/odishatv-khabar/media/post_attachments/uploadimage/library/16_9/16_9_0/IMAGE_1744222735.jpg)
ପୁଣି ପାଣ୍ଡିଆନଙ୍କ ପାଇଁ ନବୀନ
ପୁଣି ଥରେ ପାଣ୍ଡିଆନଙ୍କ ପାଇଁ ନବୀନଙ୍କ ଓକିଲାତି । ଭି.କେ ପାଣ୍ଡିଆନଙ୍କ ସମର୍ଥନରେ ବାହାରି ନବୀନ କହିଛନ୍ତି, ପାଣ୍ଡିଆନ କେବଳ ରାଜ୍ୟ ପାଇଁ ନୁହେଁ ଦଳ ପାଇଁ ବି ବହୁତ କାମ କରିଛନ୍ତି । ତାଙ୍କୁ କୌଣସି ପ୍ରକାର ବଦନାମ କରାଯିବା ଉଚିତ ନୁହେଁ । ପାଣ୍ଡିଆନ୍ ପ୍ରାୟ ୧୦ ମାସ ତଳୁ ପାର୍ଟି ଛାଡ଼ି ସାରିଛନ୍ତି । ସେ ଦଳର କୌଣସି କାର୍ଯ୍ୟରେ ସାମିଲ ହେଉନାହାନ୍ତି ବୋଲି କହିଛନ୍ତି ନବୀନ ।
ଅଧିକ ପଢ଼ନ୍ତୁ: ବିଜେଡିରେ କୁହୁଳୁଛି ନିଆଁ; ୱକଫ୍ ଭୋଟିଂ ପରଠୁ ଥମୁନି ବିଜେଡି ମେଳି
ଏଥିସହ ପାଣ୍ଡିଆନଙ୍କୁ ଆକ୍ରମଣ କରୁଥିବା ନେତାଙ୍କୁ ନବୀନ ଦେଇଛନ୍ତି କଡା ଜବାବ । ପାଣ୍ଡିଆନଙ୍କୁ ସମାଲୋଚନା କରିଥିବା ପ୍ରଭାତ ତ୍ରିପାଠୀଙ୍କ ପ୍ରତି କଡ଼ା ମନ୍ତବ୍ୟ ରଖି ନବୀନ କହିଛନ୍ତି, ପ୍ରଭାତ ତ୍ରିପାଠୀ ପୂର୍ବରୁ ଦଳରୁ ବିଦା ହୋଇଛନ୍ତି। ଚିଟଫଣ୍ଡ ମାମଲାରେ ପୂର୍ବରୁ ପ୍ରଭାତ ଜେଲ୍ ଯାଇଛନ୍ତି, ଦଳରୁ ବିଦା ହୋଇଛନ୍ତି। ପ୍ରଭାତ ତ୍ରିପାଠୀ ବିଜେଡିର କିଛି ନୁହଁନ୍ତି ବୋଲି କହିଛନ୍ତି ନବୀନ । ଏଥିସହ ଦଳର ବରିଷ୍ଠ ନେତାଙ୍କ ହୋଟେଲରେ ବୈଠକକୁ ନାପସନ୍ଦ କରିଛନ୍ତି ନବୀନ । ସେ କହିଛନ୍ତି, ମିଟିଂ କରିବାକୁ ହେଲେ ଦଳୀୟ ଅଫିସ ତଥା ଶଙ୍ଖ ଭବନରେ କରନ୍ତୁ। ତେବେ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ, ରାଜ୍ୟସଭାରେ ୱକଫ୍ ଭୋଟିଂ ଦ୍ବନ୍ଦ୍ବକୁ ନେଇ କିନ୍ତୁ ଚୁପ୍ ରହିଛନ୍ତି ବିଜେଡି ସୁପ୍ରିମୋ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)