Advertisment

‘ଖୁବଶୀଘ୍ର ଘୋଷଣା ହେବ ରତ୍ନଭଣ୍ଡାର ଖୋଲିବା ତାରିଖ ଓ ଗାଇଡଲାଇନ୍’

ଲୋକସେବା ଭବନରେ ଦାୟିତ୍ବ ନେବା ପରେ ଆଇନ ମନ୍ତ୍ରୀଙ୍କ ପ୍ରତିକ୍ରିୟା । କହିଲେ, ନିର୍ଦ୍ଦିଷ୍ଟ ସମୟରେ ଖୋଲାଯିବ ଶ୍ରୀମନ୍ଦିର ରତ୍ନ ଭଣ୍ଡାର । ମହାପ୍ରଭୁଙ୍କ ଅଳଙ୍କାର ଓ ଅନ୍ୟ ସମ୍ପତ୍ତିର ଗଣତି କରାଯିବ ।

author-image
Sujit kumar Swain
ଅଦ୍ୟତନ ହୋଇଛି
Ratna Bhandar Will Be Opened, And Soon: Prithviraj Harichandan

Ratna Bhandar

ଖୁବଶୀଘ୍ର ରତ୍ନଭଣ୍ଡାର ଖୋଲିବା ତାରିଖ ଓ ଗାଇଡଲାଇନ୍ ଘୋଷଣା ହେବ। ନିର୍ଦ୍ଦିଷ୍ଟ ସମୟରେ ରତ୍ନ ଭଣ୍ଡାର ଖୋଲାଯାଇ ମହାପ୍ରଭୁଙ୍କ ଅଳଙ୍କାର ଓ ଅନ୍ୟ ସମ୍ପତ୍ତିର ଗଣତି କରାଯିବ । ଏନେଇ ଆଇନ ବିଭାଗ କାମ କରୁଛି। ଆଜି ଲୋକସେବା ଭବନରେ ଦାୟିତ୍ବ ଗ୍ରହଣ ପରେ ଏକଥା କହିଛନ୍ତି ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ୩ଟି ବିଭାଗ କିଭଳି ରାଜ୍ୟବାସୀଙ୍କ ସେବାରେ ଲାଗି ପାରିବ ଏହା ତାଙ୍କ ପାଇଁ ପ୍ରାଥମିକତା।

Advertisment

୧୦୦ ଦିନିଆ, ବର୍ଷିକିଆ ଓ ୫ ବର୍ଷିଆ ପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରାଯାଉଛି। ପୃଥ୍ବୀରାଜ କହିଛନ୍ତି, ଭୁବନେଶ୍ୱର କୋର୍ଟ କମ୍ପ୍ଲେକ୍ସ ତୁରନ୍ତ କାର୍ଯ୍ୟକ୍ଷମ କରିବା ନେଇ ପୂର୍ତ୍ତ ବିଭାଗର ଅଧିକାରୀଙ୍କ ସହ ସମୀକ୍ଷା କରିବେ। ଅଗଷ୍ଟ ପ୍ରଥମ ସପ୍ତାହରେ କୋର୍ଟ କମ୍ପ୍ଲେକ୍ସ ଉଦଘାଟନ କରିବା ପାଇଁ ପଦକ୍ଷେପ ନିଆଯାଇଛି।

ଅଧିକ ପଢ଼ନ୍ତୁ: ପରିବା ଦର ବୃଦ୍ଧି: ‘ଆଳୁ, ପିଆଜ ଯୋଗାଇବ ନାଫେଡ’

ତେବେ କେବେ ଖୋଲିବ ରତ୍ନଭଣ୍ଡାର ? ରଥଯାତ୍ରା ଭିତରେ ନା ସରିବା ପରେ ? ତାକୁ ନେଇ ଚର୍ଚ୍ଚା ଯେତିକି, ଦ୍ୱନ୍ଦ୍ୱ ବି ସେତିକି । ଗୋଟିଏ ପଟେ ରତ୍ନଭଣ୍ଡାର ଭିତର ସ୍ଥିତି ଅତ୍ୟନ୍ତ ଚିନ୍ତାଜନକ ବୋଲି ବାରମ୍ବାର ଭାରତୀୟ ପ୍ରତ୍ନତାତ୍ତ୍ୱିକ ସଂସ୍ଥା କହି ଆସୁଥିବାବେଳେ ଏହାର ସଂରକ୍ଷଣକୁ ବି ଗୁରୁତ୍ୱ ଦେଉଛି ।

Advertisment

ଏପଟେ ୧୯୭୮ ମସିହା ପରଠୁ ଆଉ ମହାପ୍ରଭୁଙ୍କ ରତ୍ନଭଣ୍ଡାର ଖୋଲାଯାଇନି। ଯାହାକୁ ନେଇ ଢେର ତମ୍ବିତୋଫାନ୍ ଚାଲିଛି। ଏମିତିକି ବିଜେଡି ସରକାର ଅମଳରେ ଜଷ୍ଟିସ୍ ଅରିଜିତ୍ ପଶାୟତଙ୍କ ନେତୃତ୍ୱରେ ଏକ ୧୨ ଜଣିଆ ରତ୍ନଭଣ୍ଡାର ଅଳଙ୍କାର ତଦାରଖ କମିଟି ମଧ୍ୟ ଗଢ଼ାଯାଇଛି। ଯାହାର ଦୁଇ ଥର ବୈଠକ ବି ସରିଛି । ୟା ଭିତରେ ଶ୍ରୀମନ୍ଦିର ଚାରିଦ୍ୱାର ଓ ରତ୍ନଭଣ୍ଡାରକୁ ନିର୍ବାଚନୀ ଏଜେଣ୍ଡାରେ ରଖି ବିଜେପି ରାଜ୍ୟରେ କ୍ଷମତାକୁ ଆସିଥିବାବେଳେ, କେତେ ଶୀଘ୍ର ଖୋଲୁଛି ମହାପ୍ରଭୁଙ୍କ ଅଳଙ୍କାର ଭଣ୍ଡାର, ଏବେ ତାକୁ ଅପେକ୍ଷା। 

Srimandir Jagannath Temple Ratna Bhandar Law Minister
Advertisment
Advertisment