Advertisment

Naveen Patnaik: ଓଡ଼ିଶାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ : Atanu Sabyasachi Nayak

ପ୍ରଥମେ ଦେବାଶିଷ ପରେ ମୁନ୍ନା ଖାଁ ଆଉ ଏବେ ଅତନୁ । ପୁଣି ଥରେ ସରକାରକୁ ଫେରିବାକୁ ଦମ୍ଭୋକ୍ତି ଦେଖାଉଛନ୍ତି ବିଜେଡି ନେତା ।

ଅଦ୍ୟତନ ହୋଇଛି
Naveen Patnaik Will Next Odisha CM: Atanu Sabyasachi

ଓଡ଼ିଶାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ: Atanu Sabyasachi

Advertisment

ପ୍ରଥମେ ଦେବାଶିଷ ପରେ ମୁନ୍ନା ଖାଁ ଆଉ ଏବେ ଅତନୁ । ପୁଣି ଥରେ ସରକାରକୁ ଫେରିବାକୁ ଦମ୍ଭୋକ୍ତି ଦେଖାଉଛନ୍ତି ବିଜେଡି ନେତା । ପୁଣି ଥରେ ଓଡ଼ିଶାର ଲୋକ ନବୀନଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ପ୍ରସ୍ତୁତ ହେଲେଣି ବୋଲି କହିଛନ୍ତି ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ । କେନ୍ଦ୍ରାପଡ଼ା ମହାକାଳପଡ଼ାରେ ଆୟୋଜିତ ଏକ ସଭାରେ ଏଭଳି ଦମ୍ଭୋକ୍ତି ଦେଖାଇଛନ୍ତି ଅତନୁ । ଖୋଲାମଞ୍ଚରେ ସଂଖ୍ୟା ଗଣିତ ବି ବୁଝାଇଛନ୍ତି ଅତନୁ ।

Advertisment

କହିଛନ୍ତି...ଆମର ୫୧ ଓ କଂଗ୍ରେସ ୧୪ ଏବଂ ସ୍ୱାଧୀନର ୩ ବିଧାୟକଙ୍କ ସମର୍ଥନ ଅଛି । ଆଉ ମାତ୍ର ଆଠ-ଦଶଟା ବିଧାୟକ ଦରକାର ବୋଲି ସେ କହିଛନ୍ତି । ପରାଜୟ ପରେ ପ୍ରଥମ ଥର ପାଇଁ ମହାକାଳପଡ଼ାରେ ସାଧାରଣ ସଭା କରି ଏଭଳି ବାକ୍ ଚାତୁରୀ ଦେଖାଇଛନ୍ତି ଅତନୁ । ବିଜେପି ବିଧାୟକ ସରୋଜ ପାଢୀ କହିଛନ୍ତି, ଅତନୁଙ୍କୁ ସଂଖ୍ୟା ଗଣିତ ଠିକ୍ ସେ ଜଣାନାହିଁ ।

ଆହୁରି ପଢନ୍ତୁ: ଝାଡଖଣ୍ଡରେ ଓଡିଶା ଫାଇଟ୍, ରାଜ୍ୟପାଳ ରଘୁବରଙ୍କ ବୋହୂଙ୍କୁ ଟକ୍କର ଦେଉଛନ୍ତି କଂଗ୍ରେସ ପ୍ରଭାରୀ ଅଜୟ କୁମାର

Advertisment

୭-୮ ଜଣ ଗଲେ କଣ ହୋଇଯିବ, ବରଂ ବିଜେଡିର ୨୭ଜଣ ବିଧାୟକ ବିଜେପି ଯୋଗାଯୋଗରେ ଥିବା ସେ କହିଛନ୍ତି । ଅନ୍ୟପଟେ କଂଗ୍ରେସ କହିଛି, ମେଣ୍ଟ ହେବ ନା ନାହିଁ ହାଇକମାଣ୍ଡ ଯାହା ନିଷ୍ପତ୍ତି ନେବେ ଆମେ ମାନିବୁ । ସେପଟେ କିଛି ଦିନ ତଳେ ମୁନ୍ନା ଖାଁଙ୍କ ବୟାନକୁ ନେଇ ବେଶ୍ ଚର୍ଚ୍ଚା ହୋଇଥିଲା । ୫ ବର୍ଷ ନୁହେଁ ତାପୂର୍ବରୁ ଶାସନ କ୍ଷମତାକୁ ଫେରିପାରେ ବିଜେଡି । ଦଳରୁ ଯାଇଥିବା ନେତା ଘର ବାହୁଡା ହେବେ ।

ଗତ ଅକ୍ଟୋବର ୩୦ରେ ବିଜେଡି ସାଂସଦ ମୁନା ଖାଁ ୧୪ ବିଜେପି ବିଧାୟକ ବିଜେଡି ଆସିବା ପ୍ରସଙ୍ଗରେ ଭାଷଣ ଦେଇଥିଲେ । ଦମ୍ଭୋକ୍ତି ଦେଖାଇ କହିଥିଲେ, ବିଜେପିର ପ୍ରାର୍ଥୀ ନଥିଲେ । ତାଙ୍କ ଦଳରେ ଅଧିକାଂଶ ଲୋକ ଆମର । ବିଜେଡି ଯେପରି ରଣନୀତି କରୁଛି ତାହା ସଫଳ ହେଲେ ପାଞ୍ଚ ବର୍ଷ ପୂର୍ବରୁ ପୁଣି ଥରେ ସରକାରକୁ ଫେରିବ ବିଜେଡି । ତେବେ ମୁନାଙ୍କ ଏହି ମନ୍ତବ୍ୟକୁ ସେତେବେଳେ କଡା ସମାଲୋଚନା କରିଥିଲା ବିଜେପି ।

Advertisment

ଅଧିକ ପଢ଼ନ୍ତୁ: Mango Kernel Deaths: 'ଆମ୍ବଟାକୁଆ' ଟ୍ରାଜେଡିରୁ ମିଳିବ କି ମହାଶିକ୍ଷା !

ଦଳର ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର କହିଥିଲେ ୨୦୨୯ ଯାଏ ବିଜେଡି ଯିବ କି ନାହିଁ ସନ୍ଦେହ । ଚେଇଁକି ସ୍ୱପ୍ନ ଦେଖୁଛନ୍ତି ମୁନ୍ନା । ତେବେ ଏହାପଛର କାରଣ କଣ ହୋଇଥାଇପାରେ? ଦଳ ବଦଳ କଲେ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ ହେବ ତା ତ ସମସ୍ତଙ୍କୁ ଜଣା । ତଥାପି ବିଜେଡି ନେତା ଏଭଳି କଥାକୁ କାହିଁକି ଘୋରି ହେଉଛନ୍ତି? ରାଜନୈତିକ ସମୀକ୍ଷକଙ୍କ ମତ, ବିଜେପି ବିଧାୟକ ବିଜେଡି ଯିବା କଥାରେ ବାସ୍ତବତା ଆଦୌ ନାହିଁ । କେବଳ ଜଣକ ପରେ ଜଣେ ନେତା ଦଳ ଛାଡୁଥିବାରୁ କର୍ମୀ ଓ ନେତାଙ୍କୁ ବାନ୍ଧି ରଖିବା ପାଇଁ ଏଭଳି ବୟାନ ବାଜି କରୁଛନ୍ତି ।

ମାତ୍ର ଦଳ ଭିତରେ ବଢୁଥିବା ଗୋଷ୍ଠୀ କନ୍ଦଳ ବିଜେଡିର ଏହି ରଣନୀତିକୁ ଫଳପ୍ରଦ ନକରିପାରେ । ଦେବାଶିଷ ସାମନ୍ତରାୟଙ୍କ କଂଗ୍ରେସ ସହ ମେଣ୍ଟ କରି କ୍ଷମତାକୁ ଫେରିବା ମନ୍ତବ୍ୟ ହେଉ, ବା ପ୍ରମିଳା ମଲ୍ଲିକଙ୍କ ଆଜି ନିର୍ବାଚନ ହେଲେ ୧୪୦ ସିଟ୍ ଦଖଲ ହେଉ, ଦଳକୁ ଏକଜୁଟ୍ ରଖିବା ଲାଗି ଯେ ଏଭଳି ବୟାନବାଜି ତାହା ଯେ କେହି ବୁଝିପାରିବ । ତେବେ ବିଜେଡିକୁ ଏହା କେତେ ଦୂର ଫାଇଦା ଦେଉଛି ତାକୁ ଅପେକ୍ଷା ।

Naveen Patnaik BJD BJP Odisha CM Odisha Politics Atanu Sabyasachi Nayak
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ