Advertisment

ସୋମାଲିକାଙ୍କ ପରେ ପୁଣି ଜଣେ ମହିଳାଙ୍କ ସହ ବିଜେଡି ବିଧାୟକଙ୍କ ଫଟୋ ଭାଇରାଲ

ଭାଇରାଲ ଫଟୋକୁ ନେଇ ବିଜେଡିର ଯୁବ ବିଧାୟକ ପାଇଁ ବଢୁଛି ଅଡୁଆ । ସୋମାଲିକା ଦାଶଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ଥାନା ପର୍ଯ୍ୟନ୍ତ ମାମଲା ଯାଇଥିଲା । ମାମଲା ଥମିନଥିବା ବେଳେ ଏବେ ଆଉ ଜଣେ ମହିଳାଙ୍କ ସହ ତାଙ୍କର ଫଟୋ ଭାଇରାଲ ହେଉଛି।

author-image
Sarbeswar
ଅଦ୍ୟତନ ହୋଇଛି
BJD MLA

BJD MLA

ଫଟୋକୁ ନେଇ ତିର୍ତ୍ତୋଲ ବିଜେଡି ବିଧାୟକଙ୍କ ବଢୁଛି ଅଡୁଆ । ସେବେ ସୋମାଲିକା ଦାଶକୁ ନେଇ ରାଜ୍ୟ ରାଜନୀତିରେ ଝଡ଼ ସୃଷ୍ଚି ହୋଇଥିବା ବେଳେ ଏବେ ଆଉ ଜଣଙ୍କ ସହ ତାଙ୍କ ଫଟୋ ଭାଇରାଲ ହେବାରେ ଲାଗିଛି । 

Advertisment

ଭାଇରାଲ ଫଟୋକୁ ନେଇ ବିଜେଡିର ଏଇ ଯୁବ ବିଧାୟକ ପାଇଁ ବଢୁଛି ଅଡୁଆ । ସୋମାଲିକା ଦାଶଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ଥାନା ପର୍ଯ୍ୟନ୍ତ ମାମଲା ଯାଇଥିଲା । ମାମଲା ଥମିନଥିବା ବେଳେ ଏବେ ଆଉ ଜଣେ ମହିଳାଙ୍କ ସହ ତାଙ୍କର ଫଟୋ ଭାଇରାଲ ହେଉଛି ।

ତେବେ ଗତ ୨ ତାରିଖରେ ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ବିଧାୟକଙ୍କ ବାନ୍ଧବୀ ସୋମାଲିକା ଦାଶ ଜଗତସିଂହପୁର ସଦର ଥାନାରେ ସାନି ଏତଲା ଦେବା ପରେ ତାଙ୍କର ଧାରା ୧୬୧ ଓ ୧୬୪ ରେ ବୟାନ ବି ରେକର୍ଡ ହେବା ସହିତ ପୋଲିସ ଡାକ୍ତରୀ ମାଇନା ମଧ୍ୟ ଶେଷ କରିଛି । କିନ୍ତୁ ବିଧାୟକ ଶାସକଦଳର ହୋଇଥିବାରୁ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନଥିବା ଅଭିଯୋଗ କରିଛନ୍ତି ବିରୋଧୀ ।

Advertisment

ବିଧାୟକ ବିଜୟ ଶଙ୍କର ଦାସଙ୍କର ଜଗତସିଂହପୁର ସଦର ଥାନା ଦେଉଳିଗ୍ରାମେଶ୍ୱର ଗ୍ରାମର ସୋମାଲିକା ଦାଶଙ୍କ ମଧ୍ୟରେ ଦୀର୍ଘଦିନ ଧରି ପ୍ରେମ ସଂପର୍କ ରହିଥିଲା । କୌଣସି କାରଣରୁ ଏଥିରେ ତିକ୍ତତା ଆସିବାରୁ ଗତ ୨୦୨୨ ମସିହା ମେ ୧୩ ତାରିଖରେ ସୋମାଲିକା ଜଗତସିଂହପୁର ସଦର ଥାନାରେ ଏତଲା ଦେଇଥିଲେ ।

ଏହାର ୪ ଦିନ ପରେ ମେ’ ୧୭ ତାରିଖରେ ଉଭୟ ଜଗତସିଂହପୁର ସବ୍‌-ରେଜିଷ୍ଟ୍ରାର କାର୍ଯ୍ୟାଳୟରେ ବିବାହ ପାଇଁ ଆବେଦନ କରିଥିଲେ । ତେବେ ଜୁନ୍ ୧୭ ତାରିଖରେ ସୋମାଲିକା ତାଙ୍କ ପରିବାର ସହିତ ବିବାହ ପାଇଁ ସବ୍‌-ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟରେ ପହଂଚିଥିବା ବେଳେ ବିଜୟଶଙ୍କର ଆସିନଥିଲେ । ଯାହାକୁ ନେଇ ବିବାଦ ହେବା ସହିତ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଏବେ ଥାନାରେ ମାମଲା ରୁଜୁ ହୋଇଛି।

ଏମିତି ପରିସ୍ଥିତିରେ କିନ୍ତୁ ବିଜୟଶଙ୍କରଙ୍କ ସପକ୍ଷରେ ମୁହଁ ଖୋଲିଛନ୍ତି ଦଳର ନେତା ଓ କର୍ମୀ । କହିଛନ୍ତି, ଏବେ ଘଟଣାର ତଦନ୍ତ ଚାଲିଛି। ବିଧାୟକ ସବୁ ପ୍ରକାର ତଦନ୍ତକୁ ସହଯୋଗ କରୁଛନ୍ତି। କିନ୍ତୁ ବିରୋଧୀ ଯେଉଁପରି ଭାବରେ ଅରୁଚିକର ମନ୍ତବ୍ୟ ଦେଉଛନ୍ତି ତାହା ଗ୍ରହଣୀୟ ନୁହେଁ।

ତେବେ ବିଧାୟକଙ୍କର ପ୍ରଥମ ପ୍ରେମ ସମ୍ପର୍କକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଚାଲିଥିବା ବେଳେ ଏବେ ପୁଣି ଜଣେ ମହିଳାଙ୍କ ସହ ଫଟୋ ଭାଇରାଲ ହେଉଥିବା କାରଣରୁ ବିରୋଧୀଙ୍କୁ ସମାଲୋଚନା କରିବାକୁ ସୁଯୋଗ ମିଳିଛି....

ଜଗତସିଂହପୁରରୁ ଶଶାଙ୍କ ଶେଖର ପଣ୍ଡା

BJD MLA Viral Photo Bijay Shankar Das
Advertisment
Advertisment