• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ହିମାଚଳ ପ୍ରଦେଶରେ ରାଜନୈତିକ ଅସ୍ଥିରତା । ରାଜ୍ୟସଭା ନିର୍ବାଚନରେ କଂଗ୍ରେସ ବିଧାୟକଙ୍କ କ୍ରସ୍ ଭୋଟିଂ ଏବଂ ଗତକାଲି ମନ୍ତ୍ରୀ ବିକ୍ରମାଦିତ୍ୟ ସିଂ ଇସ୍ତଫା ଦେବା ପରେ ମାତ୍ର ୧୪ ମାସର ପୁରୁଣା ସୁଖବିନ୍ଦର ସିଂ ସୁଖୁ ସରକାର ସଙ୍କଟରେ । ସରକାର ବଞ୍ଚାଇବାକୁ କଂଗ୍ରେସ ଦଳ ଦୁଇ ଜଣ ପର୍ଯ୍ୟବେକ୍ଷକ ଡି.କେ. ଶିବକୁମାର ଏବଂ ଭୂପିନ୍ଦର ସିଂ ହୁଡାଙ୍କୁ ସିମଲା ପଠାଇଛି ।

ଅଧିକ ପଢ଼ନ୍ତୁ: ସରକାରୀ ବିଜ୍ଞାପନରେ ‘ଶଙ୍ଖ’ ଚିହ୍ନ ବ୍ୟବହାର, BJD ଓ ରାଜ୍ୟ ସରକାରଙ୍କୁ ସ୍ପଷ୍ଟୀକରଣ ମାଗିଲେ ECI

ଆଜି ଦୁଇ ପର୍ଯ୍ୟବେକ୍ଷକ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୁ ରିପୋର୍ଟ ଦେବେ । ରାଜ୍ୟସଭାରେ କ୍ରସ୍ ଭୋଟିଂ ପରେ କଂଗ୍ରେସର କିଛି ବିଧାୟକ ବିଜେପିରେ ସାମିଲ ହେବା ନେଇ କଳ୍ପନାଜଳ୍ପନା ବଢ଼ିଛି । ୩ ଜଣ ସ୍ୱାଧୀନ ବିଧାୟକ ମଧ୍ୟ ବିଜେପିରେ ମିଶିବା ନେଇ ଚର୍ଚ୍ଚା ହେଉଛି । ବିରୋଧୀ ଦଳ ବିଜେପି, ରାଜ୍ୟପାଳଙ୍କୁ ଭେଟି ସୁଖବିନ୍ଦର ସିଂ ସୁଖୁ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି।

OTV is now on Whatsapp

ପ୍ରତି ମୁହୂର୍ତ୍ତରେ ଖବରର ଅପଡେଟ୍ ପାଇଁ ଫଲୋ କରନ୍ତୁ ଓଟିଭିର ହ୍ଵାଟ୍ସଅପ ଚ୍ୟାନେଲ୍ କୁ

Join Now