• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଶନି ମନ୍ଦିରକୁ ସ୍ୱର୍ଣ୍ଣ ଦାନ । କୋଟିଏ ଟଙ୍କାର ସୁନା କଳସ ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ! ମହାରାଷ୍ଟ୍ରର ଶନିସିଙ୍ଗନାପୁରରେ ତ୍ରିବେଣୀ ଅମାବାସ୍ୟା ତିଥିରେ ଶନି ଦେବଙ୍କୁ ସୁନା କଳସ ଦାନ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । କେଜିଏ ୭ ଶହ ଗ୍ରାମର ସୁନା ଓ ୫ କେଜି ରୂପାରେ ନିର୍ମିତ ସ୍ୱର୍ଣ୍ଣ କଳସର ମୂଲ୍ୟ ପ୍ରାୟ କୋଟିଏ ଟଙ୍କା ହେବ । ଯାହାକୁ ସ୍ୱାସ୍ଥ୍ୟମନ୍ତ୍ରୀ ଅର୍ପଣ କରିଛନ୍ତି ।

ନ୍ୟାୟର ଦେବତା ଶନିଦେବଙ୍କ ସନ୍ଧ୍ୟା ଆଳତୀ ପରେ ମନ୍ଦିରରେ ସ୍ଥାପନ ହୋଇଛି ସ୍ୱର୍ଣ୍ଣ କଳସ । ତେବେ ଏହି ଦାନ ପାଇଁ ନିଜ ନାଁ ଗୋପନ ରଖିବାକୁ ସେ ମନ୍ଦିର କମିଟିକୁ ଅନୁରୋଧ କରିଥିବା ଜଣାପଡିଛି । ମନ୍ଦିରରେ ପୁରା ପରିବାର ପୂଜାର୍ଚ୍ଚନା କରିବା ସହ ଶନି ଅଭିଷେକ ବି କରିଛନ୍ତି । ସ୍ୱାସ୍ଥ୍ୟମନ୍ତ୍ରୀ କିନ୍ତୁ କହିଛନ୍ତି, ଶନି ଦେବଙ୍କ ପାଖରେ ତୈଳ ଲାଗି ପାଇଁ ସେ ମାତ୍ର ୧୦ ଲକ୍ଷ ଟଙ୍କା ଦାନ କରିଛନ୍ତି ।

ଏପଟେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସୁନା କଳସ ଦାନକୁ ନେଇ ଆରମ୍ଭ ହୋଇଯାଇଛି ରାଜନୀତି । ବିଜେପି କହିଛି, ବର୍ତ୍ତମାନ ଝାରସୁଗୁଡାବାସୀ ଧାନ ବିକ୍ରି, ଉନ୍ନତ ସ୍ୱାସ୍ଥ୍ୟସେବା ଏବଂ ଆବାସକୁ ନେଇ ସମସ୍ୟା ଭୋଗୁଥିବା ବେଳେ ନିର୍ବାଚିତ ଜନ ପ୍ରତିନିଧି ଶନିଙ୍କ ଶରଣ ପଶିଛନ୍ତି । ଜନତା ଏହାର ଜବାବ ଦେବେ । କଂଗ୍ରେସ ବି ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଘେରିଛି ।

ଅଧିକ ପଢ଼ନ୍ତୁ: ଆରପାରିକୁ ଯିବା ପୂର୍ବରୁ ମନ୍ଦିରକୁ ଦାନ କରିଦେଲେ ସବୁ ସମ୍ପତ୍ତି

ଜ୍ୟୋତିଷ ଶାସ୍ତ୍ର କହୁଛି, ଦଣ୍ଡରୁ ମୁକ୍ତି ପାଇବାକୁ ଏବଂ ଭୁଲ୍‌ର ପ୍ରାୟଶ୍ଚିତ ପାଇଁ ଶନି ଦେବଙ୍କୁ ସ୍ୱର୍ଣ୍ଣ ଦାନ କରାଯାଏ । ବର୍ତ୍ତମାନ ଶନି ଚଳନ ଯୋଗୁଁ ରାଜନୈତିକ କ୍ୟାରିୟରରେ ଅଶୁଭ ଫଳ ପ୍ରଦାନ କରିବାର ଆଶଙ୍କା ରହିଛି । ତେଣୁ ସ୍ୱାସ୍ଥ୍ୟମନ୍ତ୍ରୀ ଶନିଦେବଙ୍କୁ ସ୍ୱର୍ଣ୍ଣ ଦାନ କରିଥାଇ ପାରନ୍ତି ବୋଲି କୁହାଯାଉଛି ।