Advertisment

ସମ୍ବଲପୁର ହିଂସା ପଛରେ କିଏ ? ବିଜେଡିକୁ ହିନ୍ଦୁ ବିରୋଧୀ କହି ବର୍ଷିଲା ବିଜେପି

ଧର୍ମକୁ ନେଇ ରାଜନୀତି ଠିକ୍ ନୁହେଁ କହିଲା ବିଜେଡି । ମୃତ ଚନ୍ଦ୍ରକାନ୍ତ ମିର୍ଦ୍ଦାଙ୍କ ଗାଁରେ ଜାତୀୟ ST କମିଶନ୍ ।

ଅଦ୍ୟତନ ହୋଇଛି
undefined

Sambalpur Violence

Advertisment

ବିଜେଡିକୁ ହିନ୍ଦୁ ବିରୋଧୀ କହି ବର୍ଷିଲା ବିଜେପିସମ୍ବଲପୁର ହିଂସା ପ୍ରସଙ୍ଗରେ ଆଜି ସାମ୍ବାଦିକ ସମ୍ମିଳନୀ ବେଳେ ରତ୍ନ ଭଣ୍ଡାର ଚାବି ହଜିବା, ରଥ ଯାତ୍ରା ବନ୍ଦ ପାଇଁ ଚକ୍ରାନ୍ତ କଥା ଉଠାଇ ବର୍ଷିଛନ୍ତି ବରିଷ୍ଠ ବିଜେପି ନେତା ସମୀର ମହାନ୍ତି । ସେପଟେ ହିଂସା ପଛରେ ବିଜେପି ଥିବା ପାଲଟା ଅଭିଯୋଗ ଆଣିଛି ବିଜେଡି । ତେଣେ ଜାତୀୟ ST କମିଶନ୍ ସଦସ୍ୟ ଆଜି ମୃତ ଚନ୍ଦ୍ରକାନ୍ତ ମିର୍ଦ୍ଦାଙ୍କ ଗାଁକୁ ଯାଇଥିଲେ ମଧ୍ୟ ଘରେ ତାଲା ପଡ଼ିଥିବାରୁ ପରିବାର ଲୋକଙ୍କୁ ଭେଟିପାରି ନାହାନ୍ତି । ତେବେ ସମ୍ବଲପୁର ଘଟଣାକୁ ନେଇ ସେ ରାଷ୍ଟ୍ରପତିଙ୍କୁ ରିପୋର୍ଟ ଦେବେ ବୋଲି କହିଛନ୍ତି ।

Advertisment

ତେବେ ସମ୍ବଲପୁର ହିଂସା ପଛରେ କିଏ ? ବିଜେପି ନା ବିଜେଡି, କାହା ସମର୍ଥନରେ ହୋଇଛି ହିଂସା ? ବିଜେପି-ବିଜେଡି ଦୋଷ ଲଦାଲଦି । ହିନ୍ଦୁ ବିରୋଧୀ କହି ଏବେ ମୁହାଁମୁହିଁ ଉଭୟ ଦଳ । ସମ୍ବଲପୁର ହିଂସା ଘଟଣାକୁ ୧୩ ଦିନ ପୂରିଲା, ତଥାପି ଜାରି ରହିଛି ତୁତୁ ମେଁମେଁ ରାଜନୀତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ-ମନ୍ତ୍ରୀ ପ୍ରତାପ ଦେବ ଏବଂ ସାଂସଦ ସୁରେଶ ପୂଜାରୀ ଓ ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର ମୁହାଁମୁହିଁ ହେବା ପରେ ଆଜି ପୁଣି ବିଜେଡିକୁ ଘେରିଛି ବିଜେପି । ସାମ୍ବାଦିକ ସମ୍ମିଳନୀ କରି ବିଜେଡି ହିନ୍ଦୁ ବିରୋଧୀ ବୋଲି ଅଭିଯୋଗ କରିଛନ୍ତି ବିଜେପିର ବରିଷ୍ଠ ନେତା ସମୀର ମହାନ୍ତି ।

ଅଧିକ ପଢ଼ନ୍ତୁ: କାହିଁକି ସାର୍ବଜନୀନ ହେଉନି କମିଶନଙ୍କ ରିପୋର୍ଟ ? ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ଜବାବ ତଲବ

Advertisment

କୋଭିଡ୍ ସମୟରେ ମହାପ୍ରଭୁଙ୍କ ରଥଯାତ୍ରା ବନ୍ଦ ପାଇଁ ଷଡ଼ଯନ୍ତ୍ର କରିବା, ରତ୍ନଭଣ୍ଡାର ଚାବି ହଜାଇବା ଆଉ ତଦନ୍ତ କମିଶିନଙ୍କ ରିପୋର୍ଟ ସାର୍ବଜନୀନ ନକରିବା, ଘରୋଇ କଂପାନୀକୁ ମହାପ୍ରଭୁ ଜଗନ୍ନାଥଙ୍କ ଜମି ଦେବାକୁ ମସୁଧା କରି ସୁପ୍ରିମକୋର୍ଟ ରୁ ଭର୍ତ୍ସିତ ହେବା । ଆଦି ପ୍ରସଙ୍ଗ ଉଠାଇ ବିଜେଡି ହିନ୍ଦୁ ବିରୋଧୀ ମାନସିକତା ରଖୁଥିବା ଅଭିଯୋଗ କରିଛନ୍ତି ସମୀର । ତାସହ ସମ୍ବଲପୁର ହିଂସା ଭିଆଇଥିବା ତତ୍ତ୍ୱଙ୍କୁ ରାଜ୍ୟ ସରକାର ସୁରକ୍ଷା ଦେଉଥିବା ମନ୍ତ୍ରୀ ପ୍ରତାପ ଦେବ ଦେଇଥିବା ମନ୍ତବ୍ୟରୁ ସ୍ପଷ୍ଟ ହେଉଛି ବୋଲି ଅଭିଯୋଗ କରିଛନ୍ତି । ସେପଟେ ବିଜେଡି କହିଛି ଧର୍ମକୁ ନେଇ ରାଜନୀତି କରିବା ଠିକ୍ ନୁହେଁ ।

ଏଭଳି ରାଜନୈତିକ ବୟାନବାଜି ଭିତରେ ଜାତୀୟ ଏସ୍‌ଟି କମିଶନ୍ ସଦସ୍ୟ ଅନନ୍ତ ନାୟକ ଆଜି ସମ୍ବଲପୁର ଗସ୍ତ କରିଛନ୍ତି । ଗତ ୧୪ ତାରିଖରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ବେଳେ ରିଙ୍ଗରୋଡରେ ସଂଘବଦ୍ଧ ଆକ୍ରମଣରେ ପ୍ରାଣ ହରାଇଥିବା ଚନ୍ଦ୍ରକାନ୍ତ ମିର୍ଦ୍ଦାଙ୍କ ଗାଁ ଝାରମୁଣ୍ଡାକୁ ସେ ପରିଦର୍ଶନରେ ଯାଇଥିଲେ। ହେଲେ ଚନ୍ଦ୍ରକାନ୍ତଙ୍କ ଘରେ ତାଲା ପଡିଥିବାରୁ ଗାଁରେ ବୈଠକ କରି ଘଟଣା ସଂମ୍ପର୍କରେ ଆଲୋଚନା କରିଥିଲେ ଅନନ୍ତ । ଚନ୍ଦ୍ରକାନ୍ତ ମିର୍ଦ୍ଦାଙ୍କ ପରିବାର କୁଆଡେ ଗଲେ ସେ ସଂପର୍କରେ ସ୍ପଷ୍ଟ ସୂଚନା ନାହିଁ । ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ସୂଚନା ଅନୁସାରେ ପରିବାର ଲୋକେ ଅସ୍ତି ବିସର୍ଜନ କରିବା ପାଇଁ ଯାଇଛନ୍ତି ।

Advertisment

ମିସନ୍ ସଦସ୍ୟ ପରେ ଭବାନୀପାଲି ଗାଁକୁ ଯାଇ ଆହତ କାଳିଆ ସିଖା ପରିବାରକୁ ଭେଟିଥିଲେ । ପରେ ସମ୍ବାଦିକ ସମ୍ମଳନୀରେ କମିଶନ୍ ସଦସ୍ୟ ଅନନ୍ତ ନାୟକ କହିଛନ୍ତି ପ୍ରଶାସାନିକ ରିପୋର୍ଟ, କ୍ଷେତ୍ର ପରିଦର୍ଶନ କରିବା ପରେ ରାଷ୍ଟ୍ରପତିଙ୍କୁ ରିପୋର୍ଟ ପ୍ରଦାନ କରାଯିବ । ଦରକାର ପଡିଲେ କମିଶନ୍ ପୁଣିଥରେ ଆସିବେ ।

Sameer Mohanty BJD Odisha BJP Odisha Politics Violence
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ