/odishatv-khabar/media/post_attachments/uploadimage/library/16_9/16_9_0/IMAGE_1745045331.jpg)
ନବମ ଥର ନବୀନ ମୁଖିଆ
ଆଜିଠୁ ନବୀନଙ୍କ ନବମ ଇନିଂସ୍ । ପୁଣି ଥରେ ବିଜେଡି ସୁପ୍ରିମୋ ହେବେ ନବୀନ ପଟ୍ଟନାୟକ। ନବମ ଥର ପାଇଁ ନବୀନ ପଟ୍ଟନାୟକ ବିଜେଡି ସଭାପତି ହୋଇଛନ୍ତି । ନିର୍ଦ୍ବନ୍ଦ୍ବରେ ସେ ସଭାପତି ନିର୍ବାଚିତ ହୋଇଛନ୍ତି । ଏନେଇ ଆଜି ଶଙ୍ଖଭବନରେ ବିଧିବଦ୍ଧ ଭାବେ ବିଜେଡି ସଭାପତିଙ୍କ ନାମ ଘୋଷଣା ହୋଇଛି । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନାଁ ଘୋଷଣା କରିଛନ୍ତି ବିଜେଡି ନିର୍ବାଚନ ଅଧିକାରୀ ପ୍ରତାପ ଦେବ ।
ଅଧିକ ପଢ଼ନ୍ତୁ: ଆଞ୍ଚଳିକ ଦଳର ସଭାପତି ନିର୍ବାଚନ ଓ ‘ଧର୍ମକୁ ଆଖି ଠାର’
ତେବେ ଚଳିତ ଥର ନବୀନଙ୍କ ପାଇଁ ଦଳ ସମ୍ଭାଳିବା, ସଙ୍ଗଠନ ସଜାଡ଼ିବା ମୁଖ୍ୟ ଚ୍ୟାଲେଞ୍ଜ ହେବ । କାରଣ, ୨୦୨୪ ନିର୍ବାଚନରେ ଶୋଚନୀୟ ପରାଜୟ ପରେ ଦୋହଲି ଯାଇଛି ବିଜେଡି । ଭାଗ ଭାଗରେ ବିଭକ୍ତ ହେଇ ଦଳ ଚାଲିଛି । ତେଣୁ ଏଥର ନବୀନ କାହାକୁ ଭରସା କରିବେ, କାହା ପତ୍ତା କାଟିବେ ତାହା ବିଜେଡିର ଭାଗ୍ୟ ଭବିଷ୍ୟତ ନିର୍ଦ୍ଧାରଣ କରିବ ।
ତେବେ ଏଥର ପୁରୁଖାଙ୍କୁ ଦାୟିତ୍ବ ଦେବେ ନା ସଂଗଠନ ସମ୍ଭାଳିବେ ଯୁବ ପିଢ଼ି ତା ଉପରେ ବି ରହିବ ନଜର । ଏସବୁ ଭିତରେ ବିଜେଡି ଗଡ଼ିଆ ଦିନକୁ ଦିନ ଗୋଳିଆ ହେବାରେ ଲାଗିଛି । ସାଙ୍ଗଠନିକ ବିବାଦ ଯୋଗୁଁ ୧୫ ଜିଲ୍ଲାରେ ସଭାପତି କିଏ ହେବେ ସେ ଅଙ୍କ ଛିଡିପାରୁନି । ତା ସହ ସଂଗଠନକୁ ହାଇଜାକ୍ ଓ ମେଳି ଅଡୁଆ ପରିସ୍ଥିତି ସୃଷ୍ଟି କରିଛି । ଖୋଲାଖୋଲି ପାଣ୍ଡିଆନ୍ ଥିଓରିକୁ ବିରୋଧ ଆରମ୍ଭ କଲେଣି ଦଳର ଅନେକ ବରିଷ୍ଠ ନେତା । ତାସହ ବାରମ୍ବାର ପାଣ୍ଡିଆନଙ୍କୁ ନବୀନଙ୍କ କ୍ଳିନ୍ ଚିଟ୍ ଅସନ୍ତୋଷକୁ ବଢ଼ାଇଛି। ଏତେ ସବୁ ଭିତରେ ବିଜେଡିର ଗତି କୁଆଡ଼େ ହେବ ତାକୁ ହିଁ ଅପେକ୍ଷା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)