Advertisment

Naba Das Murder Case: ନବ ଦାସ ହତ୍ୟା ମାମଲାରେ ଆସିବ କି ଟ୍ବିଷ୍ଟ ? CMଙ୍କୁ ଭେଟିବାକୁ ଚିଠି ଲେଖିଲେ ନବଙ୍କ ପତ୍ନୀ

ଇ-ମେଲ୍ କଲେ, ଡାକରେ ବି ଚିଠି ପଠାଇଲେ । ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ସମୟ ମାଗିଲେ । ସ୍ବାମୀ ନବ ଦାସଙ୍କ ହତ୍ୟା ଘଟଣାର ତଦନ୍ତ ସଂପର୍କିତ ଆଲୋଚନା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ନବଙ୍କ ପତ୍ନୀ ମୀନତି ଦାସ ।

ଅଦ୍ୟତନ ହୋଇଛି
undefined

ନବ ହତ୍ୟା, ଆସିବ କି ଟ୍ୱିଷ୍ଟ୍‌ ?

Advertisment

ନବ ଦାସ ହତ୍ୟା ମାମଲାରେ ଆସିବ କି ଟ୍ବିଷ୍ଟ ? ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ଲାଗି ନବ ଦାସଙ୍କ ପତ୍ନୀ ମୀନତି ଦାସ ଚିଠି ଲେଖି ସମୟ ମାଗିବା ପରେ ବଢ଼ିଲା ଚର୍ଚ୍ଚା । ଯଦିଓ ଚିଠିରେ ସେ କ’ଣ ଲେଖିଛନ୍ତି ସେନେଇ ନବଙ୍କ ପରିବାର ପକ୍ଷରୁ କିଛି ସ୍ପଷ୍ଟ କରାଯାଇ ନାହିଁ, କିନ୍ତୁ ପୂର୍ବରୁ ଝିଅ ଦୀପାଳି ଏକାଧିକ ବାର ସିବିଆଇ ତଦନ୍ତ ଲାଗି ଦାବି କରିଥିଲେ । ତା'ପରେ ଆଇନ ମନ୍ତ୍ରୀ ଲିଖିତ ଭାବେ ଜଣାଇବାକୁ କହିବା ଏବଂ ଏବେ ମୀନତି CMଙ୍କୁ ଭେଟିବା ଲାଗି ସମୟ ମାଗିବା କଳ୍ପନଜଳ୍ପନା ବଢାଇଛି । ସେପଟେ ଏହାକୁ ନେଇ ରାଜନୈତିକ ବୟାନବାଜି ବି ବଢ଼ିଛି ।

Advertisment

ଅଧିକ ପଢ଼ନ୍ତୁ: ଦେବେନ୍ଦ୍ରଙ୍କ ଶେଷ ଦର୍ଶନ କଲେ ପ୍ରଧାନମନ୍ତ୍ରୀ, ରାଜନୈତିକ ମହଲରେ ଶୋକର ଛାୟା

ଇ-ମେଲ୍ କଲେ, ଡାକରେ ବି ଚିଠି ପଠାଇଲେ । ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ସମୟ ମାଗିଲେ । ସ୍ବାମୀ ନବ ଦାସଙ୍କ ହତ୍ୟା ଘଟଣାର ତଦନ୍ତ ସଂପର୍କିତ ଆଲୋଚନା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ନବଙ୍କ ପତ୍ନୀ ମୀନତି ଦାସ । ଗତ ୧୧ ତାରିଖରେ ସେ ଏହି ଚିଠି ଲେଖିଛନ୍ତି । ଯାହାକୁ ନେଇ ବଢିଛି ଚର୍ଚ୍ଚା । ତେବେ ହଠାତ୍ ଏତେ ଦିନ ପରେ ପତ୍ନୀ ମୀନତି କାହିଁକି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଚାହୁଁଛନ୍ତି ? ସିବିଆଇ ତଦନ୍ତ ପାଇଁ ଲିଖିତ ଅନୁରୋଧ କରିବେ କି ? କିଛି ଦିନ ତଳେ ଝିଅ ଦୀପାଳି ସିବିଆଇ ତଦନ୍ତ ପାଇଁ ଦାବି କରିଥିବା ବେଳେ ଆଇନ ମନ୍ତ୍ରୀ କହିଥିଲେ ପରିବାର ସଦସ୍ୟ ଲିଖିତ ଭାବେ ଜଣାନ୍ତୁ । ଏବେ ଦୀପାଳି କିମ୍ବା ଭାଇ ବିଶାଳଙ୍କ ବଦଳରେ ମା ସାମନାକୁ ଆସିବା କିଛି ରାଜନୈତିକ ଗୋଟି ଚାଳନା ଆଡକୁ ଇସାରା କରୁଛି କି? ପୂର୍ବତନ ବିଧାୟକ ଅମର ଶତପଥୀ କହିଛନ୍ତି ବିଜେଡିରେ ଥିବା ସମୟରେ ବି ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଆଲୋଚନା କରାଯାଇ ଥିଲା, ଯେହେତୁ କ୍ରାଇମବ୍ରାଞ୍ଚ ତଦନ୍ତ ସନ୍ତୋଷଜନକ ନଥିଲା । ରାଜନୈତିକ ସମୀକ୍ଷକଙ୍କ ମତ ହେଲା ନବ ଦାସଙ୍କ ପରିବାର ଏବେ ବି ବିଜେଡି ଚାପରେ ଅଛି । କାରଣ ଦୀପାଳି ଓ ବିଶାଲଙ୍କ ବଦଳରେ ନବ ଦାସଙ୍କ ଧର୍ମପତ୍ନୀ ଆଗକୁ ଆସିଛନ୍ତି ।

Advertisment

ଅନ୍ୟପଟେ ମୀନତିଙ୍କ ଚିଠିକୁ ନେଇ ରାଜନୈତିକ ବୟାନବାଜି ଆରମ୍ଭ ହୋଇଛି। ବିରୋଧୀ ଦଳ ଉପ ନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ରାଜ୍ୟ ସରକାର ଚାହିଁଲେ ସିବିଆଇ ତଦନ୍ତ କରିପାରିବେ । କାହିଁକି ବିଳମ୍ବ କରୁଛନ୍ତି ବୋଲି ସେ ପାଲଟା ପ୍ରଶ୍ନ କରିଛନ୍ତି । କଂଗ୍ରେସ କହିଛି, ନବ ଦାସ ହତ୍ୟା ପଛରେ ଅନେକ ରହସ୍ୟ ରହିଛି । ସିବିଆଇ ତଦନ୍ତ ହେଲେ ସତ ପଦାକୁ ଆସିବ ।

ଜବାବରେ ବିଜେପି କହିଛି, ଏତେ ଦିନ ପରେ ନିଦରୁ ଉଠିଛନ୍ତି । ଯଦି ନବଙ୍କ ପରିବାର ପ୍ରକୃତ ହତ୍ୟାକାରୀ କିଏ ସାମ୍ନା କୁ ଆଣିବାକୁ ଚାହୁଁଛନ୍ତି ଓ ଚିଠି ଲେଖିଛନ୍ତି ତେବେ ସରକାର ଯାହା କାର୍ଯ୍ୟାନୁଷ୍ଠାନ ନେବା କଥା ନେବେ । ଏବେ ଦେଖିବାର କଥା ମୁଖ୍ୟମନ୍ତ୍ରୀଙ୍କଠାରୁ ସମୟ ମିଳିବା ପରେ ନବଙ୍କ ଧର୍ମପତ୍ନୀ ସିବିଆଇ ତଦନ୍ତ ନେଇ କି ଆଭିମୁଖ୍ୟ ରଖୁଛନ୍ତି ?

Advertisment

ଅଧିକ ପଢ଼ନ୍ତୁ: କ୍ଷୋଭ ଝାଡ଼ିଲେ ଜୟନାରାୟଣ; କହିଲେ 'ମୋର ଯୋଗ୍ୟତା ନାହିଁ'

Odisha CBI Naba Das Mohan Majhi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ