Advertisment

‘ଛାଡ଼ ପାଇବେନି ଖଣି ଲୁଟେରା, ଚାଲିଛି ଖୋଳତାଡ଼.. ସବୁ ଜେଲ ଯିବେ !’

ଖୋଲିବ ଖଣି ଦୁର୍ନୀତି ପେଡ଼ି । ବନ୍ଧା ହେବେ ଖଣି ମାଫିଆ । ଏହା ସହ ଶାହା କମିଶନ ସୁପାରିଶକୁ ମଧ୍ୟ ତର୍ଜମା କରି ଅମଳ କରାଯିବ ବୋଲି କହିଛନ୍ତି ମନ୍ତ୍ରୀ ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Mohan's Assurance, Mines Mafia To Go Jail

Mines Mafia

ରାଜ୍ୟ ରାଜନୀତିରେ ପୁଣି ଫେରିଲା ଖଣି ଦୁର୍ନୀତି ହଟଚମଟ । ଖଣି ଲୁଟେରା ଜେଲ ଯିବେ ବୋଲି କେନ୍ଦୁଝରରେ ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟ ପରେ ଖଣି ମନ୍ତ୍ରୀଙ୍କ ବଡ଼ ସୂଚନା । ଆରମ୍ଭ ହୋଇଗଲାଣି ଖଣି ଦୁର୍ନୀତି ଖୋଳତାଡ଼ । ଖୋଲିବ ଖଣି ଦୁର୍ନୀତି ପେଡ଼ି । ବନ୍ଧା ହେବେ ଖଣି ମାଫିଆ । ଏହା ସହ ଶାହା କମିଶନ ସୁପାରିଶକୁ ମଧ୍ୟ ତର୍ଜମା କରି ଅମଳ କରାଯିବ ବୋଲି କହିଛନ୍ତି ମନ୍ତ୍ରୀ ।

Advertisment

କିଛି ଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନିଜ ଜନ୍ମମାଟି କେନ୍ଦୁଝରକୁ ଯାଇଥିବା ବେଳେ, ସେଠାରେ କହିଥିଲେ ପୂର୍ବ ବିଜେଡି ସରକାର ଅମଳରେ କେନ୍ଦୁଝରକୁ ଲୁଟ୍ କରାଯାଉଥିଲା। କେନ୍ଦୁଝର ଖଣି ଲୁଟରେ ସେତେବେଳର ରାଜ୍ୟ ସରକାର ସମ୍ପୃକ୍ତ ଅଛନ୍ତି । ୨୦୧୯ରେ ବିଧାନସଭାରେ କେନ୍ଦୁଝରର ହକ୍ ପାଇଁ ଲଢ଼େଇ ହୋଇଥିଲା। କିଛି ଅଣ ଓଡ଼ିଆ କେନ୍ଦୁଝରର ଗରିବ, ଆଦିବାସୀଙ୍କୁ ଲୁଟିଛନ୍ତି। ଯେଉଁମାନେ ଲୁଟ୍ କରିଛନ୍ତି ସେମାନେ ମୋ ନଜରରେ, କେହି ବର୍ତ୍ତିବେନି। ସମସ୍ତଙ୍କୁ ଜେଲ୍ ପଠାଇବୁ, ମୋହନ ମାଝୀ କାହାକୁ ଛାଡ଼ିବ ନାହିଁ ବୋଲି କହି ଥିଲେ ମୁଖ୍ୟମନ୍ତ୍ରୀ।

ଅଧିକ ପଢ଼ନ୍ତୁ: ଅପେକ୍ଷା କର, ‘ସୁଭଦ୍ରା’ ଯୋଜନାକୁ ନେଇ ଭ୍ରମିତ କର ନାହିଁ: ପ୍ରଭାତୀ ପରିଡ଼ା

Advertisment

ଏହାସହ ମୋହନ ଆହୁରି କହିଥିଲେ, ‘ବିଧାୟକ ଥିବା ବେଳେ ପୂର୍ବରୁ ବିରୋଧୀ ଦଳରେ ଥାଇ ଲଢ଼ୁଥିଲି, ସରକାର ଡରୁଥିଲେ । ମନ୍ତ୍ରୀ ପଦ ଓ ଖଣି ଦେବାକୁ ମଧ୍ୟ ସେତେବେଳେ ଯାଚୁଥିଲେ। ଖାଲି ମନ୍ତ୍ରୀ ନୁହେଁ, ଆଜି ଆପଣଙ୍କ ଆଶୀର୍ବାଦରୁ ନେତୃତ୍ୱ ମିଳିଛି। ଆପଣମାନେ ମୋତେ ମୁଖ୍ୟମନ୍ତ୍ରୀ କରିଛନ୍ତି ।’

ଅନ୍ୟପଟେ ସୁପର ଚିଫ୍‌ ମିନିଷ୍ଟର ପ୍ରସଙ୍ଗ ଉଠାଇ ପରୋକ୍ଷରେ ଇଙ୍ଗିତ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ । କହିଥିଲେ ଯେତେ ସଭାରେ ଭାଷଣ ଦେବେ ଭୋଟ କମିବ ଗୁଇନ୍ଦା ରିପୋର୍ଟ ମିଳିଥିଲା । ଗୋଡ଼ ତଳୁ ମାଟୁ ଖସୁଛି ସୁପର ଚିଫ୍‌ ମିନିଷ୍ଟର ଜାଣି ପାରିନଥିଲେ । ୨୪ ବର୍ଷ ଶାସନ କରିଥିବା ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଟାର୍ଗେଟ୍‌ କଲେ । ପୂର୍ବ ମୁଖ୍ୟମନ୍ତ୍ରୀ ନଂ-୧, ମାତ୍ର ରାଜ୍ୟ କାହିଁକି ନୁହେଁ ବୋଲି ଜନତାଙ୍କୁ ସମ୍ବୋଧନ କରି ପଚାରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । 

ଅଧିକ ପଢ଼ନ୍ତୁ: ‘ଖୁବଶୀଘ୍ର ଘୋଷଣା ହେବ ରତ୍ନଭଣ୍ଡାର ଖୋଲିବା ତାରିଖ ଓ ଗାଇଡଲାଇନ୍’

BJD BJP Congress Odisha Politics General Election 2024
Advertisment
Advertisment