Somalika files written complaint in Jagatsinghpur after receiving threats
ତିର୍ତ୍ତୋଲ ବିଜେଡ଼ି ବିଧାୟକ ବିଜୟ ଶଙ୍କର ଦାସଙ୍କ ବିରୋଧରେ ଅଭିଯୋଗ ଆଣିଥିବା ବାନ୍ଧବୀ ସୋମାଲିକା ଥାନାରେ ଲିଖିତ ଏତଲା ଦେଇଛନ୍ତି। ବିଭିନ୍ନ ଆଡୁ ତାଙ୍କୁ ଧମକ ଦିଆଯାଉଥିବା ଏବଂ ତାଙ୍କ ଫଟୋ ଗୁଡ଼ିକୁ ସୋସିଆଲ୍ ମିଡ଼ିଆ ରେ ଭାଇରାଲ କରି ମିଛରେ ବଦନାମ୍ କରାଯାଉଥିବା ସେ ଅଭିଯୋଗ କରିଛନ୍ତି। ଏନେଇ ସୋମାଲିକା ଜଗତସିଂହପୁର ସଦର ଥାନାରେ ଏତଲା ଦେଇଛନ୍ତି।
ଅଧିକ ପଢ଼ନ୍ତୁ: ରଫା ଦଫା କରିବାକୁ ସୋମାଲିକାଙ୍କୁ ଆସୁଛି ଅଜଣା କଲ, ଶୁଣନ୍ତୁ...
ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସୋମାଲିକା କହିଛନ୍ତି, ‘ଏତେ ସବୁ ଘଟଣା ଘଟିଲା ପରେ ବି ବିଜୟ ଶଙ୍କର ଫେସ୍ବୁକ୍ରୁ ମୋ ଫଟୋ ନେଇ ସୋସିଆଲ୍ ମିଡିଆରେ ଶେୟାର କରି ମୋତେ ବଦ୍ନାମ କରୁଛନ୍ତି। ଫଟୋ ସବୁ ୨୦୧୯ ମସିହାର ବ୍ୟାଚ୍ ଫିଷ୍ଟ୍ ସମୟର। ଏପରିକି କେସ୍ କ୍ଲୋଜ୍ କରିଦେବା ପାଇଁ ମଧ୍ୟ ଧମକ ଦିଆଯାଉଛି।’ ବାରମ୍ବାର ଅଭିଯୋଗ କରିବା ପରେ ବି ଏବଂ ଜଣେ ଝିଅର ଧଜ୍ଜିଆ ଉଡୁଥିବାବେଳେ ଶାସକ ବିଜେଡି କାହିଁକି ଚୁପ୍ ବୋଲି ସୋମାଲିକା ପ୍ରଶ୍ନ ଉଠାଇଛନ୍ତି।
ସ୍ୱେଚ୍ଛାସେବୀ ସ୍ନିଗଧାରାଣୀ ବିଶ୍ୱାଳ ମଧ୍ୟ ସମାନ ଅଭିଯୋଗ ଆଣି ଥାନାରେ ଏତଲା ଦେଇଛନ୍ତି। ତେବେ ଏନେଇ ବିଧାୟକ ବିଜୟଶଙ୍କର କିମ୍ବା ବିଜେଡିପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।
ସୂଚନାଥାଉ କି, ବିଜେଡିର ଯୁବ ବିଧାୟକ ବିଜୟ ଶଙ୍କର ଦାସଙ୍କ ପାଇଁ ଦିନକୁ ଦିନ ଅଡୁଆ ବଢ଼ିବାରେ ଲାଗିଛି। କେତେବେଳେ ବାନ୍ଧବୀ ସୋମାଲିକା ତାଙ୍କ ବିରୋଧରେ ଥାନାରେ ଏତଲା ଦେଲେଣି ତ ଆଉ କେତେବେଳେ ଅନ୍ୟ ଯୁବତୀଙ୍କ ସହ ଭାଇରାଲ୍ ଫଟୋକୁ ନେଇ ବିଜୟ ଶଙ୍କର ଏବେ ଚର୍ଚ୍ଚାରେ ରହିଛନ୍ତି। ସୋମାଲିକାଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ଥାନା ପର୍ଯ୍ୟନ୍ତ ମାମଲା ଯାଇଥିଲା।
ଗତ ୨ ତାରିଖରେ ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ସୋମାଲିକା ଜଗତସିଂହପୁର ସଦର ଥାନାରେ ସାନି ଏତଲା ଦେବା ପରେ ତାଙ୍କର ବୟାନ ବି ରେକର୍ଡ ହେବା ସହ ଡାକ୍ତରୀ ମାଇନା ମଧ୍ୟ ଶେଷ ହୋଇଥିଲା। କିନ୍ତୁ ବିଧାୟକ ଶାସକଦଳର ହୋଇଥିବାରୁ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନଥିବା ବିରୋଧୀ ଅଭିଯୋଗ କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1677037796.jpg)