• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳି କରିଥିବା ପୋଲିସ ଏଏସ୍ଆଇ ଗୋପାଳକୃଷ୍ଣଙ୍କର ଥିଲା ବାଇପୋଲାର ଡିଜ୍ଅର୍ଡର । ଏଣୁ ହଠାତ୍ ଖୁବ୍ ରାଗୁଥିଲେ ଗୋପାଳକୃଷ୍ଣ । ପ୍ରାୟ ଆଠରୁ ଦଶ ବର୍ଷ ତଳେ ସେ ପ୍ରଥମେ କ୍ଲିନିକକୁ ଆସିଥିଲେ ବୋଲି ସୂଚନା ଦେଇଛନ୍ତି MKCGର ସାଇକିଆଟ୍ରିକ ମୁଖ୍ୟ ଡାକ୍ତର ଚନ୍ଦ୍ରଶେଖର ତ୍ରିପାଠୀ । ଗୋପାଳକୃଷ୍ଣ ନିୟମିତ ଔଷଧ ଖାଉଥିଲେ ନା ନାହିଁ ଜଣାପଡ଼ିନି ।

ତେବେ ସେ ଆକ୍ରାନ୍ତ ହୋଇଥିବା ରୋଗ ପାଇଁ ନିୟମିତ ଚିକିତ୍ସା ଦରକାର ଥିଲା ବୋଲି କହିଛନ୍ତି ଡାକ୍ତର ଚନ୍ଦ୍ରଶେଖର । ନିୟମିତ ଔଷଧ ସେବନ ନ କଲେ ଏହି ରୋଗ ପୁଣି ଆକ୍ରାନ୍ତ କରିପାରେ । ପ୍ରାୟ ବର୍ଷେ ତଳେ ଏଏସ୍ଆଇ ଗୋପାଳକୃଷ୍ଣ ଚେକ୍ଅପ ପାଇଁ ମେଡ଼ିକାଲ୍ ଆସିଥିଲେ ବୋଲି ଡାକ୍ତର ଚନ୍ଦ୍ରଶେଖର କହିଛନ୍ତି । ତେବେ ଏଠି ପ୍ରଶ୍ନ, ଜଣେ ମାନସିକ ରୋଗୀଙ୍କୁ କେମିତି ଦିଆଯାଇଥିଲା ଫାଣ୍ଡି ଦାୟିତ୍ୱ ? କେମିତି ମିଳିଥିଲା ଅସ୍ତ୍ର ? ଗୋପାଳ ମାନସିକ ରୋଗୀ ବୋଲି ପୋଲିସ ବିଭାଗ ଜାଣିନଥିଲା କି ?

ଅଧିକ ପଢ଼ନ୍ତୁ: ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରିଥିବା ପୋଲିସ ASI ଗୋପାଳ କିଏ ? ଆସନ୍ତୁ ଜାଣିବା...

ସେପଟେ ଜଣାପଡ଼ିଛି ଶନିଦଶାରୁ ମୁକ୍ତି ପାଇଁ ନିଜ ବାସଭବନରେ ସମି ଗଛ ଲଗାଇଥିଲେ ନବଦାସ । ସାଧାରଣତଃ ଶନିଦଶା ପୂଜା କିମ୍ବା ହୋମ ଆଦି କାମରେ ସମି ଗଛର ଆବଶ୍ୟକତା ପଡିଥାଏ । ନିକଟରେ ସେ ମହାରାଷ୍ଟ୍ରରେ ଯାଇ ଶନିମନ୍ଦିରରେ ପୂଜାପାଠ ଓ ସୁବର୍ଣ୍ଣ କଳସ ଦାନ କରିଥିଲେ। ଏଣୁ ସମି ଗଛ ମଧ୍ୟ ଶନି ଦଶାରୁ ମୁକ୍ତି ପାଇବାକୁ ଲଗାଇଥିବା ଚର୍ଚ୍ଚା ହେଉଛି । ଏହା ବାଦ୍ ନିଜ ବାସଭବନରେ ଅନ୍ୟାନ ଫୁଲଫଳ ଗଛ ଲଗାଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ... ।

ଅନ୍ୟପଟେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳି ମାରି ହତ୍ୟା ପରେ ଏବେ ସୁରକ୍ଷା ବ୍ୟବସ୍ଥା ନେଇ ଉଠିଛି ପ୍ରଶ୍ନ ? ପାଳନ ହୋଇଥିଲା କି ଏସ୍ଓପି ? କଣ କରୁଥିଲେ ମନ୍ତ୍ରୀଙ୍କ ପିଏସ୍ଓ ? ଆକ୍ରମଣ ନେଇ ସୂଚନା ପାଇଁଥିଲା କି ଗୁଇନ୍ଦା ବିଭାଗ ? କାହିଁକି ନା ଯେତେବେଳେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ କିମ୍ବା ମନ୍ତ୍ରୀ ମାନେ କୌଣସି ଗସ୍ତରେ ଯାଇଥାନ୍ତି, ତେବେ ୟେଲୋ ବୁକ୍ ଅନୁସାରେ ଜାରି ହୋଇଥାଏ ଏସଓପି   । ମନ୍ତ୍ରୀଙ୍କ ପିଏ ଗସ୍ତ କାର୍ଯ୍ୟକ୍ରମ ସଂପର୍କରେ ପୋଲିସ ଡିଜି, ଏସପି ଓ ଜିଲ୍ଲାପାଳଙ୍କୁ ଅବଗତ କରାଇଥାନ୍ତି  । 

ଜଣେ ଅଫିସର ଇନଚାର୍ଜ ଭାବେ ଦାୟିତ୍ୱରେ ରହି ତୁଲାଇଥାନ୍ତି  । ଗସ୍ତ କାର୍ଯ୍ୟକ୍ରମକୁ ଦେଖି ସୁରକ୍ଷା ବ୍ୟବସ୍ଥା କରାଯାଉଥିବା ବେଳେ, ମନ୍ତ୍ରୀଙ୍କ ପିଏସଓ, ପାଇଲଟିଂ ଓ ପ୍ରୋଟେକ୍ସନ ଫୋର୍ସ ମୁତୟନ ହୋଇଥାନ୍ତି  । ପାଇଲଟିଂ ଟିମରେ ଜଣେ  ଅଫିସର ଓ ହାଫ୍ ସେକସନ୍ ଫୋର୍ସ ରହିଥାନ୍ତି  । ସେହିପରି ପ୍ରୋଟେକ୍ସନ ଫୋର୍ସରେ ମଧ୍ୟ ଜଣେ ଅଫିସର ଓ ହାଫ୍ ସେକସନ୍ ଅଫିସର ରହିଥାନ୍ତି ।   ଅଧିକ ଫୋର୍ସ ଆବଶକତା ଥିଲେ ଏସପି ରେଞ୍ଜ ଡିଆଇଜିଙ୍କୁ ଜଣାଇଥାନ୍ତି  । ଏପରକି ଗସ୍ତବେଳେ ସ୍ପେଶାଲ ବ୍ରାଞ୍ଚ, ଲ-ଆଣ୍ଡ-ଅର୍ଡର, ଇଣ୍ଟେଲିଜେନ୍ସ ଟିମ୍ ନିଜ ନିଜ ମଧ୍ୟରେ ସମନ଼୍ବୟ ରକ୍ଷା କରି ସୁରକ୍ଷା ବ୍ୟବସ୍ଥାର ପାଳନ କରନ୍ତି   । ମାତ୍ର ଝାରସୁଗୁଡ଼ା ମନ୍ତ୍ରୀଙ୍କ ଅଞ୍ଚଳ ହୋଇଥିବାରୁ ସୁରକ୍ଷା ଢିଲା ଥିଲା କି ଉଠିଛି ପ୍ରଶ୍ନ ..
 ।