Advertisment

5T ସ୍କୁଲ୍‌ରେ ଲେବର କାମ କରୁଛନ୍ତି ଛାତ୍ର, ମନା କଲେ ମାର୍କ କାଟିବାକୁ ଶିକ୍ଷକଙ୍କ ଧମକ

ଏଭଳି ଗୁରୁତର ଅଭିଯୋଗ ଆସିଛି ଖୋର୍ଦ୍ଧା ପାଇକ ତିଗିରିଆ ସରକାରୀ ଉଚ୍ଚ ବିଦ୍ୟାଳୟ ବିରୋଧରେ ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Student As Labor In 5T School

Student As Labor In School

5t ସ୍କୁଲ ନିର୍ମାଣ କାମରେ ସ୍କୁଲର ପିଲାଙ୍କୁ ଶ୍ରମିକ ଭଳି ବ୍ୟବହାର କରାଯାଉଥିବା ଅଭିଯୋଗ ହୋଇଛି। ଏପରିକି କାମ କରିବାକୁ ମନାକଲେ ପରୀକ୍ଷାରେ ମାର୍କ କମେଇଦେବା ସହିତ ଟିସି ଦେଇଦେବାର ଧମକ ମଧ୍ୟ ମିଳୁଛି।

Advertisment

ଏଭଳି ଗୁରୁତର ଅଭିଯୋଗ ଆସିଛି ଖୋର୍ଦ୍ଧା ସହର ଠାରୁ ମାତ୍ର ୫ କିଲୋମିଟର ଦୂର ପାଇକ ତିଗିରିଆ ସରକାରୀ ଉଚ୍ଚ ବିଦ୍ୟାଳୟ ବିରୋଧରେ ।

ପିଲାମାନଙ୍କୁ ସ୍କୁଲ ଭିତରେ କାମ କରାଉଥିବାର ଭିଡିଓ ଭାଇରାଲ୍ ହେବା ପରେ ପ୍ରଧାନ ଶିକ୍ଷକ ଆଗକୁ ଏଭଳି ହେବ ନାହିଁ ବୋଲି କହିଛନ୍ତି । ଅନ୍ୟପଟେ ଜିଲ୍ଲା ଶିକ୍ଷା ଅଧିକାରୀ ଅଭିଯୋଗର ତଦନ୍ତ କରାଯିବ ବୋଲି କହିଛନ୍ତି।

Advertisment
Student working As Labor(Student working As Labor)

ଅଧିକ ପଢ଼ନ୍ତୁ: 5T ସ୍କୁଲରେ ନାହିଁ କଳାପଟା ! ପରୀକ୍ଷା ବେଳେ କବାଟରେ ପ୍ରଶ୍ନ ଲେଖୁଛନ୍ତି ଶିକ୍ଷକ

ସ୍କୁଲ ପୋଷାକ ପିନ୍ଧି ସ୍କୁଲ ପରିସରରେ ଶ୍ରମିକ ଭଳି କାମ କରୁଛନ୍ତି ଛାତ୍ର। ହାତରେ ଗଇନ୍ତି , କୋଡି ଏବଂ ଫାଉଡା ଧରି କାମ କରୁଛନ୍ତି । ପାଖରେ ବିଦ୍ୟାଳୟର ଶିକ୍ଷକ ଠିଆ ହୋଇ କାମର ତଦାରଖ ମଧ୍ୟ କରୁଛନ୍ତି । ଏ ଅଭାବନୀୟ ଦୃଶ୍ୟ ହେଉଛି ଖୋର୍ଦ୍ଧା ବ୍ଲକ ପାଇକ ତିଗିରିଆ ହାଇସ୍କୁଲର।

Student working As Labor(Student working As Labor)

ଏହି ବିଦ୍ୟାଳୟ 5t ହେବାପରେ ନିର୍ମାଣ କାର୍ଯ୍ୟରେ ଶ୍ରମିକଙ୍କ ଭଳି ସ୍କୁଲ ପିଲାଙ୍କୁ ନିୟୋଜିତ କରାଯାଉଥିବାର ଅଭିଯୋଗ ହୋଇଛି । ଆଉ ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । କାମ କରିବାକୁ ମନା କଲେ ସ୍କୁଲରୁ ଟିସି ଦେଇଦେବା ସହିତ ପରୀକ୍ଷାରେ ମାର୍କ କାଟିଦେବାର ଧମକ ମିଳୁଥିବା ଅଭିଯୋଗ କରିଛନ୍ତି ଛାତ୍ର ଏବଂ ଅବିଭାବକ।

Student working As Labor(Student working As Labor)

ତେବେ ବିଦ୍ୟାଳୟ ପକ୍ଷରୁ 5t ସ୍କୁଲ ନିର୍ମାଣ କାମକୁ ନେଇ ବିବାଦ ଥିବାରୁ ଏହା ଏକ ଷଡ଼ଯନ୍ତ୍ର ବୋଲି ସ୍କୁଲ୍ ପକ୍ଷରୁ କୁହାଯାଇଛି । ବିଦ୍ୟାଳୟକୁ ୪୫ ଲକ୍ଷ ଟଙ୍କା ଆସିଥିବାରୁ ଠିକାଦାରୀକୁ ନେଇ ଗ୍ରାମର ଗୋଟିଏ ଗୋଷ୍ଠୀ ଏଭଳି କରିଥିବା ସହ ଶିକ୍ଷକ ନିରଂଜନ ସାହୁ କହିଛନ୍ତି ।

ସେପଟେ ପିଲାମାନେ କେତେବେଳେ କେମିତି ତାଙ୍କ ଖୁସିରେ କାମ କରିଥିବେ କିନ୍ତୁ ଆଗକୁ ଏଭଳି ହେବ ନାହିଁ ବୋଲି ବିଦ୍ୟାଳୟର ପ୍ରଧାନଶିକ୍ଷକ କହିଛନ୍ତି ।

Student School 5T School
Advertisment
Advertisment