସଂପର୍କରେ ପଚରାଯାଇଥିବା ଏକ ପ୍ରଶ୍ନରେ ସେ କହିଛନ୍ତି, ରାଜନୀତି ହେଉଛି ସମ୍ଭାବନାର ଖେଳ । ଆମେ ବିଭିନ୍ନ ପ୍ରସଙ୍ଗ ନେଇ ଲଢ଼େଇ ଆରମ୍ଭ କରିବୁ । କଂଗ୍ରେସ ଓଡ଼ିଶାରେ ଦୀର୍ଘ ବର୍ଷ ଧରି ଶାସନ କରିଛି । ବହୁତ ଉନ୍ନତିମୂଳକ କାମ ମଧ୍ୟ କରିଛି । କୌଣସି କାରଣରୁ ଦଳ କ୍ଷମତାକୁ ଆସିପାରିନାହିଁ । କିନ୍ତୁ ଦଳ ଅଧିକ ସକ୍ରିୟ ହୋଇ କାର୍ଯ୍ୟ କରିବ । କାର୍ଯ୍ୟକର୍ତ୍ତାଙ୍କ ସୁଖଦୁଃଖର ସାଥୀ ହେବ । ଲଲ୍ଲୁ କହିଛନ୍ତି, କଂଗ୍ରେସର ମୂଳମନ୍ତ୍ର ହେଉଛି ସମ୍ୱିଧାନ ରକ୍ଷା, କାର୍ଯ୍ୟକର୍ତ୍ତାଙ୍କୁ ସମ୍ମାନ ଓ ସଂଗଠନ ନିର୍ମାଣ । ଏ ଦିଗରେ କଂଗ୍ରେସ କାମ କରିବ । ଓଡ଼ିଶାରେ ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ନେଇ ଦଳକୁ ମଜଭୁତ୍ କରାଯିବ । ରାହୁଲ ଗାନ୍ଧୀଙ୍କ ଉକ୍ତି ହେଉଛି, ଡରୋ ମତ୍, ଲଢୋ ।

ଦୁର୍ନୀତି, ଭାଷ୍ଟାଚାର, ଅନ୍ୟାୟ ଏବଂ ଅତ୍ୟାଚାର ବିରୋଧରେ ଲଢେଇ ଜାରି ରହିବ। ତେଣୁ ଲଢେଇକୁ ଶାଣିତ କରାଯିବ ବୋଲି ସେ କହିଛନ୍ତି । ଏହା ହିଁ ହେବ କଂଗ୍ରେସର ଓଡ଼ିଶା ଫର୍ମୁଲା । ଉତ୍ତର ପ୍ରଦେଶର ପିସିସି ସଭାପତି ଭାବେ କାର୍ଯ୍ୟ କରିଥିବା ଲଲ୍ଲୁ କହିଛନ୍ତି, ଉତ୍ତର ପ୍ରଦେଶରେ ଯେମିତି ଗାଁକୁ ଗାଁ ଯାଇ ସଂଗଠନକୁ ସୁଦୃଢ଼ କରିଥିଲୁ ଓଡ଼ିଶାରେ ବି ସେୟା ହେବ । ଉତ୍ତରପ୍ରଦେଶର ଅଭିଜ୍ଞତାକୁ ଆଧାର କରି ସବୁ କଂଗ୍ରେସ କର୍ମୀଙ୍କୁ ଏକଜୁଟ୍ କରାଯିବ ।

Advertisment

ଅଧିକ ପଢ଼ନ୍ତୁ : କଂଗ୍ରେସକୁ ଫେରିବେ ପ୍ରଫୁଲ୍ଲ ମାଝୀ! ଦେଲେ ଏମିତି ସଙ୍କେତ

ସେ ପୁଣି କହିଛନ୍ତି, ଜଗନ୍ନାଥଙ୍କ ଭୂମିକୁ ଆସି ମୁଁ ପ୍ରଥମେ ମହାପ୍ରଭୁ ଜଗନ୍ନାଥଙ୍କୁ ପ୍ରଣାମ ଜଣାଉଛି। ଓଡିଶା ଭଳି ଗୁରୁତ୍ୱପୂର୍ଣ ରାଜ୍ୟର ପ୍ରଭାରୀ ଭାବରେ ଦାୟିତ୍ୱ ଦେଇଥିବାରୁ AICC ସଭାପତି ମଲ୍ଲିକାର୍ଜୁନ ଖଡଗେ, ସୋନିଆ ଗାନ୍ଧୀରାହୁଲ ଗାନ୍ଧୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ବିମାନବନ୍ଦରରେ ନୂଆ ପ୍ରଭାରୀ ଅଜୟ ଲଲ୍ଲୁଙ୍କୁ ସ୍ୱାଗତ କରିଥିଲେ ପୂର୍ବତନ ମନ୍ତ୍ରୀ ସୁରେଶ ରାଉତରାୟ । ସେ କହିଛନ୍ତି,ଅଜୟ ଲଲ୍ଚୁ ଓ ଭକ୍ତ ଦାସଙ୍କ ନେତୃତ୍ୱରେ କଂଗ୍ରେସ ଭଲ କରିବ । ଆଗାମୀ ପଞ୍ଚାୟତ ନିର୍ବାଚନ ଓ ବିଧାନସଭା ନିର୍ବାଚନରେ ଦଳ ଭଲ କରିବ ବୋଲି ଜଣାପଡୁଛି । ଏବେ ଲୋକମାନେ କଂଗ୍ରେସ ସହ ଯୋଡିହେବା ଆରମ୍ଭ କଲେଣି । ମୋତେ ଦଳରୁ ବାହାର କରାଯାଇଥିଲେ ବି ମୁଁ କଂଗ୍ରେସ ସହ ଥିଲି । ମରିବା ପର୍ଯ୍ୟନ୍ତ କଂଗ୍ରେସ ସହ ରହିବି ବୋଲି ସେ କହିଛନ୍ତି । ସେ ପୁଣି ଦୋହରାଇଛନ୍ତି ସେଇ ପୁରୁଣା ଡାଏଲଗ୍, ବିଜେଡି ଗନ୍ କଂଗ୍ରେସ କମିଂ ।

ନୂଆ ପ୍ରଭାରୀ କଂଗ୍ରେସର ପୁରୀ ପଦଯାତ୍ରାରେ ଆଜି ସାମିଲ୍ ହେବେ । ପରେ ସେ ଦଳୀୟ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବେ । 

ଅଧିକ ପଢ଼ନ୍ତୁ : ଦିଲ୍ଲୀ ନିର୍ବାଚନ: ବିଜେପି ମାଡ଼ରେ କଂଗ୍ରେସ ଚି‌ତ୍‌ପଟାଙ୍ଗ

Odisha Congress OPCC Ajay Kumar Lallu
Advertisment
Advertisment