• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ ହେବା ନେଇ ମୁଖ୍ୟମନ୍ତ୍ରୀଙ୍କୁ ବିଧାୟକ ସୌମ୍ୟରଞ୍ଜନଙ୍କ ଟାର୍ଗେଟ୍ । ଛାତ୍ର ସଂସଦ ନିର୍ବାଚନ ହେଉନଥିବାରୁ ଆଗକୁ ଆମେ ନେତୃତ୍ୱ ସଙ୍କଟର ସାମ୍ନା କରିବାକୁ ଯାଉଛୁ ବୋଲି କହିଛନ୍ତି ସୌମ୍ୟରଞ୍ଜନ । ଭୁବନେଶ୍ୱର ଜୟଦେବ ଭବନରେ ଜନନେତା ହରିଶ୍ଟନ୍ଦ୍ର ବକ୍ସିପାତ୍ରଙ୍କ ୮୯ ତମ ଜନ୍ମ ଜୟନ୍ତୀ ଉତ୍ସବରେ ଯୋଗ ଦେଇ ସେ କହିଛନ୍ତି, ଆମ ରାଜ୍ୟରେ ୩-୪ ବର୍ଷ ହେଲା କଲେଜରେ ଛାତ୍ର ସଂସଦ ନିର୍ବାଚନକୁ ବନ୍ଦ ରଖାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ପରାମର୍ଶଦାତା କଣ ବିଚାର କରିବା ଉଦ୍ଦେଶ୍ୟ ରଖି ଏପରି କରିଛନ୍ତି, ସେ ଜାଣିନାହାନ୍ତି । ତେବେ ଏହା ଉପରେ ପୁନଃ ସମୀକ୍ଷା କରିବାକୁ ନିବେଦନ କରିଛନ୍ତି ସୌମ୍ୟ । ସେପଟେ ସୌମ୍ୟଙ୍କ ଏଭଳି ମନ୍ତବ୍ୟ ଏବେ ସରକାରୀ ଦଳରେ କମ୍ପନ ସୃଷ୍ଟି କରିଛି ।

ଅଧିକ ପଢ଼ନ୍ତୁ: କେତେବେଳେ ବିଧାୟକ ତ କେତେବେଳେ ସଂପାଦକ ଜାଣି ପାରୁନାହାନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ